Dharmendra Pradhan / ଖେଳରେ କେହି ହାରନ୍ତି ନାହିଁ ; ଜଣେ ଜିତେ, ଅନ୍ୟଜଣେ ଶିଖେ- ଧର୍ମେନ୍ଦ୍ର ପ୍ରଧାନ
·5 months ago·2 min read

Key Points
ସମ୍ବଲପୁରକୁ ଆଥଲେଟିକ୍ସ ସମେତ ଅନ୍ୟାନ୍ୟ ଖେଳ ପାଇଁ ଏକ ବଡ଼ 'ହବ୍' ଭାବେ ଗଢ଼ିତୋଳିବା ଏବଂ ସହରର ବିଭିନ୍ନ ସ୍ଥାନରେ ଅଧିକରୁ ଅଧିକ ଷ୍ଟାଡିୟମ ନିର୍ମାଣ କରିବା ଆମର ଲକ୍ଷ୍ୟ ।
ସମ୍ବଲପୁର: ଖେଳରେ କେହି ହାରନ୍ତି ନାହିଁ; ଜଣେ ଜିତେ, ନଚେତ୍ ଅନ୍ୟଜଣେ ଶିଖେ । ଏହି ମନ୍ତ୍ରକୁ ଆଧାର କରି ଆଜିର ଯୁବ ଖେଳାଳିମାନେ ଆଗକୁ ବଢ଼ିବା ଉଚିତ ବୋଲି ଶନିବାର ସମ୍ବଲପୁରର ୪ସି ପଡ଼ିଆରେ ଆୟୋଜିତ ‘ଚତୁର୍ଥ ବାଜି ରାଉତ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୫-୨୬’ର ଉଦଯାପନୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ସେ କହିଛନ୍ତି ଯେ, "ଆମ ଦେଶର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ଅତୁଳନୀୟ ବଳିଦାନକୁ ସ୍ମରଣ କରି ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କ୍ରୀଡ଼ା ମହାକୁମ୍ଭ ପ୍ରକୃତରେ ସ୍ୱାଗତଯୋଗ୍ୟ । ତୃଣମୂଳ ସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ଏହି ଆୟୋଜନ ଗତ ୪ ବର୍ଷ ଧରି ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲ୍ଲାରେ ଏକ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛି ।"
ଏଥିସହ ପଢ଼ନ୍ତୁ: 'ପରୀ' ଫିଲ୍ମରେ ଅଛି କି ନୟାଗଡ଼ର ଚର୍ଚ୍ଚିତ କାହାଣୀ ? ପରିବାରର ବିରୋଧ ପରେ କ୍ଷମା ମାଗିଲେ ଚଳଚ୍ଚିତ୍ର ନିର୍ମାତା
ସେ ଆହୁରି କହିଛନ୍ତି, "ସମ୍ବଲପୁର ସଦାସର୍ବଦା ଖେଳର ଏକ ପ୍ରମୁଖ ପେଣ୍ଠସ୍ଥଳୀ ହୋଇ ରହିଛି । କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ନିକଟରେ ଓଡ଼ିଶା ସରକାର ସମ୍ବଲପୁର ସମେତ ଢେଙ୍କାନାଳ, ବ୍ରହ୍ମପୁର ଓ ଜୟପୁରରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ।"
ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ସମ୍ବଲପୁରକୁ ଆଥଲେଟିକ୍ସ ସମେତ ଅନ୍ୟାନ୍ୟ ଖେଳ ପାଇଁ ଏକ ବଡ଼ 'ହବ୍' ଭାବେ ଗଢ଼ିତୋଳିବା ଏବଂ ସହରର ବିଭିନ୍ନ ସ୍ଥାନରେ ଅଧିକରୁ ଅଧିକ ଷ୍ଟାଡିୟମ ନିର୍ମାଣ କରିବା ଆମର ଲକ୍ଷ୍ୟ । ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଆଗାମୀ ଦିନରେ ସମ୍ବଲପୁରର ଖେଳାଳିମାନେ ମଧ୍ୟ ଦେଶ ପାଇଁ ମେଡାଲ ଆଣି ଓଡ଼ିଶାକୁ ଗର୍ବିତ କରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ଚଳିତ ବର୍ଷର ଏହି ଟୁର୍ଣ୍ଣାମେଣ୍ଟ ଗତ ଜାନୁଆରୀ ୧୨ ତାରିଖରେ ଢେଙ୍କାନାଳର କାମାକ୍ଷାନଗରରୁ ଶୁଭାରମ୍ଭ ହୋଇ ଢେଙ୍କାନାଳ, ଅନୁଗୋଳ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୧୯୯ଟି ଦଳ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଅନୁଗୋଳରୁ ୭୩ଟି, ସମ୍ବଲପୁରରୁ ୭୩ଟି, ଢେଙ୍କାନାଳରୁ ୨୯ଟି ଏବଂ ଦେବଗଡ଼ରୁ ୨୪ଟି ଦଳ ସାମିଲ ଥିଲେ । ସମ୍ବଲପୁର ଜିଲ୍ଲାର ମ୍ୟାଚଗୁଡ଼ିକ ଜାନୁଆରୀ ୨୨ରେ ଶେଷ ହୋଇଥିବା ବେଳେ ଆଜିର ଅନ୍ତିମ ଦିବସରେ ସେମିଫାଇନାଲ ଓ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ଘର ବାହାରେ ଛୁଆ ଏକାକୀ ଖେଳୁଥିଲେ ସାବଧାନ, ଛୁରି ଦେଖାଇ ନେଇ ଯାଉଛନ୍ତି...
ଫାଇନାଲ ମ୍ୟାଚ୍ ସମ୍ବଲପୁରର ସିଂହପାଲି ଏଫ୍.ସି ଏବଂ ଅନୁଗୋଳର ଗୋଲଡେନ୍ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସିଂହପାଲି ଏଫ୍.ସି ବିଜୟୀ ହୋଇ ଚାମ୍ପିଅନ୍ ହୋଇଛି । ସଫଳ ଆୟୋଜନ ପାଇଁ ‘ଆମେ ଓଡ଼ିଆ’ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ୧୯୯ଟି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ବିଜୟୀ ଓ ପ୍ରତିଦ୍ୱନ୍ଦୀ ଟିମକୁ ପୁରସ୍କୃତ ମଧ୍ୟ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: