Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁରକୁ କୃଷି ଆଧାରିତ ଅର୍ଥନୀତି କରିବା ପାଇଁ ହେବ ବ୍ୟାପକ ଯୋଜନା - ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·2 min read
ସମ୍ବଲପୁରକୁ କୃଷି ଆଧାରିତ ଅର୍ଥନୀତି କରିବା ପାଇଁ ହେବ ବ୍ୟାପକ ଯୋଜନା - ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ସମ୍ବଲପୁରରେ କୃଷି ଆଧାରିତ ଅର୍ଥନୀତି ପାଇଁ ବ୍ୟାପକ ଯୋଜନା କରାଯିବ । ବିଶେଷ ଭାବରେ ଦେଶ ଦୁନିଆର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଏକ ବଡ ଯୋଜନା କରାଯିବ ବୋଲି ବୁଧବାର ସମ୍ବଲପୁରର ଠେମରା ଠାରେ ଶ୍ରୀ ରାମଚଣ୍ଡୀ ଦେବୀ ସେବା ସଂଗଠନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଚାଷୀ ମାନଙ୍କ କଲ୍ୟାଣ ପାଇ ମୋଦୀ ସରକାର ନେଇଥିବା ବିବିଧ ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ  ଚାଷ ଏବଂ ଚାଷୀ ଭାଇ ଭଉଣୀମାନେ ଆମ ଦେଶ ଅର୍ଥନୀତିର ମେରୁଦଣ୍ଡ । ଚାଷୀ ଆତ୍ମନିର୍ଭର ହେଲେ ଆମ ଦେଶ ଆତ୍ମନିର୍ଭର ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାରରେ ଚାଷୀ, ଗରିବ, ମହିଳା ଓ ଯୁବକ ପ୍ରାଥମିକତାରେ ଅଛନ୍ତି । ଭାରତବର୍ଷରେ ଚଉମୁଖୀ ବିକାଶର ଯୋଜନା ମୋଦୀଙ୍କ ନେତୃତ୍ୱରେ ସମ୍ଭବ ହୋଇପାରିଛି । ‘ମୋଦୀ ଗ୍ୟାରେଣ୍ଟି’ରେ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା, ଧାନର ଏମସଏପି ବୃଦ୍ଧି ଭଳି ଅନେକ କଲ୍ୟାଣକାରୀ ପଦକ୍ଷେପ ଚାଷୀଙ୍କୁ ସଶକ୍ତ କରିଛି । କୃଷକଙ୍କ ପାଇଁ ଧାନର ଏମଏସପି ୨୧୮୩ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଡବଲ ଇଞ୍ଜିନ ସରକାର ହେଲେ କ୍ୱିଣ୍ଟାଲ ପିଛା ଧାନର ଏମଏସପି ୩୧୦୦ ଟଙ୍କା କରାଯିବ । ସେହିପରି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ବିପିଏଲ ବର୍ଗରେ ଥିବା ମହିଳାମାନଙ୍କୁ ମାସିକ ୧୦୦୦ ଟଙ୍କା ହିସାବରେ ବର୍ଷକୁ ୧୨ ହଜାର ଟଙ୍କା ଦିଆଯିବ । କୌଣସି ଗରିବ ପରିବାର ପିଏମ୍ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି । 

ଠେମରାକୁ ସମ୍ବଲପୁର ମହାନଗର ନିଗମରେ ସାମିଲ କରାଯାଇଛି । କିନ୍ତୁ ମହାନଗର ନିଗମ କାମ ଅଧପନ୍ତରିଆ ଭାବେ ପଡ଼ିରହିଥିବାରୁ ଠେମରାର ବିକାଶ ହୋଇପାରିନି । ମହାନଗରର ନିଗମ ସ୍ଥାନୀୟ ଅଞ୍ଚଳର କିଛି ବିକାଶ କରୁନଥିବା ବେଳେ ପଞ୍ଚାୟତ ସ୍ତରରୁ ମଧ୍ୟ ସହଯୋଗ ଦିଆଯାଇପାରୁନି । ମୋଦୀ ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ବିଗତ ୫ ବର୍ଷରେ ୧୦ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କା ଓଡ଼ିଶାକୁ ପଠାଇଥିଲେ ମଧ୍ୟ ଏହି ଅଞ୍ଚଳକୁ ପାଣି ମିଳୁନାହିଁ । ମହାନଗର ନିଗମରେ ସାମିଲ ହେବା ପରେ ମଧ୍ୟ ପାଣି ନ ମିଳିବା ବିଡ଼ମ୍ବନାର ବିଷୟ । ଏହି ଅଞ୍ଚଳର ବିକାଶକୁ ପ୍ରାଥମିକତା ଦିଆଯାଇ ଏକ ଗ୍ରାମ୍ୟ ଆଧାରିତ ସହରାଞ୍ଚଳ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏଠାରେ ପିଲାମାନଙ୍କ ମଧ୍ୟରେ ବୁଦ୍ଧିମତ୍ତା କୌଣସି ଗୁଣରେ କମ ନାହିଁ । ସେମାନଙ୍କ ପାଖରେ ଭରପୁର ପ୍ରତିଭା ରହିଛି । କିନ୍ତୁ ସେମାନଙ୍କ ପାଖରେ ସୁଯୋଗ ପହଞ୍ଚିପାରୁନାହିଁ । ଅବସରର ଅଭାବ ରହୁଛି ବୋଲି କହିବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର କରିବା ପାଇଁ ସମବେତ ନାଗରିକଙ୍କୁ ନିବେଦନ କରିଥିଲେ ।

Sponsored
Dharmendra addressed the farmers in Themra, Sambalpur | Argus News