ନାମାଙ୍କନ ଶୋଭାଯାତ୍ରାରେ ସାମଲ୍ ହୋଇ ପଦ୍ମ ଫୁଲରେ ଭୋଟ ଦେବା ପାଇଁ କଲେ ନିବେଦନ
·2 years ago

ଅର୍ଗସ ବ୍ୟୁରୋ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାୱାର୍ ଶୋ । ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ ନାମାଙ୍କନ ଶୋଭାଯାତ୍ରାରେ ସାମଲ୍ ହୋଇ ପଦ୍ମ ଫୁଲରେ ଭୋଟ ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି । ଏହା ପୂର୍ବରୁ କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନା ଓ ପରଜଙ୍ଗ ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଏଠାରେ ବିଜେପି ପ୍ରତି ଅଭୁତପୂର୍ବ ଜନସମର୍ଥନ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ଜନତା ସଙ୍କଳ୍ପବଦ୍ଧ । ଏଥର ଓଡ଼ିଶାରେ ବିଜେପି ନେତୃତ୍ବରେ ମଜବୁତ୍ ସରକାର ହେବା ନେଇ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: