Videos
|
Odisha

ସମ୍ବଲପୁର ବୁର୍ଲାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଶାନା

Jitendra Dash
Browse all articles by Jitendra Dash
·2 years ago·2 min read
ସମ୍ବଲପୁର ବୁର୍ଲାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଶାନା

ଅର୍ଗସ ବ୍ୟୁରୋ : ସମ୍ବଲପୁର ବୁର୍ଲାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଶାନା । ୨୪ ବର୍ଷର ସରକାରର ଅପାରଗତାରୁ ବଢୁଛି ରାଜ୍ୟବାସୀଙ୍କ ଦୁର୍ଦ୍ଦଶା । ହୀରାକୁଦରେ ମାର୍ଚ୍ଚ ମାସରେ ବ୍ୟାପିଲା ହଇଜା । ଲୋକଙ୍କୁ ପିଇବା ପାଣି ମୁନ୍ଦେ ଯୋଗାଇବାରେ ବିଫଳ ବିଜେଡି ସରକାର । ମହିଳା ସୁରକ୍ଷା ଓ ଚାଷୀଙ୍କ ସମସ୍ୟା ନେଇ ବି ଉଦାସୀନ । ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି ଏଥର ଓଡ଼ିଶାରେ ପକ୍କା ଡବଲ ଇଞ୍ଜିନ୍ ସରକାର । ଆମେ କୌଣସି ଉପାନ୍ତ ଅଞ୍ଚଳ କଥା କୋହୁନୁ । ଆମେ କୋହୁଛୁ କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଇଚ୍ଛାପୁର ପଞ୍ଚାୟତ ପୁରୁଣା ପତଣ୍ଡା ଗାଁ କଥା । ଯୋଉଠି ଖୋଲି ଯାଇଛି ରାଜ୍ୟର ବିଜେଡି ସରକାରର ମାଳ ମାଳ ମିଛ ବିକାଶ ପ୍ରଚାରର ପୋଲ୍ । 

୦୦ରୁ ଅଧିକ ଲୋକ ରହୁଥିବା ଗାଁରେ ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆ ପାଣି । ଗାଁରେ ଥିବା ୨ଟି ସରକାରୀ ନଳକୂପରୁ ବାହାରୁଛି ମଇଳା ପାଣି । ଫଳରେ ଦୁଇ କିଲୋମିଟର ରାସ୍ତା ଅତିକ୍ରମ କରି ସାପୁଆ ନଦୀରେ ଚୁଆ କରି ପାଣି ଆଣୁଛନ୍ତି ଗାଁ ଲୋକେ । ସାରା ରାଜ୍ୟରେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ବାଙ୍କୀରୁ କଣ୍ଟାବାଞ୍ଜି, ରାଉରକେଲାରୁ ଗଜପତି ସବୁଠି ପିଇବା ପାଣି ପାଇଁ ଲୋକେ କେମିତି ହଇରାଣ ହେଉଛନ୍ତି ।

ରାଉରକେଲା, ସୁନ୍ଦରଗଡ଼, ସମ୍ବଲପୁର ଓ ହୀରାକୁଦ ଭଳି ସହରରେ ବି ଦୂଷିତ ପାଣି ଯୋଗୁଁ ବ୍ୟାପିଲା ହଇଜା । ରାଜ୍ୟବାସୀଙ୍କୁ ପିଇବା ପାଣି ମୁନ୍ଦେ ଯୋଗାଇବାରେ ବିଫଳ ୨୪ ବର୍ଷର ସରକାର । ଯାହାକୁ ନେଇ ସମ୍ବଲପୁର ବୁର୍ଲାରେ ଯୁବ ଭୋଟରଙ୍କ ସହ ଆଲୋଚନା ବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଅଧିକ ପଢନ୍ତୁ : ଭୁଲ ଲୁଚାଇବାକୁ କେନ୍ଦ୍ର ଉପରେ ଦୋଷ ଲଦିଲେ ରାଜ୍ୟ ସରକାର ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ପାଣି ନୁହେଁ ମହିଳାଙ୍କୁ ସୁରକ୍ଷା ହେଉ କି ଚାଷୀଙ୍କ ସମସ୍ୟା ସବୁ ପ୍ରସଙ୍ଗରେ ଫେଲ୍ ବିଜେଡି ସରକାର । ଗୋଟିଏ ପଟେ ଅପାରଗତାର ଲମ୍ବା ଚିଠା ଅନ୍ୟପଟେ ବିକାଶ ନାଁରେ ମାଳ ମାଳ ମିଛ ପ୍ରଚାରରେ ବ୍ୟସ୍ତ ବିଜେଡି ସରକାର । ଏ ନେଇ କଡ଼ା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଓଡ଼ିଶାକୁ ବିକାଶର ଧାରାରେ ଆଗେଇ ନେବାକୁ ଡବଲ୍ ଇଞ୍ଜିନ୍ ସରକାର ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । 
 

dharmendra pradhan attack bjd govt | Argus News