Cyclone Alert / ୭ ଦିନ ଭିତରେ ବଙ୍ଗୋପସାଗରରେ ଦୁଇ ଦୁଇଟି ବାତ୍ୟା; ଏଥରକ ବି ନର୍ସାପୁର !
·1 hour ago·2 min read

Key Points
ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ୨୭ ଓ ୨୮ ତାରିଖ ରାତିରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା । ଆଉ ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଧିରେ ଧିରେ ଘନୀଭୂତ ହେଉଛି ।
ଭୁବନେଶ୍ଵର: ମାତ୍ର ୭ ଦିନର ବ୍ୟବଧାନ ମଧ୍ୟରେ ବଙ୍ଗୋପସାଗରରେ ଆସୁଛି ଦୁଇ ଦୁଇଟି ବାତ୍ୟା । ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ୨୭ ଓ ୨୮ ତାରିଖ ରାତିରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା । ଆଉ ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଧିରେ ଧିରେ ଘନୀଭୂତ ହେଉଛି ।
ଭାରତୀୟ ପାଣିପାଗ ବିଭାଗର ତାଜା ଆକଳନ ଅନୁସାରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ଏବଂ ନିକୋବର ସାଗରରେ ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୩୦ କିଲୋମିଟର ବେଗରେ ବିଗତ ୬ ଘଣ୍ଟା ହେଲା ଆଗକୁ ଅଗ୍ରସର ହେଉଛି ।
ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ; ୨ ତାରିଖ ସନ୍ଧ୍ୟାରେ ମାଡ଼ ହୋଇପାରେ ବାତ୍ୟା
ଏବେ ଅବପାତଟି ଚେନ୍ନାଇ ଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୯୬୦ କିଲୋମିଟର, ଆନ୍ଧ୍ରର ବିଶାଖାପାଟଣମ୍ ଠାରୁ ଦକ୍ଷିଣ-ପୂର୍ବରେ ୯୮୦ କିଲୋମିଟର, ମଛଲିପାଟଣମ୍ ଠାରୁ ଦକ୍ଷିଣ-ପୂର୍ବରେ ୧୦୩୦ କିଲୋମିଟର ଏବଂକ ଅନଗୋଲ୍ ଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୧୦୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।
ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇ ଆଜି ମଧ୍ୟରାତ୍ରୀ ସୁଦ୍ଧା ଗଭୀର ଅବପାତରେ ପରିଣତର ହେବ । ନଭେମ୍ବର ୧ରେ ଗଭୀର ଅବପାତ ଏକ ସାମୁଦ୍ରିକ ଝଡ଼ର ରୂପ ନେବ । ଏହା ବାତ୍ୟାରେ ପରିଣତ ହେଲେ ନାମ ରହିବ 'ମୁରାସୁ' । ଯାହାକି ନଭେମ୍ବର ୨ ସୁଦ୍ଧା ଏକ ଭୀଷଣ ବାତ୍ୟା ଭାବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଭୀଷଣ ବାତ୍ୟା 'ମୁରାସୁ' ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଆନ୍ଧ୍ରପ୍ରଦେଶ ଉପକୂଳରେ ନଭେମ୍ବର ୩ ତାରିଖରେ ଅତିକ୍ରମ କରିବ । ଭୀଷଣ ବାତ୍ୟା 'ମୁରାସୁ' ନେଲୋରୋରୁ ନର୍ସାପୁର ମଧ୍ୟରେ ୩ ତାରିଖ ସକାଳେ ସ୍ଥଳଭାଗ ଛୁଇଁପାରେ । ସେହି ସମୟରେ ପବନର ଘଣ୍ଟାପ୍ରତି ସର୍ବାଧିକ ବେଗ ୧୦୦ରୁ ୧୧୦ କିଲୋମିଟର ଏବଂ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।
ଦକ୍ଷିଣ ଓଡ଼ିଶାକୁ ବିପଦ
ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ପୂର୍ବରୁ ଆନ୍ଧ୍ର ନର୍ସାପୁର ନିକଟରେ ମାଡ଼ ହୋଇଥିଲା । ଯାହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଗଞ୍ଜାମ ଏବେ ବି ବନ୍ୟାରେ ଉବୁଟୁବୁ ହେଉଛି । ଆଉ ଏତିକି ବେଳେ ଆଉ ଏକ ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାକୁ ଯାଉଥିବାରୁ ଦକ୍ଷିଣ ଓଡ଼ିଶା ପ୍ରତି ବର୍ଷା ସହ ବନ୍ୟା ବିପଦ ଘନେଇଛି ।
ଏଥିସହ ପଢ଼ନ୍ତୁ: ଗାଁ ଧୋଇନେଲା ଭୂସ୍ଖଳନ; ପ୍ରଳୟର ମୂକ ସାକ୍ଷୀ ସାଜିଛି ଏହି ଗୋଟିଏ ଘର
ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ସହ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ଝଟ୍କା ପବନର ଆଶଙ୍କା ରହିଛି । ଏଥିପାଇଁ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ସମୟରେ ଆନ୍ଧ୍ର ଉପକୂଳ ସହ ଦକ୍ଷିଣ ଓଡ଼ିଶା ଉପକୂଳ ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ୨ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ବାରଣ କରାଯାଇଛି ।

ଆଗାମୀ ୬ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା ୧ରେ #ବାତ୍ୟା #୨ରେ #ଭୀଷଣବାତ୍ୟା ସମ୍ଭାବନା ୩ତାରିଖ ସକାଳ ବେଳକୁ ଏହା ଦକ୍ଷିଣଆନ୍ଧ୍ର ପ୍ରଦେଶ ଉପକୂଳକୁ ଭୀଷଣ ବାତ୍ୟା ଭାବେ ଘଣ୍ଟା ପ୍ରତି ପବନ ବେଗ ୧୦୦ ରୁ ୧୧୦କିମି ଝଟକା ପବନ ୧୨୦କିମି ସହ ନେଲୁର ଏବଂ ନାରସାପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା https://t.co/lPqcl7GxlG
— usd (@usd0705) October 31, 2026
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଭୀଷଣ ବାତ୍ୟା 'ମୁରାସୁ' ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଆନ୍ଧ୍ରପ୍ରଦେଶ ଉପକୂଳରେ ନଭେମ୍ବର ୩ ତାରିଖରେ ଅତିକ୍ରମ କରିବ । ଭୀଷଣ ବାତ୍ୟା 'ମୁରାସୁ' ନେଲୋରୋରୁ ନର୍ସାପୁର ମଧ୍ୟରେ ୩ ତାରିଖ ସକାଳେ ସ୍ଥଳଭାଗ ଛୁଇଁପାରେ । ସେହି ସମୟରେ ପବନର ଘଣ୍ଟାପ୍ରତି ସର୍ବାଧିକ ବେଗ ୧୦୦ରୁ ୧୧୦ କିଲୋମିଟର ଏବଂ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।
ଦକ୍ଷିଣ ଓଡ଼ିଶାକୁ ବିପଦ
ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ପୂର୍ବରୁ ଆନ୍ଧ୍ର ନର୍ସାପୁର ନିକଟରେ ମାଡ଼ ହୋଇଥିଲା । ଯାହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଗଞ୍ଜାମ ଏବେ ବି ବନ୍ୟାରେ ଉବୁଟୁବୁ ହେଉଛି । ଆଉ ଏତିକି ବେଳେ ଆଉ ଏକ ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାକୁ ଯାଉଥିବାରୁ ଦକ୍ଷିଣ ଓଡ଼ିଶା ପ୍ରତି ବର୍ଷା ସହ ବନ୍ୟା ବିପଦ ଘନେଇଛି ।
ଏଥିସହ ପଢ଼ନ୍ତୁ: ଗାଁ ଧୋଇନେଲା ଭୂସ୍ଖଳନ; ପ୍ରଳୟର ମୂକ ସାକ୍ଷୀ ସାଜିଛି ଏହି ଗୋଟିଏ ଘର
ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ସହ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ଝଟ୍କା ପବନର ଆଶଙ୍କା ରହିଛି । ଏଥିପାଇଁ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ସମୟରେ ଆନ୍ଧ୍ର ଉପକୂଳ ସହ ଦକ୍ଷିଣ ଓଡ଼ିଶା ଉପକୂଳ ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ୨ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ବାରଣ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: