Videos
|
Odisha

Asha Worker Banida Didi / ବାତ୍ୟା ଅକ୍ଵାନ୍ ଭିତରେ ଆସିଲା ମଣିଷପଣିଆର ଦୃଶ୍ୟ; ବୃଦ୍ଧାଙ୍କୁ କାନ୍ଧରେ ବୋହିନେଲେ ଆଶାଦିଦି

Debashree Debasmita Sahoo
Browse all articles by Debashree Debasmita Sahoo
·29 mins ago·2 min read
ବାତ୍ୟା ଅକ୍ଵାନ୍ ଭିତରେ ଆସିଲା ମଣିଷପଣିଆର ଦୃଶ୍ୟ; ବୃଦ୍ଧାଙ୍କୁ କାନ୍ଧରେ ବୋହିନେଲେ ଆଶାଦିଦି
Elderly Woman Rescue By Asha Worker Odisha

Key Points

ବାତ୍ୟା ଅକ୍ଵାନ୍‌ରେ ମାନବିକତାର ମହାନ ଦୃଶ୍ୟ
ବେସାହାରା ବୃଦ୍ଧାଙ୍କ ସାହା ହେଲେ ଆଶା ଦିଦି
ବୃଦ୍ଧାଙ୍କୁ କାନ୍ଧରେ ବୋହି ସୁରକ୍ଷିତ ଘରେ ପହଞ୍ଚାଇଲେ
ପୁରୀ: ବାତ୍ୟାର ପ୍ରକୋପ... ଚାରିଆଡ଼େ ଭୟ ଆଉ ଆତଙ୍କର ବାତାବରଣ । ନିଜ ଜୀବନ ବଞ୍ଚାଇବାକୁ ସମସ୍ତେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଧାଉଁଥିବା ବେଳେ, ଏହି ବିପଦ ସମୟରେ ସାମ୍ନାକୁ ଆସିଛି ମାନବିକତାର ଏକ ହୃଦୟସ୍ପର୍ଶୀ ଚିତ୍ର । ଯାହା ଦେଖିଲେ ଆପଣ ବି ସଲାମ୍ କରିବେ । ବାତ୍ୟା ଅକ୍ଵାନ୍ ଭିତରେ ଜଣେ ଅସହାୟ ବୃଦ୍ଧାଙ୍କ ପାଇଁ ଦେବଦୂତ ସାଜିଛନ୍ତି ଆଶା ଦିଦି ବନିତା ବେହେରା । ପୁରୀ ଭଟ୍ଟ ଜାଗାର ତ୍ରିଦେବ ନଗରରୁ ସାମ୍ନାକୁ ଆସିଛି ଏଭଳି ଏକ ମହାନ ମାନବିକତାର ଉଦାହରଣ ।

  • ବନିଦା ଦିଦିଙ୍କୁ ଶତ ସଲାମ୍
ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତେ ନିଜ ନିଜ ପରିବାର ସହ ସୁରକ୍ଷିତ ସ୍ଥାନକୁ ଚାଲିଯାଉଥିଲେ । ହେଲେ ଜଣେ ବେସାହାରା ବୃଦ୍ଧା ଘରେ ଏକା ରହିଯାଇଥିଲେ । ବୟସର ଭାରରେ ଶରୀର ଅବଶ, ପାଦରେ ନଥିଲା ଚାଲିବାର ଶକ୍ତି । ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପାଖରେ କେହି ନଥିଲେ । ହେଲେ ଅସହାୟ ମଣିଷଟିକୁ ଏମିତି ବିପଦ ମୁହଁରେ ଛାଡ଼ି ଦେଇ ନଥିଲେ ବନିତା ଦିଦି । ନିଜ ସୁରକ୍ଷା କଥା ଚିନ୍ତା ନକରି ବୃଦ୍ଧାଙ୍କୁ ନିଜ କାନ୍ଧରେ ଟେକି ଘର ଭିତରୁ ବାହାରକୁ ଆଣିଥିଲେ । ଆଉ ତାପରେ ନିଜ ଘରକୁ ବୃଦ୍ଧାଙ୍କୁ ନେଇଯାଇଥିଲେ ।

  • କଚ୍ଚାଘରେ ଥିଲେ ଅସହାୟ ବୃଦ୍ଧା
କାରଣ ସେହି ଅଞ୍ଚଳରେ ନା ଥିଲା କୌଣସି କ୍ଲବ ଘର, ନା ଥିଲା ବାତ୍ୟା ଆଶ୍ରୟସ୍ଥଳୀ । ତେଣୁ ନିଜ ଘରକୁ ହିଁ ବୃଦ୍ଧାଙ୍କ ପାଇଁ ସେ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବିଥିଲେ । ସତରେ, ମାନବିକତାର ଏହାଠାରୁ ବଳି ବଡ଼ ଉଦାହରଣ ଆଉ କ'ଣ ହୋଇପାରେ । ବିପଦ ବେଳେ ଯିଏ ଅନ୍ୟର ସାହାରା ହୁଏ, ସେ ହିଁ ପ୍ରକୃତ ମଣିଷ । ବନିତା ଦିଦି ପ୍ରମାଣ କରିଦେଇଛନ୍ତି, ମଣିଷପଣିଆ ଆଜି ବି ବଞ୍ଚିଛି । ତାଙ୍କର ଏହି ମହାନ କାର୍ଯ୍ୟକୁ ସମସ୍ତେ ସଲାମ୍ କରିଛନ୍ତି ।

ପଢନ୍ତୁ ଏହି ଖବର: ଦୁର୍ବଳ ହେଲା ବାତ୍ୟା; ତଥାପି ଟଳିନି ବିପଦ, ପ୍ରେସମିଟ୍‌ରେ ସତର୍କ କରାଇଲେ ମନ୍ତ୍ରୀ ସୁରେଶ ପୂଜାରୀ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଥାଉ କି, ବାତ୍ୟା ଅକ୍ଵାନ୍ ଶେଷ ମୁହୂର୍ତ୍ତରେ ଦିଗ ବଦଳାଇ ଓଡ଼ିଶାମୁହାଁ ହୋଇଥିଲା । ଏହା ଗଞ୍ଜାମର ଗୋପାଳପୁରରେ ଲ୍ୟାଣ୍ଡଫଲ୍ କରିଥିଲା । ବାତ୍ୟା ପାଇଁ ପୁରୀ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଥିଲା ।  ଜନସଚେତନତା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସ୍ଵେଚ୍ଛାସେବୀ ​​ଏବଂ ପଞ୍ଚାୟତ ଜନ ପ୍ରତିନିଧିମାନଙ୍କ ମାଧ୍ୟମରେ ସଚେତନତା ଅଭିଯାନ କରାଯାଇଥିଲା । ଯାହା ଫଳରେ ଲୋକମାନେ ବାତ୍ୟା ସମ୍ପର୍କରେ ସଚେତନ ହୋଇ ପ୍ରଶାସନକୁ ସହଯୋଗ କରିବେ । ସେପଟେ ପୁରୀ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଥିବା ବେଳେ ମହାନଗର ନିଗମର ୩୫୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଆଶ୍ୟସ୍ଥଳୀରେ ସମସ୍ତଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।