Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୧ ବର୍ଷ ନାବାଳକର ମୃତ ଦେହ ଉଦ୍ଧାର, ବଳି ଦିଆଯାଇଥିବା ସନ୍ଦେହ

Odisha

୧୧ ବର୍ଷ ନାବାଳକର ମୃତ ଦେହ ଉଦ୍ଧାର, ବଳି ଦିଆଯାଇଥିବା ସନ୍ଦେହ

Swayangprajna Mishra
Browse all articles by Swayangprajna Mishra
·1 year ago
୧୧ ବର୍ଷ ନାବାଳକର ମୃତ ଦେହ ଉଦ୍ଧାର, ବଳି ଦିଆଯାଇଥିବା ସନ୍ଦେହ

ବଲାଙ୍ଗୀର : ୧୧ ବର୍ଷର ନାବାଳକକୁ ବଳି । ଏଭଳି ସାଘାଂତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଜଳପାକେର ଗାଁରୁ । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସୀ ଲାଥୋର ନୂଆପଡ଼ା ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଛନ୍ତି । ସେପଟେ ଅଭିଯୁକ୍ତ ଦୋଲାମନି ରଣାଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍ । ଜଳ ପାକେର ଗାଁର ନାବାଳକ ଗତକାଲି ସନ୍ଧ୍ୟାରୁ ଘରୁ ବାହାରି ଆଉ ଫେରି ନଥିଲେ ।

ଅଧିକ ପଢନ୍ତୁ : ମହାନଦୀରେ ଭାସିଯାଇ ନିଖୋଜ ୨ ନାବାଳକ

ପରିବାର ଲୋକ ଖୋଜାଖୋଜି ପରେ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ପରେ ଝଲିଆଲିତି ନିକଟରୁ ନାବାଳକର ମୃତଦେହ ଉଦ୍ଧାର କରିଥିଲା ଲାଠୋର ପୋଲିସ୍ । ନାବାଳକଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dead body of 11-year-old minor recovered, suspected to have been sacrificed | Argus News