Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖେଳପଡିଆ ଚିହ୍ନଟ ପାଇଁ ଗାଁ ଯୁବକଙ୍କ ଦାବି

Swayangprajna Mishra
Browse all articles by Swayangprajna Mishra
·2 years ago
ଖେଳପଡିଆ ଚିହ୍ନଟ ପାଇଁ ଗାଁ ଯୁବକଙ୍କ ଦାବି

ଭଦ୍ରକ : ଗାଁରେ ନାହିଁ ଖେଳପଡିଆ । ଏକ ଖେଳ ପଡ଼ିଆ ଚିହ୍ନଟ ପାଇଁ ଗ୍ରାମର ଯୁବକ ଗୋଷ୍ଠୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି l ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ବଡ଼ବର୍ଚ୍ଚିକୟାଁ ଗାଁରେ ଏକ ଖେଳପଡ଼ିଆ ନଥିବାରୁ ଗାଁ ଯୁବକ ମାନେ ଖେଳିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ବାରମ୍ବାର ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସାହାଯ୍ୟ ମିଳିପାରିନି । 

ଅଧିକ ପଢନ୍ତୁ ଓଡିଶା ଖବର

ଏବେ ପୁଣିଥରେ ଗାଁର ଯୁବକମାନେ ଏକତ୍ରିତ ହୋଇ ପଞ୍ଚାୟତରେ ସରପଞ୍ଚଙ୍କ ଅନୁପସ୍ଥିତିରେ ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଦାବୀପତ୍ର ପ୍ରଦାନ କରିବା ସହ ତୁରନ୍ତ ଏକ ସ୍ଥାୟୀ ଖେଳପଡ଼ିଆ ଚିହ୍ନଟ ନିମନ୍ତେ ଦାବି କରିଛନ୍ତି. 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Demand of village youth for identification of playground | Argus News