Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣ୍ଡିଆନ ନା ଓଡ଼ିଶାର ଇତିହାସ ଜାଣିଛନ୍ତି ନା ଧାମନଗର ଇତିହାସ ବୁଝିଛନ୍ତି, ଖାଲି କଥା

Jitendra Dash
Browse all articles by Jitendra Dash
·2 years ago·3 min read
ପାଣ୍ଡିଆନ ନା ଓଡ଼ିଶାର ଇତିହାସ ଜାଣିଛନ୍ତି ନା ଧାମନଗର ଇତିହାସ ବୁଝିଛନ୍ତି, ଖାଲି କଥା

ଅର୍ଗସ ବ୍ୟୁରୋ : ଏବେ ବିଜେଡ଼ିର ନୂଆ ନୂଆ ମୁଖିଆ ସାଜିଥିବା ଭିକେ ପାଣ୍ଡିଆନ କେବଳ ଫମ୍ପା ମାଠିଆଙ୍କ ପରି କଥା କହୁଛନ୍ତି । ପାଣ୍ଡିଆନ ନା ଓଡ଼ିଶାର ଇତିହାସ ଜାଣିଛନ୍ତି ନା ଧାମନଗର ଇତିହାସ ବୁଝିଛନ୍ତି । ନିଜ ଦଳର ବରିଷ୍ଠ ନେତାଙ୍କ ଠାରୁ ବୁଝିନେବା ଉଚିତ ଯେ, 1985 ମସିହାରୁ ଧାମନଗର ବିଜେପି ସହ ଅଛି ଏବଂ ବିଜେପି ଧାମନଗରବାସୀଙ୍କ ସାଥୀରେ ଅଛି । 1985ରେ ଆରମ୍ଭ ହୋଇଥିବା ବିଜେପିର ରାଜନୈତିକ ଯାତ୍ରା ବିଜେପି କେବେ ଧାମନଗରବାସୀଙ୍କୁ ଛାଡିନାହିଁ କି କେବେ ଧାମନଗରବାସୀ ବିଜେପିକୁ ଛାଡିନାହାନ୍ତି । ଦୀର୍ଘ 38 ବର୍ଷର ସମ୍ପର୍କ ଅତୁଟ ରହିଛି, ଏଥିପାଇଁ କାହାର ସାର୍ଟିଫିକେଟ୍ ଦରକାର ନାହିଁ ବୋଲି ବିଜେଡିର ପ୍ରେସ ବିଜ୍ଞପ୍ତିର ପ୍ରତିକ୍ରିୟାରେ କହିଛନ୍ତି ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ ବିକାଶର କଥା କହୁଥିବା ଭିକେ ପାଣ୍ଡିଆନ ଭାଷଣ ଦେବା ବେଳେ ତାଙ୍କର ନେତାମାନେ ତଳେ ବସୁଛନ୍ତି, ଏହାଠାରୁ ଲଜ୍ଜାଜନକ କଥା ଆଉ କଣ ହୋଇପାରେ । ସେହିପରି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପବିତ୍ର ଭୂମି ଭଦ୍ରକରେ ଓଡ଼ିଆ ଭାଷାକୁ ଯେଉଁଭଳି ଭାବେ ବିଜେଡିର ନୂଆ ମୁଖିଆ ଭିକେ ପାଣ୍ଡିଆନ ଓଡ଼ିଆ ଭାଷା ଏବଂ ଓଡ଼ିଆ ଜାତିକୁ ଅପମାନିତ କରିଛନ୍ତି, ଏହା ସ୍ୱାଭିମାନୀ ଭଦ୍ରକବାସୀଙ୍କୁ ହତାଦର କଲା ଭଳି । ଉପନିର୍ବାଚନରେ ଲୋକଙ୍କ ଜନମତକୁ ସ୍ୱୀକାର ନ କରି ସେ ଆଜି ଯେଉଁ କଥା କହିଛନ୍ତି ତାହା ଧାମନଗରବାସୀଙ୍କ ମତକୁ ତାତ୍ସଲ୍ୟ କରିବା ଭଳି । ପାଣ୍ଡିଆନ ଯଦି ଓଡ଼ିଶାବାସୀଙ୍କ ସେବା କରିବା କଥା କହୁଛନ୍ତି ତେବେ ତାଙ୍କ ଦଳର  ନେତାଙ୍କୁ ତାଙ୍କ ଫୋନ ନମ୍ବର ଦେଇଛନ୍ତି କି ? ବିଜେଡି ନେତାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେତେ ଥର ଓଡ଼ିଶା ଆସିଛନ୍ତି କିମ୍ବା କେତେ କାର୍ଯ୍ୟ କରୁଛନ୍ତି, ଯଦି ହିସାବ ରଖୁଛନ୍ତି ତେବେ ଏଥିରୁ ତାଙ୍କ ମୁଖିଆ କିଛି ଶିଖିବା ଦରକାର । ପାଣ୍ଡିଆନ ଜାଣି ରଖିବା ଉଚିତ୍ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଗତ ଦିନ ମାନଙ୍କରେ ଭଦ୍ରକର ବନ୍ୟା ସମୟରେ କେବଳ ଆକାଶମାର୍ଗରୁ ଅନୁଧ୍ୟାନ କରି ଚାଲିଯାଇଥିଲେ । ଅସୁବିଧାରେ ଥିବା ଲୋକଙ୍କୁ ଭେଟିବା ପାଇଁ ତାଙ୍କ ପାଖରେ ସମୟ ନାହିଁ । କିନ୍ତୁ ଆମ ନେତା ଧର୍ମେନ୍ଦ୍ର ପ୍ରଧାନ ବନ୍ୟା ସହ ବିଭିନ୍ନ ସମୟରେ ପ୍ରତ୍ୟକ୍ଷ ବୁଲି ବୁଲି ଲୋକଙ୍କୁ ଭେଟିଥିଲେ ।   

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶା ଓ ଭଦ୍ରକ ପାଇଁ ଯାହା କରିଛନ୍ତି ଏବେ ଯେଉଁ ଦୂରଦୃଷ୍ଟି ରଖିଛନ୍ତି, ବିଗତ 23 ବର୍ଷ ମଧ୍ୟରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ନା ସେତେ କରିଛନ୍ତି ନା ବିକାଶ କରିବା ପାଇଁ ସେତେ ଦୂରଦୃଷ୍ଟି ରଖିଛନ୍ତି । ଭଦ୍ରକର ବିକାଶ ପାଇଁ ମୋଦି ପାଖାପାଖି 10 ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପାଇଁ ଧାମରା ଏଲଏନଜି ପ୍ରାଇଭେଟ ଲିମିଟେଡ୍(ଡ଼ିଏଲଟିପିଏଲ) 6 ହଜାର କୋଟି ଟଙ୍କା ବ୍ୟୟରେ ଧାମରା ବନ୍ଦର ପରିସରରେ ବାର୍ଷିକ 5 ମିଲିୟନ ମେଟ୍ରିକ୍ ଟନ୍ ବିଶିଷ୍ଟ ଏଲଏନଜି ରି-ଗ୍ୟାସିଫିକେସନ ଟର୍ମିନାଲକୁ ବିକଶିତ କରୁଅଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଠାରେ ପ୍ରାୟ 2 ହଜାର କୋଟି ଟଙ୍କା ବିନିଯୋଗରେ ଆଇଓସିଏଲ୍ ଟେକ୍ସଟାଇଲ୍ ପାର୍କ ନିର୍ମାଣ କରାଯାଉଛି । ଭଦ୍ରକ ଓ ନାରାୟଣଗଡ ମଧ୍ୟରେ 155 କି.ମିର ତୃତୀୟ ରେଳ ଲାଇନ ନିର୍ମାଣ ପାଇଁ 1,886.31 କୋଟି ମଞ୍ଜୁର ହୋଇଛି । 

ଭଦ୍ରକ ଓ କେନ୍ଦ୍ରାପଡ଼ାର ବିକାଶରେ ଗତି ଦେବା ପାଇଁ ନିକଟରେ କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ଅନୁଯାୟୀ ଓଡିଶାର ଧାମରା ବନ୍ଦରକୁ ଆସିବାକୁ ଥିବା ଆରଓ-ପାକ୍ସ ଜେଟି ପ୍ରକଳ୍ପ ପାଇଁ 110 କୋଟି ମଞ୍ଜୁର କରାଯାଇଛି  । ଅମୃତ ଯୋଜନା ଅଧିନରେ ଭଦ୍ରକରେ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ 80.02 କୋଟି ଟଙ୍କା ମଞ୍ଜୁର କରାଯାଇଛି  । ପ୍ରଧାନମନ୍ତ୍ରୀ ଆବାସରେ ଭଦ୍ରକ ଜିଲ୍ଲାରେ ଗରିବ ଲୋକମାନଙ୍କୁ ପ୍ରାୟ 108 କୋଟି ଟଙ୍କା ବ୍ୟୟରେ 72 ହଜାର 416 ଟି ପକ୍କା ଘର ପ୍ରଦାନ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମରେ ଭଦ୍ରକରେ 11.34 ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି। ଉଜ୍ୱଳା ଯୋଜନାରେ ଓଡ଼ିଶାରେ 52 ଲକ୍ଷରୁ ଅଧିକ ଘର ଗ୍ୟାସ ପାଇଥିବା  ବେଳେ ଏହି ଯୋଜନାରେ ଭଦ୍ରକରେ 2.08 ଲକ୍ଷରୁ ଅଧିକ ଏଲପିଜି ଗ୍ୟାସ ସଂଯୋଗ କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଭଦ୍ରକରେ ନୂଆ ଗ୍ୟାସ ସଂଯୋଗ ପାଇଁ ଖର୍ଚ୍ଚ ହୋଇଛି 62.96 କୋଟି ଟଙ୍କା । କୋରନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଉଜ୍ଜ୍ୱଳା ଯୋଜନାର ଉପଭୋକ୍ତା ମାନଙ୍କୁ 25.16 କୋଟି ଟଙ୍କା ଦିଆଯାଇଛି ବୋଲି ସେ କହିଛନ୍ତି ।

Sponsored
dhamnagar mla suraj suryavanshi press meet | Argus News