Videos
|
Odisha

Cyclone Murasu / ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କରିବ 'ମୁରାସୁ'; ଓଡ଼ିଶାରେ କେମିତି ରହିବ ପ୍ରଭାବ ? ବଡ଼ ସୂଚନା ଦେଲେ IMD ଡିଜି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କରିବ 'ମୁରାସୁ'; ଓଡ଼ିଶାରେ କେମିତି ରହିବ ପ୍ରଭାବ ? ବଡ଼ ସୂଚନା ଦେଲେ IMD ଡିଜି
Cyclone Murasu Odisha Impact

Key Points

ଓଡ଼ିଶାରେ ମଧ୍ୟ ବାତ୍ୟାର ପ୍ରଭାବ ଅନୁଭୂତ ହେବ । ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତିରେ ବର୍ଷା ଆରମ୍ଭ ହୋଇଛି । ଧିରେ ଧିରେ ବର୍ଷାର ପରିମାଣ ବଢ଼ିବ ।
ନୂଆଦିଲ୍ଲୀ: ଭୀଷଣ ବାତ୍ୟା 'ମୁରାସୁ' ଧିରେ ଧିରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । 'ମୁରାସୁ' ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେଉଛି । ବର୍ତ୍ତମାନ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଛି । ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୧୨୦ କିଲୋମିଟର ରହିଛି । ଆନ୍ଧ୍ରର ନେଲୋର ଓ ନର୍ସାପୁର ମଧ୍ୟରେ ଅଙ୍ଗୋଲର ଦକ୍ଷିଣରେ ଭୀଷଣ ବାତ୍ୟା 'ମୁରାସୁ' ଉପକୂଳ ଅତିକ୍ରମ କରିବ ।

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, "ଭୀଷଣ ବାତ୍ୟା 'ମୁରାସୁ' ଆଜି ମଧ୍ୟରାତ୍ରୀରୁ ଆସନ୍ତାକାଲି ଭୋର୍ ସମୟରେ ଅତିକ୍ରମ କରିବ । ରାତି ୧୧ଟାରୁ ଭୋର୍ ୪ଟା ମଧ୍ୟରେ 'ମୁରାସୁ' ସ୍ଥଳଭାଗ ଛୁଇଁବ । ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ୨୦ରୁ ୩୦ ସେଣ୍ଟିମିଟର କିମ୍ବା ତାଠାରୁ ଅଧିକ ବର୍ଷା ହୋଇପାରେ । ଉତ୍ତର ତାମିଲନାଡୁର ଉପକୂଳ ଅଞ୍ଚଳରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ।"

ଏଥିସହ ପଢ଼ନ୍ତୁ: ଆଜି ରାତିରେ ବାତ୍ୟା 'ମୁରାସୁ'ର ଲ୍ୟାଣ୍ଡଫଲ୍‌; କଳାହାଣ୍ଡିରେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ 

ଦକ୍ଷିଣ ଓଡ଼ିଶା ଉପରେ ପ୍ରଭାବ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶାରେ ମଧ୍ୟ ବାତ୍ୟାର ପ୍ରଭାବ ଅନୁଭୂତ ହେବ । ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତିରେ ବର୍ଷା ଆରମ୍ଭ ହୋଇଛି । ଧିରେ ଧିରେ ବର୍ଷାର ପରିମାଣ ବଢ଼ିବ । ନଭେମ୍ବର ୩ ଓ ୪ ତାରିଖରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଞ୍ଜାମ ଓ ଗଜପତି ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ।

ବର୍ଷା ସହ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ପବନ ବହିବ । ଆଜି ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହେଉଛି । ଯାହା ମଧ୍ୟରାତ୍ରୀରେ ବଢ଼ି ୫୦ରୁ ୬୦ କିଲୋମିଟର ଏବଂ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ଏଭଳି ପ୍ରଭାବ ରହିପାରେ ।

ବାତ୍ୟା ଉପକୂଳ ଅତିକ୍ରମ କରିବା ପରେ ଦୁର୍ବଳ ହୋଇଯିବ । ତେଣୁ ଓଡ଼ିଶା ଉପକୂଳରେ ପବନ ହେବାର ଆଶଙ୍କା ନଥିବା କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏବେ ସମୁଦ୍ର ଅଶାନ୍ତ ରହିଛି । ୯ରୁ ୧୪ ମିଟର ଉଚ୍ଚତାର ଢେଉ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ।

ଏଥିସହ ପଢ଼ନ୍ତୁ: ବାତ୍ୟା `ମୁରାସୁ’କୁ ନେଇ ବଡ଼ ଆଲର୍ଟ…କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ୍, କଲେଜ ବନ୍ଦ

ଯାହାକି ନଉକା ଓ ଜାହାଜ ଚଳାଚଳ ପାଇଁ ବିପଜ୍ଜନକ ଅଟେ । ଓଡ଼ିଶାର ବନ୍ଦର ଗୁଡ଼ିକ ସହ ଓ ଆନ୍ଧ୍ରପ୍ରଦେଶର ବନ୍ଦରଗୁଡ଼ିକୁ ମଧ୍ୟ ସତର୍କ କରାଯାଇଛି । 'ମୁରାସୁ' ରାତିରେ ଅତିକ୍ରମ କରିବାକୁ ଥିବାରୁ ସନ୍ଧ୍ୟାରୁ କାଲି ସକାଳ ପର୍ଯ୍ୟନ୍ତ ବର୍ଷା, ପବନ ସହ ଉଚ୍ଚ ଜୁଆର ଆସିବାର ଆଶଙ୍କାର ରହିଛି ।