Videos
|
Odisha

Dharmendra Pradhan / ଓଡ଼ିଆ ଲୋକଙ୍କ ମୁଣ୍ଡ କେବେ ତଳକୁ କରିନି, ବଞ୍ଚିଥିବା ଯାଏଁ କରିବି ନାହିଁ: ଧର୍ମେନ୍ଦ୍ର ପ୍ରଧାନ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·3 min read
ଓଡ଼ିଆ ଲୋକଙ୍କ ମୁଣ୍ଡ କେବେ ତଳକୁ କରିନି, ବଞ୍ଚିଥିବା ଯାଏଁ କରିବି ନାହିଁ: ଧର୍ମେନ୍ଦ୍ର ପ୍ରଧାନ
Dharmendra Pradhan To Naveen Patnaik

Key Points

ନବୀନ ପଟ୍ଟନାୟକଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ଜବାବ
କହିଲେ ଏ ଧର୍ମେନ୍ଦ୍ର ପ୍ରଧାନ କେବେ ଓଡ଼ିଆ ଲୋକଙ୍କ ମୁଣ୍ଡ ତଳକୁ କରିନି
ସମ୍ବଲପୁର: ରେଢାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଭବନ ଉଦଘାଟନ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଅସ୍ଥାୟୀ କ୍ୟାମ୍ପସର ଭୂମିପୂଜନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ କଟୁ ଉକ୍ତିର କଡ଼ା ଜବାବ ଦେଇଛନ୍ତି ଧର୍ମେନ୍ଦ୍ର । ସାଢେ ୪ କୋଟି ଓଡ଼ିଆ ଲୋକଙ୍କ ମୁଣ୍ଡ କେବେ ତଳେ କରିନି କି କେବେ କରିବି ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଭବନର ଉଦଘାଟନ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ ବେଳେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ତାଙ୍କ ପ୍ରତି ନବୀନ ପଟ୍ଟନାୟକଙ୍କ ଏକ କଟ୍ଟୋକ୍ତିକୁ ମନେ ପକାଇ କଡ଼ା ଜବାବ ରଖିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, "ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି, ସାଢ଼େ ୪ କୋଟି ଓଡ଼ିଆଙ୍କ ମୁଣ୍ଡ ତଳକୁ କରିନି । ୧୨ ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହିଲି, କେବେ କାହାର ମୁଣ୍ଡ ତଳକୁ କରିନି । ଓଡ଼ିଶାର ସମ୍ମାନହାନୀ ଭଳି କୌଣସି କାର୍ଯ୍ୟ ଧର୍ମେନ୍ଦ୍ର ପ୍ରଧାନ କରିବନି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ମାଆ ସମଲେଶ୍ୱରୀଙ୍କ ଆଶୀର୍ବାଦ ମୋ ଉପରେ ରହିଛି ।"

  • କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଭବନ ଉଦଘାଟନ
ରେଢାଖୋଲ ଭଳି ପବିତ୍ର ମାଟିରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଭବନ ଉଦଘାଟନ କରିବା ପରେ ବେଶ ଆନନ୍ଦିତ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଯେଉଁ ଅଞ୍ଚଳରେ ଶିକ୍ଷାର ମୂଳଦୁଆ ମଜଭୁତ ଥାଏ, ସେହି ଅଞ୍ଚଳର ପ୍ରଗତିକୁ କେହି ରୋକିପାରିବେ ନାହିଁ । ଏହି ବିଦ୍ୟାଳୟ ଆରମ୍ଭ ହେବା ଦ୍ୱାରା ଆମ ଅଞ୍ଚଳର ଛାତ୍ରଛାତ୍ରୀ ଗୁଣାତ୍ମକ ପାଠପଢ଼ା ପାଇବା ସହ ଆଧୁନିକ ଦୁନିଆ ସହ ସହଜରେ ଯୋଡ଼ିହୋଇପାରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

  • ରେଢ଼ାଖୋଲର ବିକାଶ ପାଇଁ ଧର୍ମେନ୍ଦ୍ରଙ୍କ ଭିଜନ
ରେଢାଖୋଲର ବିଭିନ୍ନ ସ୍ଥାନରେ ଟାୱାର ନାହିଁ, ବିଜୁଳି ନାହିଁ । ତୁରନ୍ତ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ରେଢାଖୋଲରେ କେନ୍ଦ୍ରୀୟ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସହ କ୍ୟାମ୍ପସ୍‌ର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବୋଧନରେ ଏହା କହିଛନ୍ତି । ୧୨ ମାସ ଭିତରେ ସବୁ ଗାଁରେ ରାସ୍ତା ଓ ବିଜୁଳି ପହଞ୍ଚାଇବା ନେଇ ସଂକଳ୍ପ ନେବା । ୧୫ ଦିନ ଭିତରେ ପ୍ରଶାସନ ତାଲିକା ଦେଉ, କେଉଁ କେଉଁ ସ୍ଥାନରେ ମୋବାଇଲ୍ ଟାୱାର ନାହିଁ, ବିଦ୍ୟୁତ ନାହିଁ ତାର ତାଲିକା ବି ପ୍ରସ୍ତୁତ କରନ୍ତୁ ବୋଲି ମନ୍ତ୍ରୀ ଓ ପ୍ରଶାସନକୁ କହିଛନ୍ତି ସାଂସଦ । ଲୋକେ ଦରଖାସ୍ତ କରିବା ପୂର୍ବରୁ ପ୍ରଶାସନ ସମ୍ବେଦନ ପୂର୍ବକ ଲୋକଙ୍କ କାମ କରିବା ଉଚିତ୍ । ରେଢ଼ାଖୋଲ ଅଞ୍ଚଳରେ ଚାଷର ବିକାଶ ପାଇଁ ବି କାମ କରିବାକୁ ପଡ଼ିବ । ଧାନ ଚାଷ ସହିତ ଅନ୍ୟ ଚାଷକୁ ଗୁରୁତ୍ୱ ଦେବା ଭିଜନ ନେଇ ଗୋଟେ ବର୍ଷେ ଭିତରେ କାମ କରିବାକୁ ପଡ଼ିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ପଢନ୍ତୁ ଏହି ଖବର: ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଵାଗତ ପାଇଁ ଲୋକାରଣ୍ୟ ପାଲଟିଲା ଭୁବନେଶ୍ଵର ବିମାନବନ୍ଦର ପରିସର

  • ପିଲାଙ୍କ ସହ ମିଶି ଗଛ ଲଗାଇଲେ
ରେଢ଼ାଖୋଲ ଆଦର୍ଶ ବିଦ୍ୟାଳୟ କ୍ୟାମ୍ପସରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ଗହଣରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗଛ ଲଗାଇଛନ୍ତି । ବୃକ୍ଷରୋପଣ ସାମ୍ନାକୁ ଆସିଛି ଅତି ସୁନ୍ଦର ଦୃଶ୍ୟ । ଗଛ ଲଗାଇବା ଭିଡ଼ ଭିତରେ ଜଣେ ଛାତ୍ରୀଙ୍କ ପାଦରୁ ଜୋତା ଖସି ଯାଇଥିଲା, ଯାହାକୁ ଦେଖିଥିଲେ ସାଂସଦ। ବର୍ଷା କାଦୁଅରେ କାଳେ କୁନି ଝିଅଟିର ଜୋତା ନଷ୍ଟ ହୋଇଯିବ, ସେଥିପାଇଁ ନିଜେ ଧର୍ମେନ୍ଦ୍ର ପ୍ରଧାନ ତାକୁ ହାତରେ ଉଠାଇ ଖୋଜୁଥିବା କୁନି ଝିଅ ପାଖକୁ ଗଲେ, ଆଉ ତାକୁ ଦେଲେ । ତାଙ୍କର ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: