ଟ୍ରକ ପଛପଟେ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ
·2 years ago·1 min read

ଅର୍ଗସ ବ୍ୟୁରୋ : ପୁଣି ରାଜ୍ୟ ଆଉ ଏକ ସଡ଼କ ଦୁର୍ଘଟଣା । ଟ୍ରକ ପଛପଟେ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡଝରା ଗାଁରେ । ମୃତକ ହେଲେ ସଦର ଥାନା ସୁନ୍ଦରପଦା ଗାଁର ଶଶୀକାନ୍ତ ପରିଡା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ମୁତାବକ ଶଶୀକାନ୍ତ ତାଳଚେର ଏମସିଏଲରୁ କାର୍ଯ୍ୟ ସାରି କାମାକ୍ଷାନଗର ଫେରୁଥିବା ବେଳେ, ବଡଝରା ଗାଁ ନିକଟରେ ରଙ୍ଗୱେରେ ଛିଡା ହୋଇଥିବା ଏକ ଟ୍ରକ ପଛପଟେ ପିଟି ହୋଇଯାଇଥିଲେ । ଫଳରେ ଘଟଣା ସ୍ଥଳରେ ଗୁରୁତର ଭାବେ ଖସିପଡ଼ିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ଥାନୀୟ ଲୋକ ତାଙ୍କୁ ଗୁରତର ଭାବେ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ମେଡିକାଲ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ଖବର ପାଇ ତାଙ୍କ ପରିବାର ଲୋକ ମେଡିକାଲରେ ପହଞ୍ଚି ଥିବା ବେଳେ, ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ରଖିଛି ।