Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାପିତ ହେଲା ଶୁଭ ସ୍ତମ୍ଭ

Odisha

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାପିତ ହେଲା ଶୁଭ ସ୍ତମ୍ଭ

Jitendra Dash
Browse all articles by Jitendra Dash
·2 years ago·1 min read
ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାପିତ ହେଲା ଶୁଭ ସ୍ତମ୍ଭ

ଅର୍ଗସ ବ୍ୟୁରୋ : ବିଶ୍ଵର ସର୍ବବୃହତ ଖୋଲା ରଂଗମଞ୍ଚ ଭାବେ ପ୍ରସିଦ୍ଧି ଲାଭ କରିଥିବା ବରଗଡ଼ର ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ବାଜିଛି ଶୁଭଶଙ୍ଖ । ଯେପରି ଯାତ୍ରା ସୁରୁଖୁରୁରେ ସମାପନ ହେବା ସେଥିପାଇଁ  ସ୍ଥାପିତ ହୋଇଛି ଶୁଭ ସ୍ତମ୍ଭ । ଶୁକ୍ରବାର ଧନୁଯାତ୍ରା ପାଇଁ ଶୁଭ ସ୍ତମ୍ଭ ମଧ୍ୟ ସ୍ଥାପିତ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ ପୁରୋହିତଙ୍କ ପୂର୍ବ ଲଗ୍ନ ଧାର୍ଯ୍ୟ ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା । ପରେ ସେଠାରୁ ଏକ ଶୋଭାଯାତ୍ରା ମାଧ୍ୟମରେ ସହରର ମୁଖ୍ୟ ରାସ୍ତାଦେଇ ହାଟପଦା ପଡ଼ିଆ ସ୍ଥିତ ସଂଚାର ମଣ୍ଡଳୀକୁ ପହଞ୍ଚିଥିଲା ଶୁଭ ସ୍ତମ୍ଭ । ସେଠାରେ ରାଜପୁରୋହିତଙ୍କ ଦ୍ଵାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିଲା  । ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୬ ବର୍ଷରେ ପଦାର୍ପଣ କରିଛି । ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଧନୁଯାତ୍ରା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
dhanu yatra 2024 | Argus News