ନଦୀରେ ବୁଡି ହାତୀ ଛୁଆ ମୃତ୍ୟୁ, ୩୪ ଟିକିଆ ହାତୀପଲରେ ଥିଲା ମୃତ ହାତୀ ଛୁଆ
·2 years ago

ଅର୍ଗସ ବ୍ୟୁରୋ : ନଦୀରେ ବୁଡି ହାତୀ ଛୁଆର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ରିଆମାଳ ରେଞ୍ଜ ନୁଆଡିହି ଫରେଷ୍ଟ ସେକ୍ସନରେ । କଣ୍ଠିମାଳ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ କୂଳରେ ହାତୀ ଛୁଆର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୃତ ହାତୀ ଛୁଆକୁ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ପାଣିରେ ବୁଡି ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ୩୪ ଟିକିଆ ହାତୀପଲରେ ଥିଲା ମୃତ ହାତୀ ଛୁଆ । ଘଟଣାସ୍ଥଳରେ ପହଞ୍ଚି RCCF ଅରୁଣ କୁମାର ମିଶ୍ର ତଦନ୍ତ ଆରମ୍ଭ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: