Dhanu Jatra / ଧନୁଯାତ୍ରାର ନନ୍ଦ ରାଜା ସତ୍ୟନାରାୟଣଙ୍କ ଦେହାନ୍ତ; ହୃଦ୍ଘାତରେ ବୁଜିଲେ ଆଖି
·5 months ago·2 min read

Key Points
ନନ୍ଦ ରାଜାଙ୍କ ବିୟୋଗରେ ସାରା ଗୋପପୁର ଓ କଳାକାର ମହଲରେ ଦୁଃଖର ମାହୋଲ ଖେଳି ଯାଇଛି । ଆମ୍ବାପାଳି ଶ୍ମଶାନରେ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।
ବରଗଡ଼: ଆଉ ନାହାନ୍ତି ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ନନ୍ଦ ରାଜା ସତ୍ୟ ନାରାୟଣ ପୋଢ଼ । ୭୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଭୋର୍ ୩ ସମୟରେ ହୃଦ୍ଘାତରେ ଆଖି ବୁଜିଛନ୍ତି ଧନୁଯାତ୍ରାର ନନ୍ଦ ରାଜା ସତ୍ୟନାରାୟଣ । ଦୀର୍ଘ ୨୦ ବର୍ଷ ଧରି ସତ୍ୟନାରାୟଣ ଧନୁଯାତ୍ରାରେ ନନ୍ଦ ରାଜା ଭୂମିକାରେ ଅଭିନୟ କରି ଆସୁଥିଲେ ।
ସତ୍ୟନାରାୟଣଙ୍କ ବିୟୋଗ କଳାକାର ଜଗତ ପାଇଁ ଅପୂରଣୀୟ କ୍ଷତ ସ୍ଥାନ ସୃଷ୍ଟି କରିଛି । ବିଶ୍ଵର ସର୍ବବୃହତ ଖୋଲା ରଙ୍ଗମଞ୍ଚରେ ତାଙ୍କର ଚିତ୍ତାକର୍ଷକ ଓ ଜୀବନ୍ତ ଅଭିନୟ ସତ୍ୟନାରାୟଣଙ୍କୁ ବେଶ୍ ଲୋକପ୍ରିୟ କରିଥିଲା । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ପୁରସ୍କୃତ ବି କରିଥିଲେ ।
ଏଥିସହ ପଢ଼ନ୍ତୁ: ଡେଲିଭରି ବୟଙ୍କୁ ହତ୍ୟା କରି ବିଲରେ ଫିଙ୍ଗିଦେଲେ ! ନିଖୋଜର ୨ ଦିନ ପରେ ମୃତଦେହ ଠାବ
ଆଜି ନନ୍ଦ ରାଜାଙ୍କ ବିୟୋଗରେ ସାରା ଗୋପପୁର ଓ କଳାକାର ମହଲରେ ଦୁଃଖର ମାହୋଲ ଖେଳି ଯାଇଛି । ଆମ୍ବାପାଳି ଶ୍ମଶାନରେ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ବଡ଼ ପୁଅ ଅନିଲ କୁମାର ପୋଢ଼ ମୁଖାଗ୍ନି ଦେଇଛନ୍ତି ।
ଧନୁଯାତ୍ରାରେ ୨୦ ବର୍ଷ ଧରି ନନ୍ଦ ରାଜା ଭୂମିକାରେ ଅଭିନୟ କରି ସତ୍ୟନାରାୟଣ ସ୍ଵତନ୍ତ୍ର ଛାପ, ଛାଡ଼ି ଯାଇଛନ୍ତି । ନନ୍ଦ ରାଜା ଭୂମିକାରେ ଜୀବନ୍ତ ଅଭିନୟ ପାଇଁ ଥିଲେ ଅପ୍ରତିଦ୍ଵନ୍ଦ୍ଵୀ ଥିଲେ ସତ୍ୟନାରାୟଣ ।
ଏଥିସହ ପଢ଼ନ୍ତୁ: ପରିବହନ ବିଭାଗର ବଡ଼ ଘୋଷଣା; ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବାହାର କଲେ ଛାଡ଼ ହେବ ଜରିମାନା
ପେଶାରେ ଶିକ୍ଷକ ସତ୍ୟନାରାୟଣଙ୍କ ନିଶା ଥିଲା ଅଭିନୟ । ବରଗଡ଼ ଧନୁଯାତ୍ରାରେ ସାତ ଦିନ ଧରି ଭଗବାନ କୃଷ୍ଣଙ୍କ ବାପା ହେବାର ସୌଭାଗ୍ୟ ଲାଭ କରି କୃଷ୍ଣ ପ୍ରେମରେ ମଜ୍ଜି ଯାଉଥିଲେ ସେ, ଯାହା ତାଙ୍କର ଅଭିନୟରୁ ବାରି ହୋଇ ପଡୁଥିଲା ।
ପ୍ରଥମେ ଅଜା ପରେ ବାପା ଓ ଏବେ ସତ୍ୟ ନାରାୟଣ ପିଢ଼ି ପରେ ପିଢ଼ି ନନ୍ଦ ରାଜା ଭୂମିକା ତୁଲାଇ ଆସୁଥିବା ବେଳେ ତାଙ୍କର ବିୟୋଗ ଗୋପପୁରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories