Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାନୀୟ ଜଳ ପ୍ରସଙ୍ଗରେ ପୁଣି ଧର୍ମେନ୍ଦ୍ରଙ୍କ ଆଟାକ୍

Odisha

ପାନୀୟ ଜଳ ପ୍ରସଙ୍ଗରେ ପୁଣି ଧର୍ମେନ୍ଦ୍ରଙ୍କ ଆଟାକ୍

Jitendra Dash
Browse all articles by Jitendra Dash
·2 years ago·2 min read
ପାନୀୟ ଜଳ ପ୍ରସଙ୍ଗରେ ପୁଣି ଧର୍ମେନ୍ଦ୍ରଙ୍କ ଆଟାକ୍

ଅର୍ଗସ ବ୍ୟୁରୋ : ରାଜ୍ୟରେ ଦେଖାଦେଇଥିବା ଉତ୍କଟ ପାନୀୟ ଜଳ ସମସ୍ୟା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିରିଜ୍ ଆଟାକ୍ । ୨୫ ବର୍ଷର ବିଜେଡି ସରକାରଙ୍କ ରୂପାନ୍ତରଣ ଉପରେ ପୁଣି ଉଠାଇଲେ ପ୍ରଶ୍ନ । ରେଢାଖୋଲରେ ପାନୀୟ ଜଳ ସମସ୍ୟା ନେଇ ସମ୍ବାଦପତ୍ରରେ ପ୍ରକାଶିତ ଖବର ପୋଷ୍ଟ କରି ଧର୍ମେନ୍ଦ୍ର ଲେଖିଛନ୍ତି, ସମ୍ବଲପୁର ରେଢାଖୋଲ ଅଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ଅଦ୍ୟାବଧି ଶେଷ ନହେବା ସ୍ଥାନୀୟ ସରକାରର ଅପାରଗତା ଓ ମନୋମୁଖୀ ଶାସନକୁ ଦର୍ଶାଉଛି । ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ କାରଣରୁ ଲୋକମାନେ ଆଜି ଅନେକ ଅସୁବିଧାର ସମ୍ମୁଖୀନ ହେବା କ’ଣ ୨୫ ବର୍ଷ ଶାସନର ରୂପାନ୍ତରଣ ? କେବଳ ଘୋଷଣା କରିଦେଲେ ହେବ ନାହିଁ, ପ୍ରତିଶ୍ରୁତି ପାଳନ କରିବାକୁ ପଡେ । ଚଳିତ ନିର୍ବାଚନରେ ଲୋକମାନେ ଏହାର ଉଚିତ୍ ଜବାବ ଦେବେ ।

ରେଢାଖୋଲ ବ୍ଲକର ୯ଟି ପଞ୍ଚାୟତର ୧୧୫ ଖଣ୍ଡ ଗାଁରେ ପାଇପ୍ ଯୋଗେ ପାଣି ପହଁଞ୍ଚାଇବାକୁ ୨୦୧୯ରେ ୯୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ବସୁଧା ପ୍ରକଳ୍ପ ନିର୍ମାଣ ପାଇଁ ହୋଇଥିଲା ଟେଣ୍ଡର । ୨୦୨୧ରେ ଶେଷ କରିବାକୁ ଠିକା ସଂସ୍ଥା ଲକ୍ଷ୍ୟ ରଖିଥିଲା । ହେଲେ ଜାଗା ଯୋଗାଇଦେବାରେ ରାଜ୍ୟ ସରକାର କରିଥିଲେ ବିଳମ୍ବ । ଫେଳରେ ୫ବର୍ଷ ପରେବି ୯୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇପାରିନି । ଯେଉଁଥିପାଇଁ ଉତ୍କଟ ପାଣି ସମସ୍ୟା ଭୋଗୁଛନ୍ତି ୧୧୫ ଗାଁର ଲୋକେ । ବର୍ଷ ତମାମ ଗୋଟିଏ କୂଅ ଉପରେ ନିର୍ଭର କରୁଛନ୍ତି ସମସ୍ତେ । ଆଉ ଖରାଦିନେ ତାହା ବି ଶୁଖିଯାଉଛି ।

ସେହିପରି ଆଉ ଏକ ପୋଷ୍ଟରେ ବେବଗଡ଼ ବାରକୋଟ୍ ବ୍ଲକ ମହୁପାଳ ଗାଁର ପିଇବା ସମସ୍ୟା କଥା ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ଲେଖିଛନ୍ତି, ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକ କାଦୋପଡା ପଞ୍ଚାୟତ ଅନ୍ତର୍ଗତ ମହୁପାଳ ଗ୍ରାମରେ ଅଧିକାଂଶ ଆଦିବାସୀ ଓ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ସେମାନେ ସ୍ୱଚ୍ଛ ପାନୀୟ ଜଳ ଓ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ମୋଦି ସରକାରରେ ଗତ ୫ ବର୍ଷରେ ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଓଡ଼ିଶା ପାଇଁ ମୋଟ ୧୦,୨୧୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ସତ୍ତ୍ବେ ରାଜ୍ୟରେ ପାନୀୟ ଜଳର ବିକଟ ସମସ୍ୟା ଦେଖାଯିବା ରାଜ୍ୟ ସରକାରଙ୍କ ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜ୍ୟରେ ଆଦିବାସୀମାନେ ସର୍ବନିମ୍ନ ମୌଳିକ ସୁବିଧା ପାଇନପାରିବା କ’ଣ ୨୫ ବର୍ଷ ଶାସନର ରୂପାନ୍ତରଣ ? ଏଥର ପରିବର୍ତ୍ତନ ନିଶ୍ଚୟ ହେବ ।

Sponsored
Dharmendra attacks again on drinking water issue | Argus News