Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭିଜଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର

Odisha

ଭିଜଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଭିଜଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର

Key Points

  • ଭିଜଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର
  • ଟଏଲେଟ ଫ୍ଲସରେ ରେଞ୍ଜର ବାବୁ ଲୁଚାଇ ରଖିଥିଲେ ଟଙ୍କା 
  • ବାବୁମାନେ ଧରାପଡିବା ପରେ ଖୋଲୁଛି ଗୁମର
  • ବଡ ମାଛଙ୍କ ସୁରକ୍ଷାରେ ଥିଲେ ଏହି ଛୋଟ ମାଛ
  • ଅଭିଯୋଗ, ବିକ୍ରମ ଆରୁଖ-ପ୍ରଦୀପ ଅମାତ ଜଙ୍ଗଲ ମନ୍ତ୍ରୀ ଥିବା ବେଳେ ଦେଉଥିଲେ ସୁରକ୍ଷା
  • ଚର୍ଚ୍ଚା, ତୃତୀୟ ମହଲାର କୁଟେ ଓ ପାଣ୍ଡିଆନ ପାଖକୁ ଯାଉଥିଲା ଟଙ୍କା 
  • ପିସି କଲେକସନର ଏଜେଣ୍ଟ ବସିଥିଲେ ତୃତୀୟ ମହଲାରେ 
  • ଟି ଫର ଟିମ ଓ୍ବାର୍କ କରି ହେଉଥିଲା ଲୁଟ୍
  • ମୋହନ ସରକାର ଆରମ୍ଭ କରିଛନ୍ତି ମାଫିଆଙ୍କ ଅଣ୍ଟା ଭଙ୍ଗା

ଅର୍ଗସ ବ୍ୟୁରୋ : ଭିଜଲାନ୍ସ ରେଡ ବେଳେ ରେଞ୍ଜର ବାବୁଙ୍କ କଳା କାରନାମା ଦେଖନ୍ତୁ । ଟଏଲେଟ୍ ଫ୍ଲସ୍‌ରେ ରେଞ୍ଜର ବାବୁ ଲୁଚାଇ ରଖିଥିଲେ ଟଙ୍କା । ରେଞ୍ଜର ବାବୁଙ୍କ ଏ କାରନାମା ଦେଖି ତାଜୁବ ଭିଜଲାନ୍ସ । ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜ ଅଫିସ, କାଲଟାକ୍ସ ସ୍ଥିତ ଘର, ଖୁଣ୍ଟୁଣି ଥାନା ରାହାଙ୍ଗୋଳ ସ୍ଥିତ ଫାର୍ମ ହାଉସ,  କଟକ ବୀରକିଶୋରପୁର ସ୍ଥିତ ପୈତୃକ ବାସଭବନ, ଭୁବନେଶ୍ବର ଜିଜିପି କଲୋନୀ ସ୍ଥିତ ଘରେ ଭିଜିଲାନ୍ସ ଚଢାଉ କରିଛି । ବିଭୁଦାନନ୍ଦଙ୍କ ପରି ବାବୁମାନେ ଧରାପଡିବା ଉପରକୁ ଛୋଟିଆ ଜିନିଷ ଭଳି ଦେଖାଯାଉଥିବା ବେଳେ ଏହା ପଛରେ ରହିଛି ବଡ ଷଡଯନ୍ତ୍ର । 

ବିକ୍ରମ ଆରୁଖ ଓ ପ୍ରଦୀପ ଅମାତ ଜଙ୍ଗଲ ମନ୍ତ୍ରୀ ଥିବା ବେଳେ ଥାର୍ଡ ଫ୍ଲୋରରେ ବସିଥିବା କୋଟେରୀରେ କୁଟେ ଓ ପାଣ୍ଡିଆନ ଏମାନଙ୍କ ପାଖରୁ ଟଙ୍କା ନେଉଥିଲେ ବୋଲି ଅଭିଯୋଗ ହୋଇଛି । ସିଧା ସିଧା କହିବାକୁ ଗଲେ ପିସି କଲେକସନର ଏଜେଣ୍ଟ ବସିଥିଲେ ତୃତୀୟ ମହଲାରେ । ଟି ଫର ଟିମ ଓ୍ବାର୍କ କରି ହେଉଥିଲା ଲୁଟ ।  ଆଜି ସକାଳେ ଆଠଗଡ଼ ଥାନା ବୀରକିଶୋରପୁର ଏବଂ ଖୁଣ୍ଟୁଣୀ ଥାନା ରାହାଙ୍ଗୋଳ ଠାରେ ଥିବା ଏକ ଫାର୍ମ ହାଉସ ରେ ଭିଜିଲାନ୍ସର ଏକ ୧୨ ଜଣିଆ ଟିମ କରିଥିଲା ଚଢ଼ାଉ । ରାହାଙ୍ଗୋଳ ଠାରେ ଥିବା ଫାର୍ମ ହାଉସ ୫ ଏକର ଜମିରେ ହୋଇଛି । ଗୋଟିଏ ଦୁଇ ମହଲା କୋଠା ସାଙ୍ଗକୁ ଏକମହଲା ବିଶିଷ୍ଟ ଦୁଇଟି ଘର ରହିଛି । ୩୭  ହଜାର କୁକୁଡା ରହିବା ଭଳି ଦୁଇଟି ଶୀତତାପ ନିୟନ୍ତ୍ରିତ କୁକୁଡା ଫାର୍ମ ରହିଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା। ବନାଞ୍ଚଳ ଅଧିକାରୀ ଜଣଙ୍କ ବିଳାସମୟ ଜୀବନଯାପନ କରୁଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଏହି ଫାର୍ମ ରେ ମୟୁର ଠେକୁଆ ବିଭିନ୍ନ ପ୍ରଜାତିର ଦେଶୀ ବିଦେଶୀ ଚଢ଼େଇ ବତକ ଦେଶୀ କୁକୁଡ଼ା ରହୁଥିଲେ। ବିଭିନ୍ନ ଦେବାଦେବୀଙ୍କ ବଡ଼ ବଡ଼ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ ରେଞ୍ଜର । ଏକ ପାର୍କ ମଧ୍ୟ ରହିଛି । ପାର୍କରେ ଦୋଳି ସହିତ ମାନଭଞ୍ଜନ ର ବ୍ୟବସ୍ଥା ମଧ୍ୟ ରହିଛି । ରେଞ୍ଜରଙ୍କ ପତ୍ନୀଙ୍କ ନାଁରେ ଫାର୍ମ ହାଉସ ଟି ରହିଥିବା ଜାଣିବାକୁ ମିଳିଛି। ମୋହନ ସରକାର ଆସିବା ପରେ ଭାଙ୍ଗିଛି ମାଫିଆଙ୍କ ଅଣ୍ଟା । ଗୋଟିଏ ପରେ ଗୋଟିଏ କୁବେର ବାବୁ ପଡିଛନ୍ତି ଭିଜଲାନ୍ସ ଜାଲରେ । ଭିଜଲାନ୍ସ ଜାଲରେ ପଡିଥିବା ବେଳେ ତାଙ୍କ ନିକଟରୁ ଆଖି ଖୋସି କରିଦେଲାଭଳି ସମ୍ପତ୍ତି ଜବତ ହୋଇଛି । 

Sponsored
Dhenkanal sadar ranger Bibhudanand Mishra in vigilance raid | Argus News