Dharmendra Pradhan / ବରୁଣେଇରେ ‘ପାଇକ ବିଦ୍ରୋହ ସ୍ମାରକୀ’ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
·21 hours ago·2 min read

Key Points
ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ସ୍ମାରକୀ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ କଲେ ଆଲୋଚନା
ସ୍ମାରକୀ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ କଲେ ଆଲୋଚନା
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ବରୁଣେଇଠାରେ ‘ପାଇକ ବିଦ୍ରୋହ ସ୍ମାରକୀ’ ସ୍ଥଳ ପରିଦର୍ଶନ କରିବା ସହ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ‘ପାଇକ ବିଦ୍ରୋହ’ ଓଡ଼ିଆ ଜାତିର ସ୍ୱାଭିମାନର ଅନନ୍ୟ ପ୍ରତୀକ ଏବଂ ଆଗାମୀ ଦିନରେ ଏହି ସ୍ମାରକୀ ଆମ ଯୁବପିଢ଼ିଙ୍କୁ ସର୍ବଦା ଅନୁପ୍ରାଣିତ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଆଲୋଚନା ବେଳେ ପ୍ରକଳ୍ପର କଂକ୍ରିଟ୍ କାମ ଗତି ଉପରେ ଆଲୋଚନା ହୋଇଥିଲା । ପ୍ରକଳ୍ପର ସିଭିଲ୍ ଟେଣ୍ଡର୍ ସମୟ ସୀମା ୨୦୨୭ ଜାନୁଆରୀ ମାସ ପର୍ଯ୍ୟନ୍ତ ଥିବାବେଳେ ହାତରେ ଆଉ ୮ ମାସ ଅଛି । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କେମିତି ପ୍ରକଳ୍ପ ଶେଷ ହେବ ତା’ ଉପରେ ଗୁରୁତ୍ବାରୋପ କରାଯାଇଛି । ଅନ୍ୟପଟେ ସିଭିଲ୍ କାମ ଶେଷ ପୂର୍ବରୁ ଇଣ୍ଟେରିୟର ଓ ଡିଜାଇନିଂ କାମର ଦ୍ବିତୀୟ ଟେଣ୍ଡର୍ ଖୁବଶୀଘ୍ର ଡକାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆଶ୍ଵାସନା ଦେଇଛନ୍ତି ।

- ବରୁଣେଇରେ ନିର୍ମାଣ ହେବ ପାଇକ ବିଦ୍ରୋହ ସ୍ମାରକୀ
- 'ଆମ ଯୁବପିଢ଼ିଙ୍କୁ ସର୍ବଦା ଅନୁପ୍ରାଣିତ କରିବ'
ପଢନ୍ତୁ ଏହି ଖବର: 'ବିଶ୍ୱବିଦ୍ୟାଳୟଗୁଡ଼ିକ 'ଭବନ ନିର୍ମାଣ' ନୁହେଁ, 'ଭାବନା ନିର୍ମାଣ' ଉପରେ ଗୁରୁତ୍ୱ ଦେବା ଆବଶ୍ୟକ'ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ‘ପାଇକ ବିଦ୍ରୋହ ସ୍ମାରକୀ’ ସ୍ଥଳ ପରିଦର୍ଶନ କରିବା ସହ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ଆଲୋଚନା କଲି । ପାଇକ ବିଦ୍ରୋହ ହେଉଛି ଓଡ଼ିଆ ଜାତିର ସ୍ୱାଭିମାନ, ଅସ୍ମିତା ଓ ଗୌରବମୟ ଐତିହ୍ୟର ଅନନ୍ୟ ପ୍ରତୀକ । ଆଗାମୀ ଦିନରେ ଏହି ସ୍ମାରକୀ ଆମ ଯୁବପିଢ଼ିଙ୍କୁ ସର୍ବଦା… pic.twitter.com/lmR5kqeZOP
— Dharmendra Pradhan (@dpradhanbjp) May 18, 2026
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories