ବଦଳିଲା ହରିଣଙ୍କ ଠିକଣା, ତୁଳସୀପୁରରୁ ନନ୍ଦନକାନନ ଓ ଚନ୍ଦକା ଜଙ୍ଗଲ

ଅର୍ଗସ ବ୍ୟୁରୋ : ତୁଳସୀପୁରରୁ ନନ୍ଦନକାନନ ଓ ଚନ୍ଦକା ଜଙ୍ଗଲ । ବଦଳିଲା ହରିଣଙ୍କ ଠିକଣା । କଟକ ତୁଳସୀପୁର ପାର୍କରୁ ହରିଣଙ୍କୁ ନନ୍ଦନକାନନ ଏବଂ ଚନ୍ଦକା ଜଙ୍ଗଲକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ସଂଖ୍ୟାରେ ହରିଣ ରହିବା ପାଇଁ ତୁଳସୀପୁର ଉପଯୁକ୍ତ ପରିବେଶ ହୋଇନଥିବା ଦର୍ଶାଇ ୨୦୧୮ ନ୍ୟାସନାଲ ଜୁ ଅଥରିଟି ପାର୍କର ସ୍ୱୀକୃତି ରଦ୍ଦ କରିଥିଲା । ଏବେ ପର୍ଯାୟ କ୍ରମେ ଏଠାରେ ଥିବା ସମସ୍ତ ୨୯୬ ହରିଣକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଏସିଏଫ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୧୯୮୧ ମସିହାରେ ମାତ୍ର ୬ଟି ହରିଣଙ୍କୁ ନେଇ ଆରମ୍ଭ ହୋଇଥିଲା ତୁଳସୀପୁର ହରିଣ ପାର୍କ । ଏପଟେ ହରିଣଙ୍କ ସ୍ଥାନାନ୍ତରକୁ ନେଇ ଭାଙ୍ଗି ପଡିଛନ୍ତି ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସେବା କରି ଆସୁଥିବା ସିବି ପ୍ରସାଦ ମିଶ୍ର । ହରିଣ ଏହି ପାର୍କରେ ଆଉ ରହିବେ ନାହିଁ, ଆଉ ନାଁ ଧରି ଡାକିଲେ, ହରିଣ ଦୌଡିଆସି ହାତରୁ ଖାଇବେନି । ହରିଣ ସହ ଆତ୍ମିୟତା ଜମିଥିବା ସିବି ପ୍ରସାଦ ମିଶ୍ର କ୍ୟାମେରା ସାମ୍ନାରେ ନିଜର କୋହ ସମ୍ଭାଳି ପାରି ନାହାନ୍ତି ।
📱 Get Argus News App
✨ସମସ୍ତ ହରିଣଙ୍କୁ ସ୍ଥାନାନ୍ତର ନିଷ୍ପତ୍ତି ନିଆଯାଇଥିଲେ ବି ଏଠାରେ ୨୦ରୁ ୨୫ଟି ହରିଣଙ୍କୁ ରଖିବା ପାଇଁ ବନବିଭାଗକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି କଟକ ମେୟର । ତୁଳସୀପୁରରେ ହରିଣ ପାର୍କ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ପାର୍କରେ ମାତ୍ର ୬ଟିରୁ ୨୯୬ରେ ହରିଣ ସଂଖ୍ୟା ପହଞ୍ଚିବା ପରେ ପାର୍କର ମାନ୍ୟତା ରଦ୍ଦ ହୋଇଥିଲା । ଏବେ କିଛି ଦିନ ମଧ୍ୟରେ ହରିଣ ଶୂନ୍ୟ ହେବାକୁ ଯାଉଛି ତୁଳସୀପୁର ପାର୍କ ।