ନିଜ ଘର ସମ୍ମୁଖରେ ଗୁଳିକରି ଟଳି ପଡ଼ିଲେ ବ୍ୟବସାୟୀ
·2 years ago

ଅର୍ଗସ ବ୍ୟୁରୋ : ନିଜକୁ ନିଜେ କଲେ ଗୁଳି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ଅଞ୍ଚଳରେ । ଜଣେ ବିଶିଷ୍ଠ ବ୍ୟବସାୟୀ ଆଜି ସନ୍ଧ୍ୟାରେ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ମୃତ ବ୍ୟବସାୟୀ ହେଲେ ବଳରାମ ସାହୁ । ଆଜି ସନ୍ଧ୍ୟାରେ କାଲଟ୍ୟାକ୍ସ ଛକସ୍ଥିତ ନିଜ ଘର ସମ୍ମୁଖରେ ଗୁଳିକରି ଟଳି ପଡ଼ିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଖବରପାଇ ପୁଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ଜଣାଯାଇଛି । ତେବେ କେଉଁ କାରଣରୁ ସେ ଏପରି ଗୁଳିକରି ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି ଘଟିଛି ତାହା ଜଣାପଡ଼ି ନାହିଁ। ଦୁଇ ପୁଅ ଘରେ ନଥିବା ବେଳେ ବଡ଼ ବହୁ ଓ ଦୁଇ ନାତୁଣୀ ଘରେ ଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: