Cyclone Alert / ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ; ୨ ତାରିଖ ସନ୍ଧ୍ୟାରେ ମାଡ଼ ହୋଇପାରେ ବାତ୍ୟା
·33 mins ago·2 min read

Key Points
'ଅର୍ଣ୍ଣବ' ଯିବା ପରେ ପୁଣି ଆଉ ଏକ ବାତ୍ୟା ଭୟ । ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ । ନଭେମ୍ବର ୨ ତାରିଖ ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁବା ଆକଳନ କରାଯାଇଛି ।
ଭୁବନେଶ୍ଵର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ଓ ନିକୋବର ସାଗରରେ ଥିବା ସଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି । ଅବପାତ ସହ ସମୁଦ୍ର ପୃଷ୍ଠର ୭.୬ କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ଜଡ଼ିତ ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ହତି ଆଗାମୀ ୨୪ ଘଣ୍ଟାରେ ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବ ।
ଏଥିସହ ପଢ଼ନ୍ତୁ: ପୁଣି ଆସୁଛି ବାତ୍ୟା ! ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର
ଏହାପରେ ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ରଉପକୂଳରେ ପହଞ୍ଚିବ । ସମ୍ଭାବ୍ୟ ବାତ୍ୟା ନଭେମ୍ବର ୨ ତାରିଖ ସନ୍ଧ୍ୟାରେ ଉପକୂଳ ଛୁଇଁବା ଆଶଙ୍କା କରାଯାଉଛି । ଆନ୍ଧ୍ରଉପକୂଳର କାକିନାଡ଼ା-ମଚ୍ଛଲିପାଟଣମ୍ ପାଖାପାଖି ବାତ୍ୟା ମାଡ଼ ହୋଇପାରେ ।
ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ପବନ
ଆକଳନ ଅନୁସାରେ, 'ଅର୍ଣ୍ଣବ' ଠାରୁ ସମ୍ଭାବ୍ୟ ବାତ୍ୟାର ତୀବ୍ରତା ବେଶ କମ୍ ରହିବ । ଅକ୍ଟୋବର ୩୧ ତାରିଖ ରାତି ସୁଦ୍ଧା ଗଭୀର ଅବପାତ, ନଭେମ୍ବର ୧ ତାରିଖରେ ବାତ୍ୟାରେ ପରିଣତ ହୋଇ ୨ ତାରିଖ ସନ୍ଧ୍ୟାରେ ଉପକୂଳ ଛୁଇଁପାରେ । ଏହି ସମୟରେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।
ଓଡ଼ିଶାରେ ପଡ଼ିବ କି ପ୍ରଭାବ ?
ଭାରତୀୟ ପାଣିପାଗ ବିଭାଗର ପ୍ରାରମ୍ଭିକ ଆକଳନ ଓ ଜାରି ଗତିପଥ ଅନୁସାରେ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳର କାକିନାଡ଼-ମଚ୍ଛଲିପାଟଣମ୍ ମଧ୍ୟରେ ଉପକୂଳ ଛୁଇଁପାରେ । ତେଣୁ ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହି ନପାରେ । ତଥାପି ଦକ୍ଷିଣ ଓଡ଼ିଶାରେ ବର୍ଷାର ଆଶଙ୍କା ରହିଛି ।
IMDର ପୂର୍ବାନୁମାନ ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ୨ ତାରିଖ ସନ୍ଧ୍ୟାରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ଓ ୩ ତାରିଖରେ ଘଣ୍ଟାପ୍ରତି ପବନ ୫୦ରୁ ୬୦ କିମି ବେଗରେ ବହିପାରେ ।
ଏଥିସହ ପଢ଼ନ୍ତୁ: ଭଞ୍ଜନଗରରେ ନିଖୋଜଙ୍କୁ ଖୋଜିବ ନାଭାଲ ହେଲିକପ୍ଟର
ନଭେମ୍ବର ୫ ପର୍ଯ୍ୟନ୍ତ କାଳବୈଶାଖୀ
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ବର୍ଷା ଲାଗି ରହିବ । ୩ ଓ ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସାମ୍ଭାବ୍ୟ ବାତ୍ୟାର ଗତିପଥ ଏବଂ ଜଡିତ ପବନ https://t.co/jKLiMlxtk5
— usd (@usd0705) October 31, 2026
ଓଡ଼ିଶାରେ ପଡ଼ିବ କି ପ୍ରଭାବ ?
ଭାରତୀୟ ପାଣିପାଗ ବିଭାଗର ପ୍ରାରମ୍ଭିକ ଆକଳନ ଓ ଜାରି ଗତିପଥ ଅନୁସାରେ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳର କାକିନାଡ଼-ମଚ୍ଛଲିପାଟଣମ୍ ମଧ୍ୟରେ ଉପକୂଳ ଛୁଇଁପାରେ । ତେଣୁ ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହି ନପାରେ । ତଥାପି ଦକ୍ଷିଣ ଓଡ଼ିଶାରେ ବର୍ଷାର ଆଶଙ୍କା ରହିଛି ।
ବଙ୍ଗୋପସାଗର ରେ ସୃଷ୍ଟି ହେଲା ଅବପାତ https://t.co/5Nmb1Q5AZr
— usd (@usd0705) October 31, 2026
IMDର ପୂର୍ବାନୁମାନ ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ୨ ତାରିଖ ସନ୍ଧ୍ୟାରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ଓ ୩ ତାରିଖରେ ଘଣ୍ଟାପ୍ରତି ପବନ ୫୦ରୁ ୬୦ କିମି ବେଗରେ ବହିପାରେ ।
ଏଥିସହ ପଢ଼ନ୍ତୁ: ଭଞ୍ଜନଗରରେ ନିଖୋଜଙ୍କୁ ଖୋଜିବ ନାଭାଲ ହେଲିକପ୍ଟର
ନଭେମ୍ବର ୫ ପର୍ଯ୍ୟନ୍ତ କାଳବୈଶାଖୀ
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ବର୍ଷା ଲାଗି ରହିବ । ୩ ଓ ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: