Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବାପାର ଦୁଷ୍କର୍ମ ପରେ ଝିଅର ଆତ୍ମହତ୍ଯା, ଅଭିଯୋଗ ଆଣିଲେ ଝିଅର ମାଆ

Odisha

ବାପାର ଦୁଷ୍କର୍ମ ପରେ ଝିଅର ଆତ୍ମହତ୍ଯା, ଅଭିଯୋଗ ଆଣିଲେ ଝିଅର ମାଆ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ବାପାର ଦୁଷ୍କର୍ମ ପରେ ଝିଅର ଆତ୍ମହତ୍ଯା, ଅଭିଯୋଗ ଆଣିଲେ ଝିଅର ମାଆ

ପୁରୀ : କୋଣାର୍କ ଥାନା ଅର୍ନ୍ତଗତ ଶିମିଳି ପଂଚାୟତ ମାଟିଆପଡା ଗାଁରେ ଏକ ଲଜ୍ଜା ଜନକ ଘଟଣା ପଦାକୁ ଆସିଛି। ବାପା ନିଜର ଝିଅକୁ ଦୁଷ୍କର୍ମ କରିବା ପରେ ଝିଅ ଲଜ୍ଜା ସହି ନପାରି ଆତ୍ମହତ୍ୟା କରିଥିବା ଝିଅର ମା ଏପରି ଅଭିଯୋଗ ଆଣିଛନ୍ତି। କିଛି ଦିନ ହେବ ବାପା ମଳୟ ରଞ୍ଜନ ମହାନ୍ତି ତାଙ୍କ ବଡ ଝିଅଉପରେ ଖରାପ ନଜର ଥିଲା। ନାବାଳିକା ଝିଅ ଏପରି ଏକ ଲଜ୍ଜା ଜନକ ଘଟଣା ସଂପର୍କ ରେ ମା କୁ ଅଭିଯୋଗ କରିଥିଲେ ମଧ୍ୟ ସମାଜ ରେ ନିଜର ଏପରି ଘଟଣା କୁ ଲୁଚାଇ ରଖିବା ସହିତ ତାଙ୍କ ସ୍ବାମୀ ମଳୟ ଙ୍କୁ ତାଗିଦ୍ କରିଥିଲେ ମା। ଆଜି ପର ଘରକୁ ମା କାମକରିବାକୁ ଜାଇଥିବା ସମୟରେ ବାପା  ମଳୟ  ସକାଳୁ ନାବାଳିକା ଝିଅ କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ନାବାଳିକା ଲଜ୍ଜା ସହି ନପାରି ଆତ୍ମହତ୍ୟାକରିଛି ନିଜ ଶୋଇବା ଘରେ  । ପରିବାର ସଦସ୍ୟ ଏପରି ଆତ୍ମହତ୍ୟା ଘଟଣା ଜାଣିବା ପରେ ସଙ୍ଗେ ସଙ୍ଗେ ଗୋପ ଡାକ୍ତରଖାନା କୁ ଆଣିଥିଲେ। ମାତ୍ର ଡାକ୍ତର ନାବାଳିକା କୁ ମୃତ୍ୟୁ ଘୋଷଣା କରିଥିଲେ  ଏ ସଂପର୍କରେ ପରିବାର ପକ୍ଷରୁ କୋଣାର୍କ ଥାନାକୁ ଅବଗତ କରାଜିବାପରେ ଘଟଣା ସ୍ଥଳରେ କୋଣାର୍କ ପୋଲିସ ପହଞ୍ଚି କେସ ନମ୍ଵର୍ ୪/୨୪ ରେ ଅପମୃତ୍ୟୁ ମାମଲା ରୁଜୁକରି ପୁରୀ ଜିଲ୍ଲା ସ୍ୱାସ୍ଥକେନ୍ଦ୍ରକୁ ବ୍ୟବଛେଦ ନିମନ୍ତେ ପଠାଯିବା ପରେ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l

ଅଧିକ ପଢନ୍ତୁ ଓଡିଶା ଖବର

ସେପଟେ କୋଣାର୍କ ଥାନା ଅଞ୍ଚଳରେ ବାପା ଝିଅକୁ ବଳତ୍କାର ଓ ନାବାଳିକା ଝିଅର ଆତ୍ମହତ୍ୟା ପରେ ପୁରୀ ପୋଲିସ ଘଟଣାକୁ ଗୁରୁତର ସହ ନେଇଛି l ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ l ନାବାଳିକାର ମା'ଙ୍କ ବୟାନ ରେକର୍ଡ କରାଯିବ l ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ l ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଶବବ୍ୟବଛେଦ କରାଯାଇଛି l ଡାକ୍ତର ଙ୍କ ରିପୋର୍ଟ ଓ ତଦନ୍ତ ରିପୋର୍ଟ ଆଧାର ରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିଵା ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Daughter's suicide after her father's misconduct, the girl's mother filed a complaint | Argus News