Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁଭଦ୍ରା ଯୋଜନାକୁ ନେଇ ସତର୍କ କରାଇଲେ ଉପମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ସୁଭଦ୍ରା ଯୋଜନାକୁ ନେଇ ସତର୍କ କରାଇଲେ ଉପମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ସୁଭଦ୍ରା ଯୋଜନାକୁ ନେଇ ସତର୍କ କରାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କହିଲେ, ମହିଳା ମାନେ ସାଇବର ଠକେଇର ଶିକାର ହୁଅନ୍ତୁ ନାହିଁ । ସୁଭଦ୍ରା ଯୋଜନା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଫୋନ କିମ୍ବା ଲିଙ୍କ ଯିବ ନାହିଁ ।  ଫୋନ କଲ ଏବଂ ଲିଙ୍କ ଆଦି ଉପରେ ଧ୍ୟାନ ଦେଲେ ସାଇବର ଠକେଇର ଶିକାର ହୋଇଯିବେ । ଏ ସବୁ କିଛି କରନ୍ତୁ ନାହିଁ, ସୁଭଦ୍ରା ଟଙ୍କା ମହିଳାଙ୍କ ଆକାଉଣ୍ଟରେ ସିଧାସଳଖ ଡିବିଟି ମାଧ୍ୟମରେ ପହଞ୍ଚିବ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ । 

ଅଧିକ ପଢନ୍ତୁ : ମୋଦିଙ୍କ ଭୁବନେଶ୍ବର ଗସ୍ତ ପାଇଁ ଜାରି ହେଲା କଟକଣା

କିଛି ସମୟ ପୂର୍ବରୁ ଖବର ଆସିଲା, ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଯାଇଛି କି ନାହିଁ, ସେଥିପାଇଁ ଜଣଙ୍କୁ ଫୋନ କଲ ଆସିଲା । ଲିଙ୍କରେ କ୍ଲିକ୍ କଲେ ସୁଭଦ୍ରା ଯୋଜନାର ଟଙ୍କା ମିଳିଯିବ ବୋଲି କହିଲେ । ସେହି ବ୍ୟକ୍ତିଙ୍କ ଆକାଉଣ୍ଟରୁ 12 ହାଜର 500 ଟଙ୍କା କଟି ଗଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଆସନ୍ତା କାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଜନ୍ମଦିନରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ବାଣ୍ଟିବେ ପ୍ରଥମ କିସ୍ତି ଟଙ୍କା । ଯାହାକୁ ନେଇ ଖୁବ୍ ଉତ୍ସାହିତ ମହିଳା। ଏହା ସହ ଦେଶର 10 ଲକ୍ଷ ଆବାସ ହିତାଧିକାରୀଙ୍କୁ ମଧ୍ୟ ପ୍ରଥମ କିସ୍ତି ଟଙ୍କା ଦେବେ ମୋଦି। ଆବାସ ପ୍ଲସ୍ 2024 ଆପର ମଧ୍ୟ ଉନ୍ମୋଚନ କରିବେ । 
 

Sponsored
Deputy Prime Minister warned about Subhadra Yojana | Argus News