Organ Donation / ପରିବାର ପୋଷିବାକୁ ଯାଇ ଗୁଜରାଟରେ ଚାଲିଗଲା ଜୀବନ; ଅଙ୍ଗଦାନ କରି ରଖିଲେ ଓଡ଼ିଶାର ଟେକ
·4 months ago·2 min read

Key Points
ପରିବାର ଲୋକେ ସହମତ ହେବା ପରେ ପଞ୍ଚୁ ପ୍ରଧାନଙ୍କ ୨ଟି କିଡନୀ ଓ ଲିଭରକୁ ଦାନ କରାଯାଇଛି । ଫଳରେ ପଞ୍ଚୁଙ୍କ ଅଙ୍ଗରେ ଆଉ ତିନି ଜଣ ନୂତନ ଜୀବନ ପାଇବାର ଆଶା ଉଇଁଛି ।
ସୁରତ: ଗାଁ ଖାଁ ଖାଁ... ଘରେ ପଡ଼ିଛି କାନ୍ଦ ବୋବାଳି । ସ୍ତ୍ରୀ, ଝିଅ ଓ ମାଆଙ୍କ ଆଖିରୁ ଲୁହ ଶୁଖୁନି । କାରଣ ପରିବାର ପୋଷିବାକୁ ପ୍ରବାସ ଯାଇଥିବା ପୁଅ ଆଉ ନାହିଁ । ପାଞ୍ଚ ପ୍ରାଣୀର କୁଟୁମ୍ବ ପ୍ରତିପୋଷଣ କରୁଥିବା ପଞ୍ଚୁ ଆରପାରିକୁ ଚାଲିଯାଇଛି ସତ ହେଲେ ୩ ଜଣଙ୍କୁ ଦେଇଛି ବଞ୍ଚିବାର ନୂଆ ଆଶା ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଆମ୍ବଝର ନୂଆପଲ୍ଲୀର ପଞ୍ଚୁ ପ୍ରଧାନ । ୩୯ ବର୍ଷୀୟ ପଞ୍ଚୁ ଦୀର୍ଘ ୧୫ ବର୍ଷ ଧରି ଗୁଜରାଟ ସୁରତର ସୂତାକଳରେ କାରିଗର ଭାବେ କାମ କରୁଥିଲେ । ଗତ ୧୭ ତାରିଖରେ କାରଖାନାରେ କାମ ସାରି ଫେରୁଥିବା ବେଳେ ହଠାତ୍ ମଝି ରାସ୍ତାରେ ଅଚେତ୍ ହୋଇ ପଡ଼ିଯାଇଥିଲେ ପଞ୍ଚୁ ।

ଏଥିସହ ପଢ଼ନ୍ତୁ: ଟ୍ରାବିସ୍ ହେଡ୍ଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଅଷ୍ଟ୍ରେଲିଆକୁ ୧୭ କୋଟି କ୍ଷତି
ଖବର ପାଇ କିଛି ବନ୍ଧୁ ପଞ୍ଚୁଙ୍କୁ ନିଉ ସିଭିଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ୫ ଦିନର ଚିକିତ୍ସା ପରେ ୨୧ ତାରିଖରେ ଡାକ୍ତର ପଞ୍ଚୁଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ପଞ୍ଚୁଙ୍କୁ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲା ପୁରା ପରିବାର ।

ପଞ୍ଚୁଙ୍କୁ ବ୍ରେନ୍ ଡେଡ୍ ଘୋଷଣା ପରେ ପରିବାର ଶୋକରେ ଥିବାବେଳେ ଅଙ୍ଗଦାନ ପାଇଁ ବୁଝାଇଥିଲେ ଡାକ୍ତର । ପଞ୍ଚୁଙ୍କ ବଡ଼ ଭାଇଙ୍କ ସହ ସୁରତର ପ୍ରବାସୀ ଓଡ଼ିଆ ସମାଜସେବୀ ଶ୍ରୀକାନ୍ତ ରାଉତଙ୍କୁ ବୁଝାଇଥିଲେ ।
ଏଥିସହ ପଢ଼ନ୍ତୁ: ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ଅବପାତରେ ପରିଣତ ହେବ !
ପରିବାର ଲୋକେ ସହମତ ହେବା ପରେ ପଞ୍ଚୁ ପ୍ରଧାନଙ୍କ ୨ଟି କିଡନୀ ଓ ଲିଭରକୁ ଦାନ କରାଯାଇଛି । ଫଳରେ ପଞ୍ଚୁଙ୍କ ଅଙ୍ଗରେ ଆଉ ତିନି ଜଣ ନୂତନ ଜୀବନ ପାଇବାର ଆଶା ଉଇଁଛି । ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପରିବାର ପଞ୍ଚୁଙ୍କ ଅଙ୍ଗଦାନ କରି ତାଙ୍କୁ ଅମର କରି ଦେଇଛନ୍ତି ।

ପଞ୍ଚୁଙ୍କ ଚିକିତ୍ସା କରିଥିବା ନିଉ ସିଭିଲ୍ ହସ୍ପିଟାଲ୍ର ଡାକ୍ତର କହିଛନ୍ତି, "ପଞ୍ଚୁଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସମସ୍ତ ପ୍ରୟାସ ସତ୍ତ୍ଵେ ତାଙ୍କୁ ବଞ୍ଚାଇ ପାରି ନଥିଲୁ । ପଞ୍ଚୁଙ୍କ ଭାଇଙ୍କୁ ବୁଝାଇବା ପରେ ସେ ଅଙ୍ଗଦାନ ପାଇଁ ସହମତ ହୋଇଥିଲେ । ଫଳରେ ୩ ଜଣ ନୂଆ ଜୀବନ ପାଇପାରିବେ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories