Videos
|
Odisha

ନିର୍ବାଚନ ପ୍ରଚାରରେ ଲୋକଙ୍କ ସହ ସାମିଲ ହେଲେ ଧର୍ମେନ୍ଦ୍ର

Swayangprajna Mishra
Browse all articles by Swayangprajna Mishra
·2 years ago
ନିର୍ବାଚନ ପ୍ରଚାରରେ ଲୋକଙ୍କ ସହ ସାମିଲ ହେଲେ ଧର୍ମେନ୍ଦ୍ର

ସମ୍ବଲପୁର : ଦେବଗଡ଼ରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର। ପ୍ରଚାରରେ ଆସି ଲୋକଙ୍କ ସହ ସାମିଲ ହେଉଛନ୍ତି ଧର୍ମେନ୍ଦ୍ର। ରିଆମାଳ ବ୍ଲକ ଆଉଁଳି ଗାଁର ଜୟ ମା ଭଦ୍ରକାଳୀ ମେରୁଯାତ୍ରାରେ ଯୋଗଦେଇ ମାଙ୍କ ଆଶୀର୍ବାଦ କାମନା କରିବେ। ଏଥିରେ ଶତାଧିକ ବିଜେପି କର୍ମୀ ସାମିଲ ହୋଇଛନ୍ତି।

ଅଧିକ ପଢନ୍ତୁ : ଏହା କ'ଣ ୨୫ ବର୍ଷ ଶାସନର ରୂପାନ୍ତରୀକରଣ ?

ପ୍ରାର୍ଥୀ ଘୋଷଣା ପରେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଧର୍ମେନ୍ଦ୍ରଙ୍କ  ମାରାଥନ ପ୍ରଚାର ଜାରି ରହିଛି।  ଆଜି ଦେବଗଡ଼ ଗସ୍ତରେ ଆସିଥିବା ବେଳେ ଧର୍ମେନ୍ଦ୍ରଙ୍କୁ ବିଭିନ୍ନ ଗାଁ ମାନଙ୍କରେ ସ୍ଵାଗତ କରିଛନ୍ତି ଜନସାଧାରଣ।  ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ ବିଜେପି କର୍ମୀଙ୍କ ଭିତରେ ବେଶ ଉତ୍ସାହ ଦେଖାଦେଇଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Dharmendra pradhan connect with the people during the election campaign | Argus News