Videos
|
Odisha

କାରାଗାରରେ କଏଦୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

Swayangprajna Mishra
Browse all articles by Swayangprajna Mishra
·2 years ago
କାରାଗାରରେ କଏଦୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଢେଙ୍କାନାଳ : ସନ୍ଦେହ ଜନକ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ । ଏକ ହତ୍ୟା ଅଭିଯୋଗରେ ଜାନୁୟାରୀ 3 ତାରିଖରେ ବିଜୟ ନାଏକ ଗିରଫ ହୋଇ  ହିନ୍ଦୋଳ ଉପ କାରାଗାରରେ ବିଚାରାଧୀନ ବନ୍ଦୀ ଭବେ ଥିଲେ। ଆଜି ସନ୍ଧ୍ୟାରେ ବିଜୟଙ୍କ ଦେହ ଅସୁସ୍ଥ ହେବାରୁ ଜେଲ୍ କର୍ତ୍ତୃପକ୍ଷ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରିଥଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢନ୍ତୁ : ଭିଣୋଇଙ୍କୁ ହତ୍ୟା କରି ବନ୍ଧା ହେଲା ଶଳା

ଅନ୍ୟ ପକ୍ଷରେ ବିଜୟ ଜେଲ୍ ଭିତରେ ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଥଲେ। ମୋ ଶ୍ବଶୁରଙ୍କୁ ଜେଲରେ ମାରି ଦେଇ ଥିବା ନେଇ ମୃତକ ବିଜୟଙ୍କ ବୋହୁ ରିଙ୍କି ନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେପଟେ ଜେଲ କର୍ତ୍ତୁପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: