Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cyclone Montha Impact / ଦକ୍ଷିଣ ଓଡ଼ିଶାରେ"ମୋନ୍ଥା"ର ପ୍ରଭାବ: କେଉଁଠି ପାହାଡ଼ ଧସିଲାଣି ତ କେଉଁଠି ମାଡ଼ି ଆସିଲାଣି ସମୁଦ୍ର

Ritu Das
Browse all articles by Ritu Das
·8 months ago·2 min read
ଦକ୍ଷିଣ ଓଡ଼ିଶାରେ"ମୋନ୍ଥା"ର ପ୍ରଭାବ: କେଉଁଠି ପାହାଡ଼ ଧସିଲାଣି ତ କେଉଁଠି ମାଡ଼ି ଆସିଲାଣି ସମୁଦ୍ର

Key Points

ସୁ ସୁ ଗର୍ଜନ କରି ମାଡିଆସୁଛି ମୋନ୍ଥା। ମୋନ୍ଥା ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି। ଘଣ୍ଟାକୁ ୧୨ କିମି ବେଗରେ ସମୁଦ୍ରଆଡ଼କୁ ମାଡ଼ିଆସୁଛି। କାକିନାଡାରେ ଆଜି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ।
ସୁ ସୁ ଗର୍ଜନ କରି ମାଡିଆସୁଛି ମୋନ୍ଥା। ମୋନ୍ଥା ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି। ଘଣ୍ଟାକୁ ୧୨ କିମି ବେଗରେ ସମୁଦ୍ରଆଡ଼କୁ ମାଡ଼ିଆସୁଛି। କାକିନାଡାରେ ଆଜି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ। ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଗଜପତି ଜିଲ୍ଲା କାଶୀନଗର ବ୍ଳକ ପାର୍ତଡା ପଞ୍ଚାୟତର ଗରବାଠାରୁ ଲିଙ୍ଗା ରାସ୍ତାରେ ପାହାଡ଼ରୁ ଖସିଲା ପଥର । ଆଜି ସକାଳୁ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଘଟଣାସ୍ଥଳରେ ବ୍ଳକ ପ୍ରଶାସନର ଅଧିକାରୀ ପହଞ୍ଚି ରାସ୍ତାକୁ ସଫା କରିଛନ୍ତି।


ଏହାସହ ପଢ଼ନ୍ତୁ: ଘଣ୍ଟାକୁ ୧୨କିମି ବେଗରେ ମାଡ଼ିଆସୁଛି "ମୋନ୍ଥା"

ସେପଟେ ଗଜପତି ଜିଲ୍ଲା ସୀମାନ୍ତ ପାତ୍ରପୁର ବ୍ଲକରେ ପ୍ରବଳ ବର୍ଷା ହୋଇଛି। ବର୍ଷାର ପରିମାଣ ଏତେ ମାତ୍ରାରେ ଯେ, ଯିବା ଆସିବା ବାଧାପ୍ରାପ୍ତ ହୋଇଛି। ପାହାଡିଆ ଅଞ୍ଚଳରେ ଲୋକଙ୍କ ସ୍ଥାନାନ୍ତର କରିବା ପାଇଁ ଦୁର୍ଗମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ପହଞ୍ଚିଛନ୍ତି।

ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତ ଯାହା କି ପାହାଡିଆ ଅଞ୍ଚଳ ରହିଥିବା ବେଳେ ସ୍ଥାନାନ୍ତର ହୋଇଥିବା ୩ଟି ଗ୍ରାମର ଲୋକେ ତଥା ଲୁହାସିଙ୍ଗି,ଏଲୋଗୋଲ, ସିରିସିଗଣ୍ଡର ପାଖା ପାଖି ୩୦୦ ଜଣ ତାଡକାସାହି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ଧନବାଡ ଠାରେ ଥିବା ବେଳେ ଉକ୍ତ ଜାଗାରେ ଚିକିଟି ବିଧାୟକ ମନୋରଞ୍ଜନ ସାମନ୍ତରା ପହଞ୍ଚି ଆଦିବାସୀ ଭାଇ ଭଉଣୀ ମାନଙ୍କୁ ସମସ୍ତ ପ୍ରକାର ବ୍ୟବସ୍ଥା ଉପରେ ପଚାରିବୁଝିଥିଲେ। ଏବଂ ଖାଇବା, ପାନୀୟ ଜଳ ଏବଂ ଜେନେରେଟର ଯେପରି ଠିକ ରହିବ ସେ ନେଇ ପ୍ରଶାସନକୁ ଜଣାଇଥିଲେ।


ଏହାସହ ପଢ଼ନ୍ତୁ: ଫସଲ କ୍ଷୟକ୍ଷତି ରିପୋର୍ଟ ଆସିବାର ୭ ଦିନରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ: ଉପମୁଖ୍ୟମନ୍ତ୍ରୀ

ସେପଟେ କୋରାପୁଟ ପଟ୍ଟାଙ୍ଗିରେ ସମ୍ଭାବ୍ୟ ବାତ୍ୟା "ମୋନ୍ଥା"ର ପ୍ରଭାବ ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲାର ସୀମାନ୍ତ ବ୍ଲକ ପଟ୍ଟାଙ୍ଗିର ଦେଓପଟାଙ୍ଗୀ, ମାଳିପୁଟ, ପୁକାଲିରେ ବାତ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ଅନେକ ଘର ଭାଙ୍ଗିଲାଣି। ବ୍ଲକ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ପଂଚାୟତ ଗୃହ ଗୁଡିକରେ ଥଇଥାନ କରିଥିବା ଦେଖିବାକୁ ମିଳିଛି। ପାଗର ପରିବର୍ତ୍ତନ ସହ ସକାଳୁ ସକାଳୁ ତୁହାକୁ ତୁହା ବର୍ଷା ଓ ପବନ ଲାଗି ରହିଛି।

ଅନ୍ୟପକ୍ଷେ ଗଞ୍ଜାମ ଜିଲ୍ଲା ପୋଡ଼ମପେଟାରେ କରାଳ ରୂପ ନେଇଛି ସମୁଦ୍ର। ଗଞ୍ଜାମ ପୋଡ଼ମପେଟାରେ ଅଶାନ୍ତ ସମୁଦ୍ରରେ ପୂର୍ବରୁ ଅନେକ ସାହି ସମୁଦ୍ରରେ ମିଶି ସାରିଥିବା ବେଳେ ଏବେ ବି ବିପଦରେ ରହିଛି ପୁରା ପାଳିବନ୍ଧ ପଞ୍ଚାୟତ। ଯଦି ବି ସମୁଦ୍ର କରାଳ ରୂପ ଧାରଣ କରିକି ରଖେ ତାହାଲେ ଆଖ ପାଖର ଅନେକ ଗ୍ରାମ ଜଳମଗ୍ନ ହୋଇଯିବ। ପୂର୍ବରୁ ସମ୍ପୂର୍ଣ୍ଣ ଗ୍ରାମକୁ ଅନ୍ୟତ୍ର ଜାଗାକୁ ସ୍ଥାନାନ୍ତର କରି ଘର ପ୍ରଦାନ କରିଛି ପ୍ରଶାସନ। ଏଭଳି ସମୁଦ୍ର ଗର୍ଭରେ ଗୋଟିଏ ପରେ ଗୋଟିଏ ଘର ମିଶୁଥିବା ବେଳେ ଏବେ ବିପଦରେ ପୁରା ପାଳିବନ୍ଧ ପଞ୍ଚାୟତ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Impact of Cyclone Montha in South Odisha | Argus News | Argus News