ଚମ୍ପୁଆରେ ସିରିଜ୍ ଦୁର୍ଘଟଣା, ୫ ମୃତ
·2 years ago

ଅର୍ଗସ ବ୍ୟୁରୋ : ଚମ୍ପୁଆ ଥାନା ରିମୁଳି ବାଇପାସ୍ରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ସିରିଜ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି । କେନ୍ଦୁଝରରୁ ବଡ଼ବିଲ କାର୍ ଯୋଗେ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁଇଟି ଟ୍ରକ୍ ଧକ୍କା ଦେବା ଫଳରେ କାର୍ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଚମ୍ପୁଆ ଥାନା ରିମୁଳି ବାଇପାସ୍ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ଅନୁସାରେ କେନ୍ଦୁଝରରୁ ବଡ଼ବିଲ କାର୍ ଯୋଗେ ଫେରିବା ବେଳେ ଚମ୍ପୁଆ ଥାନା ରିମୁଳି ବାଇପାସ୍ରେ ଦୁର୍ଘଟଣା ଘଟିଛି । ଟ୍ରକ୍-କାର୍-ଟ୍ରକ୍ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ନେଇ ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: