Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବଢିଲା ନିମାପଡ଼ା ବିଜେଡି ବିଧାୟକ ସମୀର ଦାଶଙ୍କ ଅଡୁଆ

Odisha

ବଢିଲା ନିମାପଡ଼ା ବିଜେଡି ବିଧାୟକ ସମୀର ଦାଶଙ୍କ ଅଡୁଆ

Jitendra Dash
Browse all articles by Jitendra Dash
·2 years ago·1 min read
ବଢିଲା ନିମାପଡ଼ା ବିଜେଡି ବିଧାୟକ ସମୀର ଦାଶଙ୍କ ଅଡୁଆ

ଅର୍ଗସ ବ୍ୟୁରୋ : ସେପଟେମ୍ବର ୨୦୨୨ । ଗୋପ ବ୍ଲକ ଜୋନ ୧୧ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ହଇଚଇ ସୃଷ୍ଟି କଲା । ଆତ୍ମହତ୍ୟା ପୂର୍ବରୁ ଧର୍ମେନ୍ଦ୍ର ପୋନ କରିଥିଲେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ । କହିଥିଲେ ସମୀର ତାଙ୍କ ପତ୍ନୀଙ୍କୁ ବ୍ଲାକମେଲ୍ କରୁଛନ୍ତି । ତାଙ୍କ ମୃତ୍ୟୁ ପାଇଁ ସମୀର ଦାଶ ଦାୟୀ । ଯାହାର ଅଡିଓ ଭାଇରାଲ ହୋଇଥିଲା ।

ଧର୍ମେନ୍ଦ୍ର ସାହୁ ତାଙ୍କ ସେଷ ପୋଷ୍ଟରେ ଦୁଇଟି ଭିଡିଓ କଥା ବି ଉଲ୍ଲେଖ କରିଥିଲେ । ଘଟଣାର ଦେଢ ବର୍ଷ ପରେ ବି ଆଗେଇଲାନି ତଦନ୍ତ । ଧର୍ମେନ୍ଦ୍ର ସାହୁ ସମୀର ଦାଶଙ୍କ ନାଁ ନେଇଥିଲେ ବି ତାଙ୍କୁ ତଦନ୍ତ ପରିସରକୁ ଆଣିଲାନି କମିଶନରେଟ୍ ପୋଲିସ । ସେତେବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଥିଲେ ସମୀର ଦାଶ । କମିଶନରେଟ୍ ପୋଲିସ ଅକ୍ଷୟ ନାୟକଙ୍କ ମୋବାଇଲ୍ ବି ସିଜ୍ କଲା । ହେଲେ ଆଉ ଫେରାଇଲାନି । ଏବେ ସମୀରଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜ୍ଜୁ ନେଇ ହାଇକୋର୍ଟରେ ଆବେଦନ କରିଛନ୍ତି ସାମ୍ବାଦିକ ଅକ୍ଷୟ ନାୟକ । ଦାବି କରିଛନ୍ତି ସମୀର ଦାଶଙ୍କ କଲ୍ ଡିଟେଲସ ଯାଞ୍ଚ ହେଉ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବଡ଼ ପ୍ରଶ୍ନ କାହିଁକି ତଦନ୍ତ ପରିସରକୁ ଆସିଲେ ନାହିଁ ସମୀର, ସେତେବେଳର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ କିଏ ଦେଇଥିଲା ସୁରକ୍ଷା, କୁଆଡେ ଗଲା ଧର୍ମେନ୍ଦ୍ର ସାହୁ ଉଲ୍ଲେଖ କରିଥିବା ଦୁଇ ଭିଡିଓ, କାହିଁକି ଅକ୍ଷୟଙ୍କ ମୋବାଇଲ ଫେରାଉନାହିଁ କମିଶନରେଟ୍ ପୋଲିସ, ସବୁ ପ୍ରମାଣ ନଷ୍ଟ କରିଦେବା ପାଇଁ ହୋଇଛି କି ବଡ଼ ଷଡଯନ୍ତ୍ର । ହାଇ ପ୍ରୋଫାଇଲ କେସରେ ଚାପରେ ଚେପା ପୋଲିସ, ବିଜେଡି ନେତା-ବିଧାୟକଙ୍କ ନାଁ ଆସିଲେ ସୁରକ୍ଷା ଦେଉଛି ପୋଲିସ, ଅପରାଧୀଙ୍କୁ ବଢାଉଛନ୍ତି ସାହସ, ସେଥିପାଇଁ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର ୧୧.୩ ପ୍ରତିଶତ ।
 

Painting
Sponsored
Dharmendra sahu suicide case | Argus News