Rath Sarathis / ଟିଣ ଛାତ ତଳେ ଅପୂଜା ଦାରୁବ୍ରହ୍ମଙ୍କ ରଥର ସାରଥି, ଅବହେଳିତ ଅବସ୍ଥାରେ ପଡ଼ିଛନ୍ତି ଜୀବନ୍ତ ଠାକୁର
·1 hour ago·2 min read

Key Points
ଟିଣ ଛାତ ତଳେ ଅପୂଜା ଦାରୁବ୍ରହ୍ମଙ୍କ ରଥର ସାରଥି
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମିଳିଲାନି ସ୍ଥାନ
ଜୀବନ୍ତ ଠାକୁରଙ୍କୁ ଉପଯୁକ୍ତ ସ୍ଥାନ ଦେବାକୁ ସେବାୟତ ମହଲରେ ଦାବି

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାରେ ମହାପ୍ରଭୁଙ୍କ ସହ ଯେଉଁମାନଙ୍କର ନବକଳେବର ହୁଏ, ଆଉ ମହାପ୍ରଭୁ ପାତାଳୀ ହେଲେ ଯେଉଁମାନେ ସମାଧିସ୍ଥ ହୁଅନ୍ତି, ସେହି ରଥ ସାରଥିମାନେ ଆଜି ଅବହେଳିତ । ନରେନ୍ଦ୍ର ମହଲା ସ୍ଥିତ ଟିଣ ଛାତ ତଳେ ପ୍ରଖର ଗରମରେ ସିଝୁଛନ୍ତି ଦାରୁବ୍ରହ୍ମଙ୍କ ରଥର ସାରଥି । ବର୍ଷ ସାରା ଖଈ କୋରା ଭୋଗ ହେଉଥିବା ଏହି ପୂଜ୍ୟ ଠାକୁରଙ୍କ ପାଇଁ ସ୍ଥାୟୀ ଗୃହ ନିର୍ମାଣ ପାଇଁ ରୂପକାର ସେବକଙ୍କ ମହଲରେ ତେଜିଛି ଅସନ୍ତୋଷ ।
ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାରେ ତିନି ରଥର ସାରଥି ସାଜନ୍ତି ଦାରୁକ, ଅର୍ଜୁନ ଓ ମାତଳୀ । ମହାପ୍ରଭୁଙ୍କ ସହିତ ଏମାନଙ୍କର ମଧ୍ୟ ନବକଳେବର ହୋଇଥାଏ, ଆଉ ମହାପ୍ରଭୁ ପାତାଳୀ ହେଲେ ଏମାନେ ବି ସମାଧିସ୍ଥ ହୁଅନ୍ତି । ଘୋଷଯାତ୍ରା ପରେ ରଥର ବିଭିନ୍ନ ଅଂଶକୁ ଭାଙ୍ଗି ଶ୍ରୀମନ୍ଦିର ରୋଷଘରେ ଜାଳେଣି ରୂପେ ବ୍ୟବହୃତ ହେଉଥିବା ବେଳେ, ଏହି ଜୀବନ୍ତ ଠାକୁର କିନ୍ତୁ ଅକ୍ଷତ ରୁହନ୍ତି । ହେଲେ ଏହି ରଥ ସାରଥିମାନେ ଏବେ ନରେନ୍ଦ୍ର ମହଲା ସ୍ଥିତ ଟିଣ ଛାତ ତଳେ ଅପୂଜା ହୋଇ ପଡ଼ି ରହିବା ସହ ପ୍ରଖର ଗରମରେ ସିଝୁଛନ୍ତି । ଯାହାକୁ ନେଇ ସେବାୟତ ମହଲରେ ତେଜିଛି ଅସନ୍ତୋଷ ।
ପୂର୍ବ ସମୟରେ ରଥ ସାରଥିମାନେ ଶ୍ରୀମନ୍ଦିର ଭିତରେ ପାଣି ଘରେ ରହିଥିଲେ । ପରେ ସେମାନଙ୍କୁ କୋଇଲି ବୈକୁଣ୍ଠକୁ ସ୍ଥାନାନ୍ତର କରାଯାଇଥିଲା । ତା'ପରେ ଦୋଳବେଦୀ ଓ ପରିକ୍ରମା ପ୍ରକଳ୍ପ ନିର୍ମାଣ ପରେ ଏବେ ସେମାନଙ୍କୁ ନରେନ୍ଦ୍ର ମହଲା ସ୍ଥିତ ଟିଣ ଛାତ ତଳକୁ ଅଣାଯାଇଛି । ତେବେ ବର୍ଷ ସାରା ଖଈ କୋରା ଭୋଗ ହେଉଥିବା ଏହି ପୂଜ୍ୟ ଠାକୁରଙ୍କୁ ଉପଯୁକ୍ତ ସମ୍ମାନ ଦେଇ ଏକ ସ୍ଥାୟୀ ଗୃହ ନିର୍ମାଣ ସହ ପୂଜାର୍ଚ୍ଚନା କରିବାକୁ ରୂପକାର ସେବକମାନେ ଦାବି କରିଛନ୍ତି । ସେପଟେ ରଥଯାତ୍ରା ସମୟରେ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଯେଉଁ ସାରଥିମାନେ ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାନ୍ତି, ସେମାନେ ଆଜି ଏମିତି ଅଲୋଡା ଅବସ୍ଥାରେ ପଡ଼ି ରହିବା ସମସ୍ତଙ୍କୁ ବ୍ୟଥିତ କରିଛି । ତେବେ କେତେ ଶୀଘ୍ର ଟିଣ ଛାତର ଏହି ଅନ୍ଧାରୀ କୋଠରୀରୁ ମୁକ୍ତି ପାଇ ଏକ ସ୍ଥାୟୀ ଗୃହରେ ପୂଜା ପାଇବେ ଦାରୁବ୍ରହ୍ମଙ୍କ ରଥ ସାରଥି ତାକୁ ଦେଖିବାକୁ ଭକ୍ତଙ୍କ ଅପେକ୍ଷା ।

ଅଧିକ ପଢ଼ନ୍ତୁ: ମୁଖା ଖୋଲିଦେଲା ମିଛ ଅଭିଯୋଗ; ଗଣଦୁଷ୍କର୍ମ ଅଭିଯୋଗ ପାଇଁ ପ୍ରେମିକାକୁ କରୁଥିଲା ମୋହରା
ପୂର୍ବ ସମୟରେ ରଥ ସାରଥିମାନେ ଶ୍ରୀମନ୍ଦିର ଭିତରେ ପାଣି ଘରେ ରହିଥିଲେ । ପରେ ସେମାନଙ୍କୁ କୋଇଲି ବୈକୁଣ୍ଠକୁ ସ୍ଥାନାନ୍ତର କରାଯାଇଥିଲା । ତା'ପରେ ଦୋଳବେଦୀ ଓ ପରିକ୍ରମା ପ୍ରକଳ୍ପ ନିର୍ମାଣ ପରେ ଏବେ ସେମାନଙ୍କୁ ନରେନ୍ଦ୍ର ମହଲା ସ୍ଥିତ ଟିଣ ଛାତ ତଳକୁ ଅଣାଯାଇଛି । ତେବେ ବର୍ଷ ସାରା ଖଈ କୋରା ଭୋଗ ହେଉଥିବା ଏହି ପୂଜ୍ୟ ଠାକୁରଙ୍କୁ ଉପଯୁକ୍ତ ସମ୍ମାନ ଦେଇ ଏକ ସ୍ଥାୟୀ ଗୃହ ନିର୍ମାଣ ସହ ପୂଜାର୍ଚ୍ଚନା କରିବାକୁ ରୂପକାର ସେବକମାନେ ଦାବି କରିଛନ୍ତି । ସେପଟେ ରଥଯାତ୍ରା ସମୟରେ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଯେଉଁ ସାରଥିମାନେ ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାନ୍ତି, ସେମାନେ ଆଜି ଏମିତି ଅଲୋଡା ଅବସ୍ଥାରେ ପଡ଼ି ରହିବା ସମସ୍ତଙ୍କୁ ବ୍ୟଥିତ କରିଛି । ତେବେ କେତେ ଶୀଘ୍ର ଟିଣ ଛାତର ଏହି ଅନ୍ଧାରୀ କୋଠରୀରୁ ମୁକ୍ତି ପାଇ ଏକ ସ୍ଥାୟୀ ଗୃହରେ ପୂଜା ପାଇବେ ଦାରୁବ୍ରହ୍ମଙ୍କ ରଥ ସାରଥି ତାକୁ ଦେଖିବାକୁ ଭକ୍ତଙ୍କ ଅପେକ୍ଷା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories