Videos
|
Odisha

ଯୌତୁକ ଦାବିରେ ବୋହୂ ହତ୍ୟା, ଅଭିଯୋଗ ଆଣିଲେ ଝିଅର ପରିବାର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଯୌତୁକ ଦାବିରେ ବୋହୂ ହତ୍ୟା, ଅଭିଯୋଗ ଆଣିଲେ ଝିଅର ପରିବାର

କେନ୍ଦ୍ରାପଡା : ପୁଣି ଆସିଲା ଏକ ସଂଗୀନ ଅଭିଯୋଗ । ଅଧିକ ଯୌତୁକ ଦାବି ଶାଶୁ, ଶଶୁର ଓ ସ୍ୱାମୀ ହତ୍ୟା କରିଥିବା ନେଇ ଥାନରେ ଏତଲା ଦେଲେ ଝିଅର ପରିବାର ଲୋକେ l ୧୧.୦୬.୨୩ ରେ ବିଂଝାରପୁର ପଞ୍ଚାନନ ପରିଡାଙ୍କ ଝିଅ ସୋନାଲି ପରିଡା ଆଳି ଅର୍ଗଳ ନିବାସୀ ବେଣୁଧର ସାହୁଙ୍କ ପୁଅ ମନୋଜ ସାହୁଙ୍କ ସହିତ ବିବାହ ହୋଇଥିଲା l ଝିଅର ମାମୁଁଙ୍କ ଥାନାରେ କରିଥିବା ଅଭଯୋଗ ଅନୁସାରେ ଝିଅର ବିବାହ ପରେ ପୁଅର ପରିବାର ଲୋକେ ଅଧିକ ଯୌତୁକ ଦାବି କରି ଝିଅକୁ ଅତ୍ୟାଚାର କରି ଆସୁଥିଲେ l କିନ୍ତୁ ୨୪.୦୨.୨୪ ତାରିଖ ଦିନ ମଧ୍ୟାହ୍ନ 4ଟା ସମୟରେ ଝିଅର ଶାଶୁ ଘର ଲୋକେ ଝିଅ ଘରକୁ ଫୋନ କରି ଝିଅ ଦେହ ଖରାପ ଥିବାକଥା କହିଥିଲେ । 

ଅଧିକ ପଢନ୍ତୁ : ଅଧିକ ଯୌତୁକ ଦାବି କରି ମାରି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

କିନ୍ତୁ ଝିଅ ଘର ଲୋକେ ପହଞ୍ଚିବା ପରେ ଝିଅକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ଝିଅର ଶାଶୂ ଝିଅ ରସି ଦେଇଥିବା କହିଥିଲେ ।ତେବେ ଝିଅ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅ 7 ମାସର ଗର୍ଭବତୀ ଥିଲା , ତେଣୁ ତାକୁ ତାର ଶାଶୁ,ଶଶୁର ଓ ସ୍ୱାମୀ ହତ୍ୟା କରିଛନ୍ତି  l ଏ ବିଷୟରେ ଆମେ ପୋଲିସକୁ  ପଚାରିବାରୁ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ l
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Daughter-in-law's murder, daughter-in-law's family filed a complaint | Argus News