Videos
|
Odisha

ଗରିବ ଲୋକଙ୍କ ଛେଳିକୁ ବିଷ ଦେଇ ମାରିଦେଲେ ବିଜେଡି ନେତା

Jitendra Dash
Browse all articles by Jitendra Dash
·2 years ago·1 min read
ଗରିବ ଲୋକଙ୍କ ଛେଳିକୁ ବିଷ ଦେଇ ମାରିଦେଲେ ବିଜେଡି ନେତା

ଅର୍ଗସ ବ୍ୟୁରୋ : ନିଷ୍ଠୁର ପାଲଟିଲେ ବିଜେଡି ନେତା । ଗରିବ ନିରୀହ ଲୋକଙ୍କ ୮ଗୋଟି ଛେଳିକୁ ବିଷ ଦେଇ ମାରିଦେଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ କାମାକ୍ଷାନଗର ଅଞ୍ଚଳରେ । କାମାକ୍ଷାନଗର ଥାନା ବାଇସିଙ୍ଗା ଗାଁରେ ଘଟିଛି ଏଭଳି ଘଟଣା । 

ଗାଁର ମିନି ଦେହୁରୀଙ୍କ ୭ଗୋଟି ଛେଳି ଏବଂ କଣ୍ଢେଇ ନାଏକଙ୍କ ଗୋଟିଏ ଛେଳିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେଡି ନେତା ତଥା କାମାକ୍ଷାନଗରର ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ବସନ୍ତ ବିଶ୍ୱାଳ, ଅନ୍ୟ ଦୁଇ ସହଯୋଗୀ ନୃସିଂହ ସାହୁ, ସୁଶା ଦାଶଙ୍କ ନାମରେ କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସବୁଦିନ ଭଳି ଛେଳି ଗୁଡିକ ଗାଁ ପାଖ ରାମିଆଳ ନଦୀ ପଠାକୁ ଚରିବାକୁ ଯାଇଥିବା ବେଳେ ଛେଳି ମାନଙ୍କର ମୃତ୍ୟୁ ହୋଇଛି । ତେବେ ଘାସରେ ବିଷ ମିଶେଇ ଦେଇ ମାରିଥିବା ମିନି ଦେହୁରୀ ଅଭିଯୋଗ କରିଛନ୍ତି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଅଭିଯୋଗର କରିଛନ୍ତି । ଯାହାକୁ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ଆରମ୍ଭ କରି ଦେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
dhenkanal bjd political leaders issue | Argus News