କେନ୍ଦ୍ରମନ୍ତ୍ରୀଙ୍କ ୫ ପ୍ରଶ୍ନ : ଅପାର ସମ୍ଭାବନା ସତ୍ତ୍ବେ ଓଡ଼ିଶା ଗରିବ କାହିଁକି ?

ଅର୍ଗସ ବ୍ୟୁରୋ : ଗତକାଲି ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୧୦ ତାରିଖରେ ଓଡ଼ିଶାରେ ବିଜେପିର ଜଣେ ଓଡ଼ିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଛନ୍ତି । ଯାହାକୁ ଟେନସନରେ ଏବେ ବିଜେଡି ସରକାର । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଦାଦନ ଏକ ସ୍ଥାୟୀ ବ୍ୟବସ୍ଥାରେ ପରିଣତ ହୋଇଛି । ଓଡ଼ିଶାରେ ଗଣତନ୍ତ୍ର ନାହିଁ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ବିଜେପି ୨୦୨୪ରେ ନିର୍ବାଚନ ଜିତି ଓଡ଼ିଶାରେ ସରକାର କଲେ ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିବ । ଏଥିରେ ପ୍ରତ୍ୟେକ ମହିଳାଙ୍କୁ ୫୦ହଜାର ଟଙ୍କାର ନଗଦ ଭାଉଚର୍ ଦେବ । ଯାହାକୁ ମହିଳାମାନେ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ । କେବଳ ଏତିକି ନୁହେଁ, ‘ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା’ ମାଧ୍ୟମରେ ବୟସ୍କ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟମାନଙ୍କୁ ୩ ହଜାର ଟଙ୍କାର ମାସିକ ଭତ୍ତା ପ୍ରଦାନ କରିବ । ୮୦% ଅକ୍ଷମତା ଥିବା ଦିବ୍ୟାଙ୍ଗ ଓ ୮୦ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ୩୫୦୦ଟଙ୍କା ଭତ୍ତା ମିଳିବ । ୧୦୦ଦିନ ମଧ୍ୟରେ ଦେଶର ସବୁଠୁ ବଡ଼ ସ୍ବାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ କରିବ । ଏଥିରେ ବାର୍ଷିକ ୮ଲକ୍ଷରୁ କମ୍ ରୋଜଗାର କରୁଥିବା ନାଗରିକମାନେ ସାମିଲ୍ ହେବେ । ଏହାସହ ୭୦ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବର୍ଗର ଲୋକେ ଏହି ଯୋଜନାରେ ସାମିଲ୍ ହେବେ ବୋଲି କହିଛନ୍ତି ।
ସେହିପରି ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୋରଦାର୍ ଆଟାକ୍ କରିବା ସହ ପ୍ରଶ୍ନ ମଧ୍ୟ କରିଛନ୍ତି । ଏବଂ ବିଜେଡି ସରକାରଙ୍କ ଉପରେ ଯୋରଦାର ବର୍ଷିଛନ୍ତି । (୧) ଅପାର ସମ୍ଭାବନା ସତ୍ତ୍ବେ ଓଡ଼ିଶା ଗରିବ କାହିଁକି ? (୨) ଭଡାଟିଆ ଗୁମାସ୍ତାଙ୍କ ହାତରେ କଣ ପାଇଁ ରିମୋଟ୍ । (୩) ସ୍କୁଲରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନାହିଁ, (୪) କାହିଁକି ଦାଦନ ଖଟିବାକୁ ଯାଉଛନ୍ତି ଓଡ଼ିଆ ?, (୫) 24 ବର୍ଷ ପରେ ବି କାହିଁକି ସୁଧୁରୁନି ମେଡ଼ିକାଲର ଅବସ୍ଥା ?
📱 Get Argus News App
✨ସେହିଭଳ ଆହୁରି କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ହେଲେ, ଧାନ କ୍ବିଣ୍ଟାଲ୍ ପିଛା ୩୧୦୦ ଟଙ୍କା ଧାର୍ଯ୍ୟ ହେବ, ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ କଲ୍ୟାଣ ପାଇଁ ସମସ୍ତ ମେଟ୍ରୋ ସହରରେ ‘ଓଡ଼ିଆ ସମୁଦାୟ ଭବନ’ ପ୍ରତିଷ୍ଠା ହେବ, ୨୦୨୭ ସୁଦ୍ଧା ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହେବେ । ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିପରି ପ୍ରଥମ ୨ବର୍ଷରେ ୬୫ହଜାର ପଦବି ପୂରଣ କରିବୁ, ଏଥିରେ ଓବିସି ଓ ଇଡବ୍ଲ୍ୟୁଏସ୍ ବର୍ଗଙ୍କୁ ଅଗ୍ରାଧିକାର ଦେବୁ, କେନ୍ଦୁପତ୍ର କେରି ପିଛା ୨ ଟଙ୍କାରେ କିଣିବୁ, ତୋଳାଳିଙ୍କୁ ୩୫% ଓ ବନ୍ଧାଳୀଙ୍କୁ ୧୦% ବୋନସ୍ ଦେବୁ, ପିଏମ୍ ଆବାସ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ କରିବୁ, ଜଳ ଜୀବନ ମିସନରେ ୪୦ ହଜାର ସର୍ବସାଧାରଣ ସ୍ଥାନ ଓ ୨୬ ଲକ୍ଷ ଗୃହକର୍ତ୍ତାଙ୍କୁ ଜଳ ଯୋଗାଣ କରିବୁ । ପଶ୍ଚିମ ଓଡ଼ିଶାରେ ୩ଟି ସମନ୍ବିତ ଟେକ୍ସଟାଇଲ୍ ପାର୍କ ସ୍ଥାପନ କରି ୫୧ ହଜାରରୁ ଅଧିକ ଚାକିରି ସୃଷ୍ଟି କରିବୁ, ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ‘ବୁଣାକାର ସମ୍ମାନ ନିଧି’ ଆରମ୍ଭ କରିବୁ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।