Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହିଞ୍ଜିଳିରେ ଦାଦନ ମାଳମାଳ

Odisha

ହିଞ୍ଜିଳିରେ ଦାଦନ ମାଳମାଳ

Dimpal Swain
Browse all articles by Dimpal Swain
·2 years ago·1 min read
ହିଞ୍ଜିଳିରେ ଦାଦନ ମାଳମାଳ

ଅର୍ଗସ ବ୍ୟୁରୋ : ପୋଲ ଖୋଲିଦେଲେ ମୋଦି । ହିଞ୍ଜିଳିର ବିକାଶ ନା ବିନାଶ ହୋଇଛି । ହିଞ୍ଜିଳିବାସୀଙ୍କ କଥା ନକହିଲେ ଭଲ । ୨୪ ବର୍ଷ ହେଲା ହିଞ୍ଜିଳିକୁ ମାଡିବସିଛନ୍ତି କିନ୍ତୁ କଣ କରିଛନ୍ତି ନବୀନ ? ବିକାଶ ନାରେ ଡିଣ୍ଡିମ ପିଟୁଛନ୍ତି ହେଲେ କରିଛନ୍ତି କଣ ? 
ପ୍ରଶ୍ନ ପରେ ପ୍ରଶ୍ନ ଘନ ଘନ ବିଜେପି ନେତାଙ୍କ ପ୍ରଶ୍ନବାଣରେ ଘାଇଲା ହେଲାଣି ବିଜେଡି । କଣ କରିବେ ବୁଦ୍ଦି ବାଟ ଦିଶୁନି । ବିଜେପି ପ୍ରଶ୍ନର କି ଉତ୍ତର ଦେବ ସେ ନେଇ ହରଡଘଣାରେ ପଡିଛନ୍ତି ନବୀନ ଓ ପାଣ୍ଡିଆନ । ୨୪ବର୍ଷର ସ୍ତର ସରକାର ସ୍ତର ମୁଖ୍ୟମନ୍ତ୍ରୀ କିନ୍ତୁ ବିକାଶ କେଉଠି ହୋଇଛି ? ବିକାଶ ନାଁରେ କେବଳ ଯୋଜନା ମାନ ହୋଇଛି କିନ୍ତୁ ଅସଲି ବିକାଶର ନାଁ ଚିହ୍ନ ଅଛି ନା ବର୍ଣ୍ଣ ଅଛି । 

ଅଧିକ ପଢନ୍ତୁ ରାଜନୀତି ଖବର 
୨୪ ବର୍ଷ ହେଲା ଯେଉଁଠୁ ଜିତି ଆସୁଛନ୍ତି ସେଠି କି ପ୍ରକାର ବିକାଶ ହୋଇଛି ? ସବୁଠୁ ଅଧିକ ଦାଦନ ଶ୍ରମିକ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରୁ  । ନିଜ ଅଞ୍ଚଳରୁ ବାହାରି କାମ ପାଇଁ ବାହାରକୁ ଯାଉଛନ୍ତି । କଣ ପାଇଁ ଡାକ୍ତରୀ ପଦବୀ ଖାଲି ପଡିଛି ?  କଣ ପାଇଁ ଅଧାରୁ ପାଠ ଛାଡୁଛନ୍ତି ପିଲା ? କଣ ପାଇଁ ହିଞ୍ଚିଳିରେ ପର୍ଯ୍ୟପ୍ତ କୋଲ୍ଡ ଷ୍ଟୋରେଜ୍ ନାହିଁ ? ପାଣିର ସୁବିଧା ବି ନାହିଁ ? ନାହିଁ ନାହିଁରେ ଚାଲିଛି ହିଞ୍ଜିଳି । 
୨୪ ବର୍ଷ ଶାସନ କଲା ପରେ କେତେ ଦିନ ଆଉ ବାପାଙ୍କ ସ୍ଵପ୍ନର ଓଡିଶା କଥା କହିବେ ନବୀନ । ବହୁତ ହୋଇଗଲା । ଏଥର ପରିବର୍ତ୍ତନ ସୁନିଶ୍ଚିତ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Most of the workers are from the Chief Minister's area | Argus News