Odisha CM message / କ୍ୟାମ୍ପସରେ ଚାଲିଛି ଛାତ୍ର ନେତା ଚୟନ; ଭୋଟ୍ ପଡୁଥିବାବେଳେ ଆସିଲା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
·54 mins ago·3 min read

Key Points
୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ
ଭୋଟ୍ ଦେଇ ନିଜ ନେତା ବାଛୁଛନ୍ତି ଛାତ୍ରଛାତ୍ରୀ
ଛାତ୍ରଛାତ୍ରୀଙ୍କୁ ସନ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୋଟ୍ ଦେଇ ନିଜ ନେତା ବାଛୁଛନ୍ତି ଛାତ୍ରଛାତ୍ରୀ
ଛାତ୍ରଛାତ୍ରୀଙ୍କୁ ସନ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ଆଜି ଛାତ୍ର ସଂସଦ ନିର୍ବାଚନ । ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଭୋଟ୍ ଦେବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଭୋଟର୍ । ନିର୍ବାଚନକୁ ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଭୋଟିଂ ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ହିଂସା, ବିଭେଦର ଶିକାର ନହୁଅନ୍ତୁ । ନିର୍ବାଚନ କେବଳ ପ୍ରତିନିଧି ବାଛିବାର ଏକ ପ୍ରକ୍ରିୟା ନୁହେଁ ବରଂ ଗଣତନ୍ତ୍ରର ମୂଳଦୁଆ ଏବଂ ଭବିଷ୍ୟତର ନେତୃତ୍ୱ ଗଠନର ମାଧ୍ୟମ । ଆଜି ଯେଉଁ ମୂଲ୍ୟବୋଧ, ଶୃଙ୍ଖଳା ଓ ଆଦର୍ଶର ଅଭ୍ୟାସ କରିବେ ଆଗାମୀ ଦିନରେ ରାଜ୍ୟ ତଥା ଦେଶକୁ ଏକ ନୂତନ ଦିଗ୍ଦର୍ଶନ ଦେବ । କୌଣସି ପ୍ରକାର ହିଂସା, ଗୁଜବ ବା ବିଭେଦର ଶିକାର ନହୁଅନ୍ତୁ । ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଏହି ନିର୍ବାଚନରେ ସାମିଲ ହୁଅନ୍ତୁ ।" ସମସ୍ତ ଛାତ୍ରଛାତ୍ରୀ ଓ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପଢନ୍ତୁ ଏହି ଖବର: ନିଜ ନିଜ ନେତା ବାଛୁଛନ୍ତି ଛାତ୍ରଛାତ୍ରୀ: ଭୋଟ୍ ଦେଉଛି କ୍ୟାମ୍ପସ୍

ମୋର ପ୍ରିୟ ଛାତ୍ରଛାତ୍ରୀ ବନ୍ଧୁଗଣ! ଛାତ୍ର ସଂସଦ ନିର୍ବାଚନ କେବଳ ପ୍ରତିନିଧି ବାଛିବାର ଏକ ପ୍ରକ୍ରିୟା ନୁହେଁ, ବରଂ ଏହା ଗଣତନ୍ତ୍ରର ମୂଳଦୁଆ ଏବଂ ଭବିଷ୍ୟତର ନେତୃତ୍ୱ ଗଠନର ଏକ ମୁଖ୍ୟ ମାଧ୍ୟମ। ଆଜି କ୍ୟାମ୍ପସରେ ଆପଣମାନେ ଯେଉଁ ମୂଲ୍ୟବୋଧ, ଶୃଙ୍ଖଳା ଓ ଆଦର୍ଶର ଅଭ୍ୟାସ କରିବେ, ତାହା ଆଗାମୀ ଦିନରେ ଆମ ରାଜ୍ୟ ତଥା ଦେଶକୁ ଏକ ନୂତନ ଦିଗ୍ଦର୍ଶନ ଦେବ। ତେଣୁ କୌଣସି ପ୍ରକାର ହିଂସା, ଗୁଜବ ବା ବିଭେଦର ଶିକାର ନ ହୋଇ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଏହି ନିର୍ବାଚନରେ ସାମିଲ ହୁଅନ୍ତୁ। ସମସ୍ତ ଛାତ୍ର ଛାତ୍ରୀ ଓ ପ୍ରାର୍ଥୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।
— Mohan Charan Majhi (@MohanMOdisha) October 15, 2026
- ମୈଦାନରେ ୮୬୬ ସଭାପତି ପ୍ରାର୍ଥୀ
- ଶୈଳବାଳାରେ ଭୋଟରଙ୍କୁ ଫୁଲ ଓ ଚକୋଲେଟ୍
ପଢନ୍ତୁ ଏହି ଖବର: ନିଜ ନିଜ ନେତା ବାଛୁଛନ୍ତି ଛାତ୍ରଛାତ୍ରୀ: ଭୋଟ୍ ଦେଉଛି କ୍ୟାମ୍ପସ୍
- ସନ୍ଧ୍ୟା ସୁଦ୍ଧା ରେଜଲ୍ଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories