Gajalaxmi Puja / ଆସନ୍ତାକାଲି ଢେଙ୍କାନାଳର ପ୍ରସିଦ୍ଧ ଗଣପର୍ବ ମା’ ଗଜଲକ୍ଷ୍ମୀ ପୂଜା; ଚଳଚଞ୍ଚଳ ସାରା ସହର
·1 hour ago·2 min read

Key Points
ଆସନ୍ତାକାଲିଠୁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା
୪୧ଟି ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାର
ସଜେଇ ହେଲାଣି ପୂରା ସହର
୪୧ଟି ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାର
ସଜେଇ ହେଲାଣି ପୂରା ସହର
ଢେଙ୍କାନାଳ: ପ୍ରସିଦ୍ଧ ଗଣପର୍ବ ମା’ ଗଜଲକ୍ଷ୍ମୀ ପୂଜା ପାଇଁ ଏବେ ଚଳଚଞ୍ଚଳ ସାରା ସହର । ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ୧୧ ଦିନିଆ ଏହି ବିଶାଳ ପୂଜା ମହୋତ୍ସବ । ଏଥର ସହରର ୪୧ଟି ପୂଜା ମଣ୍ଡପରେ ମା’ ଗଜଲକ୍ଷ୍ମୀ ପୂଜା ପାଇବେ । ଭବ୍ୟ ତୋରଣ, ରଙ୍ଗବେରଙ୍ଗ ଆଲୋକସଜ୍ଜା ଏବଂ ମୃଣ୍ମୟୀ ପ୍ରତିମାରେ ସଜେଇ ହେଉଛି ପୂଜା ମଣ୍ଡପ । ସେପଟେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
- ମା'ଙ୍କ ଦର୍ଶନ ପାଇଁ ଅପେକ୍ଷା
- ୧୧ଦିନ ଯାଏଁ କମ୍ପିବ ଢେଙ୍କାନାଳ
- ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାକୁ ୮୫ବର୍ଷ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଶ୍ରୀକ୍ଷେତ୍ରରେ ଜମିବ କାର୍ତ୍ତିକ ବ୍ରତଧାରୀଙ୍କ ଭିଡ଼; ଶିବିରରେ ରହିବେ ୨୪୦୦ ହବିଷ୍ୟାଳୀ
୮୫ ବର୍ଷର ସମୃଦ୍ଧ ପରମ୍ପରା, ୪୧ଟି ମନମୁଖକର ମେଢ଼ ଓ ୧୧ ଦିନର ଅହୋରାତ୍ର ଉତ୍ସବ। ମାଆ ଗଜଲକ୍ଷ୍ମୀଙ୍କ ଭାବପୂର୍ଣ୍ଣ ଆଗମନକୁ ନେଇ ଏବେ ଗଣନା ଚାଲିଛି ମୁହୂର୍ତ୍ତର। ଆଲୋକର ମାଳାରେ ଝଲସିବାକୁ ଯାଉଛି ସାରା ଢେଙ୍କାନାଳ ସହର।
୮୫ ବର୍ଷର ସମୃଦ୍ଧ ପରମ୍ପରା, ୪୧ଟି ମନମୁଖକର ମେଢ଼ ଓ ୧୧ ଦିନର ଅହୋରାତ୍ର ଉତ୍ସବ। ମାଆ ଗଜଲକ୍ଷ୍ମୀଙ୍କ ଭାବପୂର୍ଣ୍ଣ ଆଗମନକୁ ନେଇ ଏବେ ଗଣନା ଚାଲିଛି ମୁହୂର୍ତ୍ତର। ଆଲୋକର ମାଳାରେ ଝଲସିବାକୁ ଯାଉଛି ସାରା ଢେଙ୍କାନାଳ ସହର।
Related Topics
Explore more stories