ସମ୍ବଲପୁରରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ
·2 years ago

ଅର୍ଗସ ବ୍ୟୁରୋ : ସମ୍ବଲପୁରରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ । ବିଜେଡି ବିଧାୟକ ସୁଶାନ୍ତ ସିଂହ ଓ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ବିଜେଡିରେ ଲମ୍ବା ଦାଗି ବିଧାୟକଙ୍କ ତାଲିକା । କିଛି ଦିନ ହେବ ଦୁଇ ବିଧାୟକଙ୍କ ଅପରାଧ ଲିଙ୍କକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବରଗଡ଼ ଅମ୍ବାଭୋନା ଥାନା ଭଙ୍ଗାରୁଜା ମାମଲାରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ହାତ ଥିବା ନେଇ ଅଭିଯୋଗ ସହ ମାହାଙ୍ଗା ଟ୍ରିପଲ୍ ମର୍ଡର୍ ମାମଲାରେ ମୁଦାଲା ରହିସାରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରତାପ ଜେନା । ତେବେ ଦୁଇ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ସମ୍ବଲପୁରରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି ଯୁବ ମୋର୍ଚ୍ଚା । ୨ ଜଣଙ୍କ କୁଶ ପୁତ୍ତଳିକା ଦାହ ସହ ସେମାନଙ୍କ ଗିରଫ ଦାବି କରିଛି ଦଳ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: