Odisha Winter / ସରିଲା ବର୍ଷା ଆସୁଛି ଶୀତ; ୨ରୁ ୫ ଡିଗ୍ରୀ କମିବ ରାତି ତାପମାତ୍ରା
·1 hour ago·2 min read

Key Points
ଖୁବଶୀଘ୍ର ଥରିବ ପୂରା ଓଡ଼ିଶା
ଘନ କୁହୁଡ଼ିରେ ଢାଙ୍କିବ ରାଜ୍ୟ
ନଭେମ୍ବର ଦ୍ଵିତୀୟ ସପ୍ତାହରୁ ଶୀତ
ଘନ କୁହୁଡ଼ିରେ ଢାଙ୍କିବ ରାଜ୍ୟ
ନଭେମ୍ବର ଦ୍ଵିତୀୟ ସପ୍ତାହରୁ ଶୀତ
ଭୁବନେଶ୍ଵର: ଖୁବଶୀଘ୍ର ବର୍ଷାରୁ ମିଳିବ ଆଶ୍ୱସ୍ତି । ଆସନ୍ତା ନଭେମ୍ବର ୮ରୁ ରାଜ୍ୟରେ ବଢିବ ଶୀତର ପ୍ରକୋପ । ରାତିର ତାପମାତ୍ରା କମିବା ସହ ବଢ଼ିବ ଶୀତ । ନଭେମ୍ବର ଦ୍ୱିତୀୟ ସପ୍ତାହରୁ ରାଜ୍ୟରେ ଖେଳିବ ଶୀତ ଲହରୀ । ବାୟୁମଣ୍ଡଳରେ ଢାଙ୍କିବ କୁହୁଡ଼ିର ଧଳା ଚାଦର । ସକାଳୁ ସକାଳୁ କାଲୁଆ ପବନ ଶରୀରରେ ଶିହରଣ ସୃଷ୍ଟି କରିବ । ଆଉ କିଛି ଦିନ ମଧ୍ୟରେ ରାଜ୍ୟରେ ପାଣିପାଗ କିଛି ଏପରି ହେବାକୁ ଯାଉଛି ।
ସାଧାରଣତ ରାଜ୍ୟରେ କାର୍ତ୍ତିକ ମାସରୁ ଶୀତର ପ୍ରକୋପ ବଢିଥାଏ । କିନ୍ତୁ ଏଥର ବାତ୍ୟା ଯୋଗୁଁ ଶୀତ ଏଯାଏଁ ରାଜ୍ୟରେ ବିଶେଷ ଅନୁଭବ ହୋଇନାହିଁ । ମାତ୍ର ଆଗାମୀ କିଛି ଦିନରେ ଉପକୂଳ ଜିଲ୍ଲାଗୁଡ଼ିକରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୫ ଡିଗ୍ରୀ କମ୍ ରହିବା ଯୋଗୁଁ ଶୀତ ଅନୁଭୂତ ହେବ। ସ୍ଥଳଭାଗ ସହ ସଂସ୍ପର୍ଶ, ଥଣ୍ଡା ଓ ଶୁଷ୍କ ବାୟୁର ପ୍ରଭାବ ଏବଂ ପୂର୍ବଘାଟ ପର୍ବତମାଳା ଯୋଗୁଁ ମୁରାସୁ ଦୁର୍ବଳ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ବାତ୍ୟା ପ୍ରଭାବ କମିବା ପରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ହ୍ରାସ ପାଇବ । ଫଳରେ ନଭେମ୍ବର ୮ ଓ ୯ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ସମ୍ଭାବନା ରହିଛି । ଅନ୍ୟପଟେ ଆଗାମୀ ଦୁଇ ଦିନରେ ଦିନ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିପାରେ ।
ପଢନ୍ତୁ ଏହି ଖବର: ସାମୁଦ୍ରିକ ବାତ୍ୟା 'ମୁରାସୁ' ଆନ୍ଧ୍ରର ନେଲୋରରେ ଛୁଇଁଲା ସ୍ଥଳଭାଗ... ଘଣ୍ଟାପ୍ରତି ୧୦୦-୧୧୦ କିମି ବେଗରେ ବହିଲା ପବନ

- ଦୁର୍ବଳ ହେଉଛି ବାତ୍ୟା 'ମୁରାସୁ'
ପଢନ୍ତୁ ଏହି ଖବର: ସାମୁଦ୍ରିକ ବାତ୍ୟା 'ମୁରାସୁ' ଆନ୍ଧ୍ରର ନେଲୋରରେ ଛୁଇଁଲା ସ୍ଥଳଭାଗ... ଘଣ୍ଟାପ୍ରତି ୧୦୦-୧୧୦ କିମି ବେଗରେ ବହିଲା ପବନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ବାତ୍ୟାର ସିଧାସଳଖ ବଡ଼ ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ଆଶଙ୍କା ନାହିଁ । ଆଜି ଓ ଆସନ୍ତାକାଲି ପୂର୍ବାହ୍ନ ଯାଏଁ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ମାଲକାନଗିରି ଓ କୋରାପୁଟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ସର୍ବାଧିକ ୪୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୫ ତାରିଖରୁ ବର୍ଷାର ପରିମାଣ କମିବା ସହ ୬, ୭ ଓ ୮ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଫଳରେ ଓଡ଼ିଶାରେ କମିବ ବର୍ଷା । ନଭେମ୍ବର ୮ରୁ ରାଜ୍ୟରେ ହେବ ଶୀତ ।
Related Topics
Explore more stories