Videos
|
Odisha

Dharmendra Pradhan / ହରିୟାଣାରେ ‘ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଅ’ ପଦଯାତ୍ରା; କଂଗ୍ରେସର ମୁଖା ଖୋଲିଲେ ଧର୍ମେନ୍ଦ୍ର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ହରିୟାଣାରେ ‘ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଅ’ ପଦଯାତ୍ରା; କଂଗ୍ରେସର ମୁଖା ଖୋଲିଲେ ଧର୍ମେନ୍ଦ୍ର
Dharmendra Pradhan Joined "Loktantra Bachao, Arajakta Hatao” padyatra Haryana

Key Points

ଲଗାତାର ପରାଜୟ ଯୋଗୁଁ ହତାଶ ହୋଇପଡ଼ିଛି କଂଗ୍ରେସ
ସେଥିଲାଗି ‘ଭୋଟ୍ ଚୋରି’ର ମିଥ୍ୟା ନାଟକ କରୁଛି
ହରିୟାଣାରେ କଂଗ୍ରେସର ମୁଖା ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ
ଫରିଦାବାଦ/ହରିୟାଣା: ଦେଶର ଜନସାଧାରଣ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଜଭୁତ ନେତୃତ୍ୱ ଉପରେ ନିଜର ଆସ୍ଥା ପ୍ରକଟ କରିଛନ୍ତି । ଜନାଦେଶର ଏହି ନିରନ୍ତର ସମର୍ଥନକୁ କଂଗ୍ରେସ ସହ୍ୟ କରିପାରୁନାହିଁ । ନିଜର ରାଜନୈତିକ ବିଫଳତା ଓ କ୍ରମାଗତ ପରାଜୟର ଫଳାଫଳକୁ ସ୍ୱୀକାର କରିବା ପରିବର୍ତ୍ତେ କଂଗ୍ରେସ ଦଳ ଏବେ ନିର୍ବାଚନ ଆୟୋଗ ଏବଂ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଉପରେ ଆରୋପ ଲଦିବାରେ ବ୍ୟସ୍ତ ଅଛି ବୋଲି କହିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ହରିୟାଣାର ଫରିଦାବାଦଠାରେ ଆୟୋଜିତ ‘ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ’ ପଦଯାତ୍ରାରେ ସାମିଲ ହେବା ଅବସରରେ ସାଂସଦ ଧର୍ମେନ୍ଦ୍ର କଂଗ୍ରେସର ଅରାଜକତା ଏବଂ ଦୋମୁହାଁ ନୀତିକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଯେଉଁ ‘ଭୋଟ୍ ଚୋରି’ର ହଟଚମଟ ସୃଷ୍ଟି କରୁଛି, ତାହା କେବଳ ନିଜର ପରାଜୟକୁ ଲୁଚାଇବା ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବାର ଏକ ନିନ୍ଦନୀୟ ଷଡ଼ଯନ୍ତ୍ର ମାତ୍ର ।
  • କଂଗ୍ରେସର ମୁଖା ଖୋଲିଲେ ଧର୍ମେନ୍ଦ୍ର
କଂଗ୍ରେସର ନୀତି ହେଉଛି- ଯେଉଁଠି ନିର୍ବାଚନରେ ଜିତିବେ, ସେଠି ଗଣତନ୍ତ୍ର ସୁରକ୍ଷିତ; ଆଉ ଯେଉଁଠି ହାରିବେ, ସେଠି ‘ଅଙ୍ଗୁର କୋଳି ଖଟା’ ସଦୃଶ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜନସାଧାରଣଙ୍କ ବିଶ୍ୱାସ ହରାଇସାରିଥିବା କଂଗ୍ରେସ ଦଳ ଏବେ ସଂସଦରୁ ସଡ଼କ ପର୍ଯ୍ୟନ୍ତ କେବଳ ମିଥ୍ୟା ଓ ଭ୍ରମ ସୃଷ୍ଟି କରିବାରେ ଲିପ୍ତ ଅଛି । ସଂସଦୀୟ ଗଣତନ୍ତ୍ରର ମଜାକ ଉଡ଼ାଇ ସେମାନେ ନିଜର ‘ମକ୍ ପାର୍ଲାମେଣ୍ଟ’ର ଆୟୋଜନ କରୁଛନ୍ତି । ଅତୀତରେ ଦେଶ ଉପରେ ଜରୁରୀକାଳୀନ ପରିସ୍ଥିତି ଲଦି ଦେଇ ଗଣତନ୍ତ୍ରର ହତ୍ୟା କରିଥିବା କଂଗ୍ରେସ ଆଜି ସମ୍ବିଧାନର ଦୁହାଇ ଦେଉଛି, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ ।

ପଢନ୍ତୁ ଏହି ଖବର: ‘ଗଣତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ’ ପଦଯାତ୍ରାରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ଓ ରାହୁଲଙ୍କୁ କଲେ ଟାର୍ଗେଟ

  • "କଂଗ୍ରେସ ଷଡ଼ଯନ୍ତ୍ରକୁ ଦେଶବାସୀ ସ୍ଵୀକାର କରିବେ ନାହିଁ"
ଧର୍ମେନ୍ଦ୍ର ପ୍ରଧାନ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, ଆଜି ଫରିଦାବାଦର ଏହି ସଫଳ ପଦଯାତ୍ରା ସମଗ୍ର ଦେଶକୁ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଗଣତନ୍ତ୍ରର ଆଢ଼ୁଆଳରେ ଅରାଜକତା ସୃଷ୍ଟି କରିବା, ଜନାଦେଶକୁ ଅପମାନିତ କରିବା ଏବଂ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ବଦନାମ କରିବାର କଂଗ୍ରେସ ଷଡ଼ଯନ୍ତ୍ରକୁ ଦେଶବାସୀ କେବେବି ସ୍ୱୀକାର କରିବେ ନାହିଁ । ଏହି ପଦଯାତ୍ରାରେ ଅନେକ କେନ୍ଦ୍ରମନ୍ତ୍ରୀ ଓ ହରିୟାଣା ସରକାରଙ୍କ ମନ୍ତ୍ରୀଗଣ ସମେତ ବିପୁଳ ସଂଖ୍ୟାରେ ପାର୍ଟି କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଯୋଗ ଦେଇଥିଲେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: