Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨୪ ମହାଲଢେଇ ପାଇଁ ପ୍ରସ୍ତୁତ ହେଉଛି ରଣକ୍ଷେତ୍ର, ତୟାର ମୋଦିଙ୍କ ଯୋଦ୍ଧା

Odisha

୨୪ ମହାଲଢେଇ ପାଇଁ ପ୍ରସ୍ତୁତ ହେଉଛି ରଣକ୍ଷେତ୍ର, ତୟାର ମୋଦିଙ୍କ ଯୋଦ୍ଧା

Jitendra Dash
Browse all articles by Jitendra Dash
·2 years ago·2 min read
୨୪ ମହାଲଢେଇ ପାଇଁ ପ୍ରସ୍ତୁତ ହେଉଛି ରଣକ୍ଷେତ୍ର, ତୟାର ମୋଦିଙ୍କ ଯୋଦ୍ଧା

ଅର୍ଗସ ବ୍ୟୁରୋ : ସମ୍ବଲପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବା ପାଇଁ ମନୋନୀତ ହେବା ପରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପବିତ୍ର ଦୋଳ ପୂର୍ଣ୍ଣିମାରେ ବଡି ଭୋରରୁ ଶ୍ରୀମନ୍ଦିରକୁ ଯାଇ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବା ସହ ବିଭିନ୍ନ ମନ୍ଦିର ଦର୍ଶନ କରିଛନ୍ତି । 

ଶ୍ରୀ ପ୍ରଧାନ ପ୍ରଥମେ ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପର୍ଶୁରାମେଶ୍ୱର ମନ୍ଦିର, ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରକୁ ଯାଇ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ସମସ୍ତଙ୍କ ସାମାଜିକ ଓ ସାଂସ୍କୃତିକ ଅସ୍ମିତାର ଅବିଚ୍ଛେଦ୍ୟ ଅଙ୍ଗ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ମୋ ଉପରେ ରହିଆସିଛି । ମା’ ସମଲେଇଙ୍କ ପବିତ୍ର ଭୂମି ସମ୍ବଲପୁରରୁ ଲୋକସଭାର ପ୍ରାର୍ଥୀ ହେବା ପରେ ପ୍ରଥମେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ । ମହାପ୍ରଭୁଙ୍କ ଆଶୀର୍ବାଦ ମୋତେ ଜନସେବା କରିବା ପାଇଁ ଆହୁରି ଶକ୍ତି ପ୍ରଦାନ କରିବ ବୋଲି ମୋର ବିଶ୍ୱାସ । ଶ୍ରୀକ୍ଷେତ୍ର ପୁରୀ ଭଳି ସମ୍ବଲପୁର ଅନ୍ୟନ୍ୟ ଆସ୍ଥା, ସାଂସ୍କୃତିକ ଓ ଅର୍ଥନୀତିର କେନ୍ଦ୍ର । ମହାପ୍ରଭୁ ଓ ମା’ ସମଲେଇଙ୍କ ଆଶୀର୍ବାଦରେ ନିଜର ଦକ୍ଷତା ଓ ପୂର୍ଣ୍ଣ ସାମର୍ଥ୍ୟ ସହ ଜନସେବା ପାଇଁ ମୁଁ ସବୁବେଳେ ପ୍ରୟାସ ଜାରି ରଖିବି । ପ୍ରଧାନମନ୍ତ୍ରୀଙ୍କ ବିକାଶକୁ ସମ୍ବଲପୁରରେ ତ୍ୱରାନ୍ୱିତ ଆଣିବା ପାଇଁ ସମ୍ବଲପୁରର ଜନତା ମୋତେ ଗୁଣ୍ଡୁଚି ମୂଷାର ଦାୟିତ୍ୱ ଦେବେ, ଏ ବିଶ୍ୱାସ ମୋର ଅଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନର ବିଗୁଲ ବାଜିସାରିଛି । ଆମ ଦଳ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ, ଯୋଜନା ଏବଂ ବିଗତ ୧୦ ବର୍ଷ ଉପଲବ୍ଧି ସହ ଆଗାମୀ ୨୫ ବର୍ଷର ସ୍ୱପ୍ନକୁ ନେଇ ଓଡ଼ିଶା ସମେତ ଦେଶର ପ୍ରତ୍ୟେକ ଘରକୁ ଯିବା ପାଇଁ ସଂକଳ୍ପ କରିଛି ।  ଓଡ଼ିଶାରେ ପରିବର୍ତ୍ତନ ଅବଶ୍ୟାମ୍ଭବୀ । ମହାପ୍ରଭୁ ମଧ୍ୟ ପରିବର୍ତ୍ତନକୁ ସ୍ୱୀକାର କରି ନବକଳେବର ହୁଅନ୍ତି । ଓଡ଼ିଶାରେ ଗରିବ ଲୋକଙ୍କର କଲ୍ୟାଣ, ମାତୃଶକ୍ତିର ଉତ୍ଥାନ, ଯୁବବର୍ଗ ଓ କୃଷକଙ୍କୁ ସଶକ୍ତ କରିବା ସହ ବଞ୍ଚିତ ବର୍ଗର ବିକାଶ ପାଇଁ ମୋଦୀଜୀ ସର୍ବଦା ଗୁରୁତ୍ୱ ଦେଇଛନ୍ତି । ଗଣତନ୍ତ୍ରରେ ପରିଶ୍ରମର ବିକଳ୍ପ ନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଲୋକଙ୍କ ପାଖକୁ ଯାଇ ବିଗତ ୧୦ ବର୍ଷର ସେବା କାମ ଓ ଉପଲବ୍ଧିକୁ ଓଡ଼ିଶାର ୧ କୋଟି ଘରେ ପହଞ୍ଚାଇବା ଆମ ଦାୟିତ୍ୱ । ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ହେବ । ମୋଦୀ ଆଉଥରେ ପ୍ରଧାନମନ୍ତ୍ରୀ ହେବେ । ସର୍ବୋପରି ଓଡ଼ିଆ ଗୌରବ, ଅସ୍ମିତା ଓ ସ୍ୱାଭିବାନ ବଜାୟ ରହିବା ସହ କ୍ଷୁର୍ଣ୍ଣ ନହେଉ, ଏଥିପାଇଁ ବିଜେପି ଓଡ଼ିଶାରେ ଜନସମ୍ପର୍କ ଅଭିଯାନକୁ ମୁଖର କରିବ । ମହାପ୍ରଭୁଙ୍କ ଆଶୀର୍ବାଦ ଓଡ଼ିଆ ଲୋକଙ୍କ ସହ ଓ ଜନନାୟକ ମୋଦୀଙ୍କ ସାଥିରେ ରହିଛି । ଆମେ ନିର୍ବାଚନରେ ସଫଳ ହେବୁ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

Education Next Season 5
Sponsored
Dharmendra Pradhan seeks to return to Lok Sabha from home state Odisha | Argus News