Dharmendra Pradhan / ହନୁମାନ ଜୟନ୍ତୀ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନଧାରାର ଏକ ଅବିଚ୍ଛେଦ୍ୟ ଅଙ୍ଗ: ଧର୍ମେନ୍ଦ୍ର ପ୍ରଧାନ
·2 hours ago·2 min read

Key Points
- ବିଭିନ୍ନ ଶୋଭାଯାତ୍ରା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
- ସମସ୍ତଙ୍କର ସୁଖ, ସମୃଦ୍ଧି ଓ କଲ୍ୟାଣ ପାଇଁ ମହାବୀରଙ୍କ ନିକଟରେ ପ୍ରାର୍ଥନା
ସମ୍ବଲପୁର: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ମଙ୍ଗଳବାର ସାରା ସମ୍ବଲପୁର ସହର ଆଧ୍ୟାତ୍ମିକମୟ ହୋଇ ଉଠିଛି । ହନୁମାନ ଜୟନ୍ତୀ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଆମ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନଧାରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସମ୍ବଲପୁରର ବିଭିନ୍ନ ସ୍ଥାନରେ ଆୟୋଜିତ ଭବ୍ୟ ଉତ୍ସବ ଏବଂ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
ସହରର ବିଭିନ୍ନ ପଡ଼ା ଓ କୋଲୋନୀ ଗୁଡ଼ିକରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନୀୟ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସହ ସମୟ ଅତିବାହିତ କରିଛନ୍ତି । ବିଶେଷ କରି ଶୋଭାଯାତ୍ରାରେ ହନୁମାନ ବେଶରେ ସଜ୍ଜିତ ହୋଇଥିବା କୁନି ପିଲାମାନଙ୍କ ଉତ୍ସାହ ଦେଖି ସେ ଅତ୍ୟନ୍ତ ଆନନ୍ଦିତ ହେବା ସହ ସେମାନଙ୍କ ଗହଣରେ କିଛି ସମୟ ବିତାଇଥିଲେ ।
ଏଥିସହ ପଢ଼ନ୍ତୁ: ସମ୍ବଲପୁରରେ ୩୭୫ କୋଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, "ସମ୍ବଲପୁରର ହନୁମାନ ଜୟନ୍ତୀ ସାରା ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରେ । ଏଠାକାର ଭକ୍ତିମୟ ପରିବେଶ ଏବଂ ସାମାଜିକ ସଦଭାବନା ଅତୁଳନୀୟ । ଆଜି ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନ ଓ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର ସୌଭାଗ୍ୟ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ।"
ସମ୍ବଲପୁର ସହରର ବିଭିନ୍ନ ମାର୍ଗରେ ବାହାରିଥିବା ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇ ସେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ସୁଖ, ସମୃଦ୍ଧି ଓ କଲ୍ୟାଣ ପାଇଁ ମହାବୀରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସମ୍ବଲପୁରର ଏହି ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିଥିବାରୁ ସେ ସମସ୍ତ ଆୟୋଜକ କମିଟି ଓ ଶ୍ରଦ୍ଧାଳୁଙ୍କୁ ସାଧୁବାଦ ଜଣାଇଛନ୍ତି ।
ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର; 'ଯୁବ ଓ ମାତୃଶକ୍ତିର ଆଶା ପୂରଣ କରିବ 'ଡବଲ୍ ଇଞ୍ଜିନ୍' ସରକାର'
ମଙ୍ଗଳବାର ସମ୍ବଲପୁର ଗସ୍ତ କାଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁର୍ଲା ଗୌଡ଼ପାଲି, ବିବେକାନନ୍ଦ ଛକ, ହୀରାକୁଦ ଲରିଆପଡ଼ା, ଦେବେଇପାଲି ଶ୍ରୀରାମାୟଣୀ, ବାମରା ଗୋବିନ୍ଦପୁର ସମେତ ବିଭିନ୍ନ ହନୁମାନ ମନ୍ଦିରରେ ମଧ୍ୟ ଦର୍ଶନ କରିଥିଲେ ।

ହନୁମାନ ଜୟନ୍ତୀ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଆମ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନଧାରାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆଜି ସମ୍ବଲପୁର ସୁନାପାଲି ଓ ଭୂତପଡ଼ା ଠାରେ ଆୟୋଜିତ ଉତ୍ସବରେ ସାମିଲ ହେବାର ସୌଭାଗ୍ୟ ଲାଭ କଲି । ପ୍ରଭୁଙ୍କ ପାଖରେ ସମାଜର ମଙ୍ଗଳ କାମନା କରୁଛି । pic.twitter.com/HoPeskiipH
— Dharmendra Pradhan (@dpradhanbjp) April 14, 2026
ସମ୍ବଲପୁର ସହରର ବିଭିନ୍ନ ମାର୍ଗରେ ବାହାରିଥିବା ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇ ସେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ସୁଖ, ସମୃଦ୍ଧି ଓ କଲ୍ୟାଣ ପାଇଁ ମହାବୀରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସମ୍ବଲପୁରର ଏହି ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିଥିବାରୁ ସେ ସମସ୍ତ ଆୟୋଜକ କମିଟି ଓ ଶ୍ରଦ୍ଧାଳୁଙ୍କୁ ସାଧୁବାଦ ଜଣାଇଛନ୍ତି ।
ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର; 'ଯୁବ ଓ ମାତୃଶକ୍ତିର ଆଶା ପୂରଣ କରିବ 'ଡବଲ୍ ଇଞ୍ଜିନ୍' ସରକାର'
ମଙ୍ଗଳବାର ସମ୍ବଲପୁର ଗସ୍ତ କାଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁର୍ଲା ଗୌଡ଼ପାଲି, ବିବେକାନନ୍ଦ ଛକ, ହୀରାକୁଦ ଲରିଆପଡ଼ା, ଦେବେଇପାଲି ଶ୍ରୀରାମାୟଣୀ, ବାମରା ଗୋବିନ୍ଦପୁର ସମେତ ବିଭିନ୍ନ ହନୁମାନ ମନ୍ଦିରରେ ମଧ୍ୟ ଦର୍ଶନ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories