Videos
|
Odisha

Supreme Court / ୨୬ ବର୍ଷ ପରେ ଜେଲରୁ ମୁକୁଳିବେ ଦାରା ସିଂ ! ଅଗଷ୍ଟ ୧୫ ସୁଦ୍ଧା ମୁକ୍ତ କରିବାକୁ କହିଲେ ସୁପ୍ରିମକୋର୍ଟ

Sushanta Sahoo
Browse all articles by Sushanta Sahoo
·2 months ago·2 min read
୨୬ ବର୍ଷ ପରେ ଜେଲରୁ ମୁକୁଳିବେ ଦାରା ସିଂ ! ଅଗଷ୍ଟ ୧୫ ସୁଦ୍ଧା ମୁକ୍ତ କରିବାକୁ କହିଲେ ସୁପ୍ରିମକୋର୍ଟ
Dara Singh May Be Released After 26 Years in Jail

Key Points

ଭଲ ବ୍ୟବହାର ପାଇଁ ମୁକ୍ତ କରିବାକୁ ସୁପାରିଶ କରିଛି ଷ୍ଟେଟ ସେଣ୍ଟନ୍ସ ରିଭ୍ୟୁ ବୋର୍ଡ
ଅନ୍ୟ ୫୫ ଜଣଙ୍କ ସହ ଦାରା ସିଂଙ୍କୁ ମଧ୍ୟ ମୁକ୍ତ କରିବାକୁ ରହିଛି ସୁପାରିଶ
କିଛି ଭେରିଫିକେସନ୍ ବାକି ରହିଥିବାରୁ ସମୟ ମାଗିଲେ ରାଜ୍ୟ ସରକାର
ଅଗଷ୍ଟ ୧୫ ସୁଦ୍ଧା ପ୍ରକ୍ରିୟା ସାରି ମୁକ୍ତ କରିବାକୁ କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ପୋଡ଼ି ମାମଲାରେ ଆଜୀବନ ସଜା କାଟୁଥିବା ଦାରା ସିଂ, ଆଗାମୀ ଅଗଷ୍ଟ ୧୫ ସୁଦ୍ଧା ଜେଲରୁ ମୁକୁଳି ପାରନ୍ତି । ଏନେଇ ଆଜି ଶୁଣାଣିବେଳେ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଜଷ୍ଟିସ ମନୋଜ ମିଶ୍ର ଏବଂ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ଏଭଳି ସଂକେତ ଦେଇଛନ୍ତି ।

ଜେଲରେ ଭଲ ବ୍ୟବହାର କାରଣରୁ ମୋଟ୍ ୫୬ ଜଣଙ୍କୁ ମୁକ୍ତ କରିବାକୁ ସୁପାରିଶ କରିଥିଲା ଷ୍ଟେଟ ସେଣ୍ଟନ୍ସ ରିଭ୍ୟୁ ବୋର୍ଡ (SRB) । ଏହି ତାଲିକାରେ ରହିଛି ରବୀନ୍ଦ୍ର ପାଲ ଓରଫ ଦାରା ସିଂଙ୍କ ନାଁ । ଦାରାଙ୍କୁ ମୁକ୍ତ କରିବା ନେଇ ଗତ ଜୁଲାଇ ୬ ତାରିଖରେ ବସିଥିଲା ଷ୍ଟେଟ ସେଣ୍ଟେନ୍ସ ବୋର୍ଡର ବୈଠକ । ଦାରାଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା ବୋର୍ଡ ।

ଏଥିସହ ପଢ଼ନ୍ତୁ: ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର; ଗ୍ରାମାଞ୍ଚଳର ରାସ୍ତା ଉପରେ ଗୁରୁତ୍ଵ 

ହେଲେ ତାଙ୍କର କିଛି ଭେରିଫିକେସନ୍ ବାକି ରହିଯାଇଥିବା, ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ରାଜ୍ୟ ସରକାର । ଫଳରେ କୋର୍ଟ ୧୫ ଅଗଷ୍ଟ ସୁଦ୍ଧା ସବୁ ପ୍ରକ୍ରିୟା ସାରି ତାଙ୍କୁ ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି । ନହେଲେ ଅଗଷ୍ଟ ୧୯ ତାରିଖରେ ପବର୍ତ୍ତୀ ଶୁଣାଣିରେ କୋର୍ଟ ନିଷ୍ପତ୍ତି କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଦାରାଙ୍କ ଓକିଲ ଏପି ସିଂ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୯୯୯ରେ କେନ୍ଦୁଝର ଜିଲ୍ଲା ମନୋହରପୁରରେ ଏକ ଭିଡ଼ ହିଂସା ଘଟଣାରେ ଅଷ୍ଟ୍ରେଲିଆର ଖ୍ରୀଷ୍ଟିଆନ ମିସନାରୀ ଗ୍ରାହମ ଷ୍ଟେନ୍ସଙ୍କ ସହ ତାଙ୍କ ଦୁଇ ନାବାଲକ ପୁଅଙ୍କୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଦାରା ସିଂ ଏହି ଭିଡ଼ ହିଂସାର ନେତୃତ୍ବ ନେଇଥିବା ଅଭିଯୋଗରେ ୨୦୦୩ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଦାରା ସିଂଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ କରିଥିଲେ ।

ଏଥିସହ ପଢ଼ନ୍ତୁ: ଝାରସୁଗୁଡ଼ାରେ BJDକୁ ଝଟ୍‌କା; ନିଲମ୍ବନକୁ ବିରୋଧ କରି ଦଳ ଛାଡ଼ିଲେ ୧୦ କାଉନସିଲର୍ 

୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହାକୁ କୋହଳ କରି ଆଜୀବନ କାରାଦଣ୍ଡ କରିଥିଲେ । ୨୦୧୧ରେ ସୁପ୍ରିମକୋର୍ଟ ମଧ୍ୟ ଦାରା ସିଂଙ୍କ ଆଜୀବନ କାରାଦଣ୍ଡକୁ କାଏମ ରଖିଥିଲେ । ସେବେଠାରୁ ଦାରା ସିଂ ଭୁବନେଶ୍ବର ଝାରପଡ଼ା ଜେଲରେ ରହୁଛନ୍ତି । ୨୬ ବର୍ଷରୁ ଅଧିକ ସମୟ ଧରି ସେ ଜେଲରେ ରହି ସାରିଥିବାରୁ ଏବେ ତାଙ୍କ ମୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।