Dead Monkey in Water Tank / ଗାଁ ପାଣିଟାଙ୍କି ଭିତରେ ମୃତ ମାଙ୍କଡ଼; ଭୟଭୀତ ଅବସ୍ଥାରେ ପାଣି ପିଉଥିବା ଗ୍ରାମବାସୀ
·5 months ago·2 min read

Key Points
ଗାଁର ପାଣି ଟାଙ୍କି ଭିତରେ ମୃତ ଅବସ୍ଥାରେ ମିଳିଲା ମାଙ୍କଡ଼
ଜାଣିନଥିଲେ ଗ୍ରାମବାସୀ, ୭ଦିନ ଧରି ପିଉଥିଲେ ପାଣି
ଏବେ ଘଟଣା ଜଣାପଡ଼ିବା ପରେ ଭୟରେ ପୁରା ଗାଁ
ଜାଣିନଥିଲେ ଗ୍ରାମବାସୀ, ୭ଦିନ ଧରି ପିଉଥିଲେ ପାଣି
ଏବେ ଘଟଣା ଜଣାପଡ଼ିବା ପରେ ଭୟରେ ପୁରା ଗାଁ
ଗାଁର ପିଛା ଛାଡୁନି ପିଇବା ପାଣି ସମସ୍ୟା । ବହୁ ଉଦ୍ୟମ ପରେ ଗାଁଲୋକେ ପାଣି ଟାଙ୍କିରୁ ପାଣି ନେଉଥିଲେ । ହେଲେ ଏବେ ପାଣି ଟାଙ୍କି ଭିତରୁ ବାହାରିଛି ମଲା ମାଙ୍କଡ଼ । ପ୍ରାୟ ୭ ଦିନ ଧରି ମଲା ମାଙ୍କଡ଼ ପଡ଼ିଥିବା ପାଣି ପିଉଥିଲେ ଗ୍ରାମବାସୀ । ଏବେ ଟାଙ୍କିରୁ ମାଙ୍କଡ଼ର ମୃତଦେହ ଉଦ୍ଧାର ହେବା ପରେ ପୁରା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଏଭଳି ଅଭାବନୀୟ ଘଟଣା ବରଗଡ଼ ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ୍ ବ୍ଲକ୍ ଡାଙ୍ଗବାହାଲ ଗାଁରେ ଘଟିଛି ।
ଡାଙ୍ଗବାହାଲ ଗାଁରେ ବହୁ ଦିନ ଧରି ପିଇବା ପାଣି ସମସ୍ୟା ରହିଥିଲା । ଗାଁ ଲୋକେ ନଳକୂପରୁ ପିଉଥିବା ପାଣି ଫ୍ଲୋରାଇଟ ଯୁକ୍ତ ଥିବାରୁ ଗାଁର ଅନେକ ଲୋକ କିଡନୀ, ଦାନ୍ତ ହଳଦିଆ ପଡ଼ିଯିବା ପରି ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହାପରେ ଅଙ୍ଗ ନଦୀରୁ ପିଇବା ପାଣିର ସୁବିଧା କରାଯାଇଥିଲା । ଏବେ ମଲା ମାଙ୍କଡ଼ ଟାଙ୍କି ଭିତରୁ ବାହାରିବା ପରେ ଅସନ୍ତୋଷ ଅବସ୍ଥାରେ ଅଛନ୍ତି ଗାଁ ଲୋକେ । ପାଣିଟାଙ୍କିର ସଠିକ ରକ୍ଷାଣବେକ୍ଷଣ ହେଉନଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।
ପଢନ୍ତୁ ଏହି ଖବର: ଚପଲ ପିନ୍ଧି ମନ୍ଦିରରେ ଫଟୋସୁଟ୍; ମାଡ଼ି ଆସିଲେ ସ୍ଥାନୀୟ ଲୋକ, ଦେଲେ ଉତ୍ତମ ମଧ୍ୟମ

- ଖୋଲା ଅବସ୍ଥାରେ ଥିଲା ପାଣି ଟାଙ୍କି
ପଢନ୍ତୁ ଏହି ଖବର: ଚପଲ ପିନ୍ଧି ମନ୍ଦିରରେ ଫଟୋସୁଟ୍; ମାଡ଼ି ଆସିଲେ ସ୍ଥାନୀୟ ଲୋକ, ଦେଲେ ଉତ୍ତମ ମଧ୍ୟମ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଗାଁରେ ଉତ୍କଟ ପିଇବା ପାଣି ସମସ୍ୟା
Related Topics
Explore more stories