Cyclone Alert / ଘଣ୍ଟା ପ୍ରତି ୫ କି.ମି. ବେଗରେ ଗତି କରୁଛି ଗଭୀର ଅବପାତ; ୨୬ ସକାଳେ ବାତ୍ୟା
·57 mins ago·2 min read

Key Points
ପାଣିପାଗ ବିଭାଗର ଆକଳନ ଅନୁସାରେ, ଅତି ଭୀଷଣ ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଅତି ଜୋର୍ରେ ପବନ ହେବ । ଘଣ୍ଟାପ୍ରତି ପବନର ବେଗ ୧୧୫ରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।
ଭୁବନେଶ୍ଵର: ବଳ ଗୋଟାଉଛି ଅବପାତ । ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଥିବା ଅବପାତ, ଗଭୀର ଅବପାତରେ ପରିଣତ ହୋଇଛି । ଏବେ ଗଭୀର ଅବପାତ ଦକ୍ଷିଣପଶ୍ଚିମ ଦିଗରେ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଆଗକୁ ଗତି କରୁଛି ।
ଗଭୀର ଅବପାତ ଏବେ ଆଣ୍ଡାମାନର ଶ୍ରୀ ବିଜୟ ପୂରମ ଠାରୁ ଉତ୍ତର-ଉତ୍ତରପଶ୍ଚିମରେ ୪୨୦ କିଲୋମିଟର ଦୂରରେ ରହିଛି । ସେହିଭଳି ଆନ୍ଧ୍ରର ବିଶାଖାପାଟଣାରୁ ପୂର୍ବ-ଦକ୍ଷିଣପୂର୍ବରୁ ୪୨୦ କିମି, କାକିନାଡ଼ା ଠାରୁ ସମାନ ଦିଗରେ ୯୬୦ କିଲୋମଟିର ଦୂରରେ ରହିଛି ଅବପାତ ।
ଏଥିସହ ପଢ଼ନ୍ତୁ: ୪ ଦିନ ଚାଲିବନି ଡଙ୍ଗା, ନିୟମ ନମାନିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
ଏହା କ୍ରମଶଃ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରି ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହୋଇ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରେ ୨୬ ତାରିଖ ଭୋର୍ ସମୟରେ ପହଞ୍ଚିବ । ଏହା ପରେ ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ୨୭ ତାରିଖ ସକାଳେ ପରିଣତ ହୋଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପରେ ଭୀଷଣ ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅତି ଭୀଷଣ ବାତ୍ୟା ଭାବେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ୨୮ ତାରିଖ ସକାଳେ ପହଞ୍ଚିବ । ଆକଳନ ଅନୁସାରେ, ଆନ୍ଧ୍ରପ୍ରଦେଶ ଏବଂ ୟାନମ ଉପକୂଳର ବାପଟଲା ଓ ବିଶାଖାପାଟଣା ମଧ୍ୟରେ ଅତି ଭୀଷଣ ବାତ୍ୟା ଭାବେ ଉପକୂଳ ଅତିକ୍ରମ କରିପାରେ ।
କେତେ ରହିବ ପବନର ବେଗ ?
ପାଣିପାଗ ବିଭାଗର ଆକଳନ ଅନୁସାରେ, ଅତି ଭୀଷଣ ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଅତି ଜୋର୍ରେ ପବନ ହେବ । ଘଣ୍ଟାପ୍ରତି ପବନର ବେଗ ୧୧୫ରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ସେହିଭଳି ଏହି ସମୟରେ ଘଣ୍ଟାପ୍ରତି ୧୪୦ କିଲୋମିଟର ବେଗରେ ଝଟ୍କା ପବନ ବହିବାର ଆଶଙ୍କା କରାଯାଇଛି । ଏଭଳି ସ୍ଥିତି ୨୮ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ରହିପାରେ ।
୪ ରାଜ୍ୟକୁ ରେଡ୍ ଆଲର୍ଟ
ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ୨୮ତାରିଖ ପାଇଁ ୪ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼ ଏବଂ #ତେଲଙ୍ଗାନାର ବିଭିନ୍ନ ଜିଲ୍ଲାକୁ ଦିଆଯାଇଛି ରେଡ୍ ଆଲର୍ଟ । ଆନ୍ଧ୍ରର ୧୧ ଜିଲ୍ଲା, ଓଡ଼ିଶାର ୫ ଜିଲ୍ଲା, ଛତିଶଗଡ଼ର ୪ ଜିଲ୍ଲା, ଏବଂ ତେଲଙ୍ଗାନାର ୪ ଜିଲ୍ଲାକୁ ରେଡ୍ ଆଲର୍ଟ ରହିଛି ।
ଏଥିସହ ପଢ଼ନ୍ତୁ: କେଉଁଠି ଲ୍ୟାଣ୍ଡଫଲ୍ କରିବ ଅତି ଭୀଷଣ ବାତ୍ୟା ? ଗତିପଥ ଜାରି କଲା ପାଣିପାଗ ବିଭାଗ

୨୭ରୁ ପ୍ରବଳ ବର୍ଷା
ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୨୭ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୭ରେ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି । ସେହିଭଳି ୨୮ ତାରିଖରେ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

Related Topics
Explore more stories