|
logo
Live

Argus News - ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର; 'ଯୁବ ଓ ମାତୃଶକ୍ତିର ଆଶା ପୂରଣ କରିବ 'ଡବଲ୍ ଇଞ୍ଜିନ୍' ସରକାର'

Politics

West Bengal Elections / ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର; 'ଯୁବ ଓ ମାତୃଶକ୍ତିର ଆଶା ପୂରଣ କରିବ 'ଡବଲ୍ ଇଞ୍ଜିନ୍' ସରକାର'

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର; 'ଯୁବ ଓ ମାତୃଶକ୍ତିର ଆଶା ପୂରଣ କରିବ 'ଡବଲ୍ ଇଞ୍ଜିନ୍' ସରକାର'
Double Engine Promise in Bengal

Key Points

  • ପରିବର୍ତ୍ତନର ସଂକଳ୍ପକୁ ପୂରଣ କରିବା ଦିଗରେ ପଶ୍ଚିମବଙ୍ଗର ଜନତା ଅଗ୍ରସର
  • ଅନ୍ୟାୟ, ଅରାଜକତା ଏବଂ ଭୟର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ବେଙ୍ଗଲ ସଂକଳ୍ପବଦ୍ଧ
  • ଟିଏମସି ସରକାରରେ ମହିଳାଙ୍କ ପ୍ରତି ହେଉଥିବା ଅସମ୍ମାନର ଅନ୍ତିମ ସମୟ ଆସିଯାଇଛି
  • ଡବଲ୍ ଇଞ୍ଜିନ୍ ସରକାର ହିଁ ବିକାଶ ଏବଂ ସୁଶାସନକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ସକ୍ଷମ
  • ପଶ୍ଚିମବଙ୍ଗ ଆଉ ଟିଏମସିର ହିଂସା, ଲୁଟ୍ ଏବଂ ଏକଛତ୍ରବାଦକୁ ସହିବ ନାହିଁ
କୋଲକାତା: ପଶ୍ଚିମବଙ୍ଗ ଆଜି ଏକ ନିର୍ଣ୍ଣାୟକ ମୋଡ଼ରେ ଛିଡ଼ା ହୋଇଛି । ନନ୍ଦୀଗ୍ରାମରେ ଯୁବବର୍ଗ ଓ ମାତୃଶକ୍ତି ତଥା ବଙ୍ଗଳାର ଜନସାଧାରଣ ଏବେ ପରିବର୍ତ୍ତନ ଚାହୁଁଛନ୍ତି । ଦୀର୍ଘ ଦିନର ଅନ୍ୟାୟ, ଅରାଜକତା ଏବଂ ଭୟର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ବେଙ୍ଗଲ ଏବେ ସଂକଳ୍ପବଦ୍ଧ ବୋଲି ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ସମେତ ବିଭିନ୍ନ ସ୍ଥାନରେ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି 'ଡବଲ୍ ଇଞ୍ଜିନ୍' ସରକାର ହିଁ ଯୁବ ଓ ମାତୃଶକ୍ତିର ଆଶା ପୂରଣ କରିବ ବୋଲି ସେ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଖଡଗପୁର ବିଧାନସଭା ମଣ୍ଡଳୀରେ ଜୋରଦାର୍ ପ୍ରଚାର... ଏଥର ପଶ୍ଚିମଙ୍ଗରେ ହେବ ପରିବର୍ତ୍ତନ

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, "ପଶ୍ଚିମବଙ୍ଗର ଯୁବପିଢ଼ି ଆଜି ରୋଜଗାର, ଦକ୍ଷତା ବିକାଶ ଏବଂ ଭଲ ସୁଯୋଗ ପାଇବା ପାଇଁ ଇଚ୍ଛୁକ । ବିଜେପିର ସଂକଳ୍ପ ପତ୍ରରେ ଥିବା ଷ୍ଟାର୍ଟଅପ୍ ପ୍ରୋତ୍ସାହନ ଓ ନିଯୁକ୍ତି ସୁଯୋଗ ଏହି ଆଶାକୁ ପୂରଣ କରିବା ପାଇଁ ଏକମାତ୍ର ମାର୍ଗ । ଅପରପକ୍ଷରେ ମହିଳାମାନେ ସୁରକ୍ଷା, ସମ୍ମାନ ଏବଂ ଆର୍ଥିକ ସଶକ୍ତିକରଣ ଚାହୁଁଛନ୍ତି । ଟିଏମସି ସରକାରରେ ମହିଳାଙ୍କ ପ୍ରତି ହେଉଥିବା ଅସମ୍ମାନର ଅନ୍ତିମ ଘଡ଼ି ଆସିଯାଇଛି ।"


ଯେଉଁ ଭୟ ଓ ଘୃଣାର ରାଜନୀତି ପାଇଁ ବେଙ୍ଗଲବାସୀ ଦିନେ ବାମପନ୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ, ଆଜି ସମାନ କାରଣ ପାଇଁ ଟିଏମସିକୁ ମଧ୍ୟ ବିଦା କରିବାକୁ ମନସ୍ଥ କରିଛନ୍ତି । ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ହୋଇଥିବା ଅସମ୍ମାନଜନକ ଆଚରଣ ବଙ୍ଗଳାର ସାନ୍ତାଳ ସମ୍ପ୍ରଦାୟ ତଥା ସମଗ୍ର ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଏକ ଆଘାତ । ବେଙ୍ଗଲବାସୀ ଏହି ଅହଂକାରର ଜବାବ ନିଶ୍ଚିତ ଦେବେ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନୀ ମଇଦାନରେ ପ୍ରଧାନମନ୍ତ୍ରୀ,କହିଲେ- '୧୫ ବର୍ଷରେ ଭୟ ଓ ଦୁର୍ନୀତି ଉପହାର ଦେଇଛି TMC'

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବିଜେପିର ଡବଲ୍ ଇଞ୍ଜିନ୍ ସରକାର ହିଁ ବିକାଶ ଏବଂ ସୁଶାସନକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ସକ୍ଷମ । ପଶ୍ଚିମବଙ୍ଗ ଆଉ ଟିଏମସିର ହିଂସା, ଲୁଟ୍ ଏବଂ ଏକଛତ୍ରବାଦକୁ ସହିବ ନାହିଁ । ମେ ୪ ତାରିଖ କେବଳ ଏକ ନିର୍ବାଚନୀ ତାରିଖ ନୁହେଁ, ବରଂ ଏହା ବଙ୍ଗଳାର ବିକାଶ, ସୁଶାସନ ଏବଂ ବିଶ୍ୱାସର ଏକ ନୂତନ ଯାତ୍ରାର ଆରମ୍ଭ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal Elections: ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର; 'ଯୁବ ଓ ମାତୃଶକ୍ତିର ଆଶା ପୂରଣ କରିବ 'ଡବଲ୍ ଇଞ୍ଜିନ୍' ସରକାର' | Argus News