Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରକ୍‌ ଧକ୍କାରେ ଦନ୍ତାର ମୃତ୍ୟୁ, ଘଟଣା ସ୍ଥଳରୁ ଫେରାର ଡ୍ରାଇଭର

Jitendra Dash
Browse all articles by Jitendra Dash
·2 years ago
ଟ୍ରକ୍‌ ଧକ୍କାରେ ଦନ୍ତାର ମୃତ୍ୟୁ, ଘଟଣା ସ୍ଥଳରୁ ଫେରାର ଡ୍ରାଇଭର

ଅର୍ଗସ ବ୍ୟୁରୋ : ଅନଗୁଳ ଜିଲ୍ଲା ପାଳଲହଡା ଓ ତେଲକୋଇ ବ୍ଲକ ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥ କଣ୍ଟାବାହାଳ ନିକଟରେ ଟ୍ରକ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ । ଆଜି ସନ୍ଧ୍ୟା ସମୟରେ ଜାତୀୟ ରାଜପଥ ପାରି ହେଉଥିବା ବେଳେ ଟ୍ରକ ହାତୀଟିକୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ପରେ ହାତୀଟି କିଛି ସମୟଧରି ଛଟପଟ୍‌ ହୋଇଥିଲା । ଏବଂ ସେଠାରେ ତାର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରୁ ଟ୍ରକ ଛାଡି ଡ୍ରାଇଭର ଫେରାର ହୋଇଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଟ୍ରକ୍‌ ଡ୍ରାଇଭର କହିଛନ୍ତି, ବନ ବିଭାଗ ଘଉଡ଼ାଇବାରୁ ହାତୀ ଟ୍ରକ୍‌ ଦେହରେ ପିଟି ଯାଇଥିଲା। ଯେଉଁଥିପାଇଁ ଦୁର୍ଘଟଣା ଘଟିଥିଲା ବୋଲି ଡ୍ରାଇଭର କହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Danta died in a truck collision, the driver returned from the scene | Argus News