ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଅନ୍ୟ ମାନେ
·2 years ago

ଅର୍ଗସ ବ୍ୟୁରୋ : ଜଳିଗଲା ଚଳନ୍ତା କାର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ରାଜରାସ୍ତାରେ । ତେବେ ଏଥିରେ କେହି ହତାହତ ହୋଇନଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । ତୋରଡ଼ାନାଳୀ ଗାଁର ପବନା ରଣାଙ୍କ କାରରେ ଆକସ୍ମିକ ନିଆଁ ଲାଗିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ଅନୁସାରେ ପବନାଙ୍କ ଝିଆରୀ ଜ୍ବାଇଁ ଗାଡି ଚଳାଇ ଅନ୍ୟ ୪ ଜଣଙ୍କ ସହିତ ଥିଲେ । ଚାଳକ ଓ ଅନ୍ୟମାନେ ସୁରକ୍ଷିତ ଥିବା ସୂଚନା ମିଳିଛି । କାରଟି ସମ୍ପୁର୍ଣ୍ଣ ଜଳିଯାଇଛି । କଙ୍କଡାହାଡ଼ ଅଗ୍ନିଶମ ବାହିନୀ ଓ ପରଜଙ୍ଗ ଅଗ୍ନିଶମ ବାହିନୀ ଆସି ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ । ମହାବିରୋଡ଼ ପୋଲିସ ଆସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
