Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦିନକରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୯ ଜଣ ଆକ୍ରାନ୍ତ ହୋଇଛନ୍ତି

Odisha

ଦିନକରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୯ ଜଣ ଆକ୍ରାନ୍ତ ହୋଇଛନ୍ତି

Jitendra Dash
Browse all articles by Jitendra Dash
·2 years ago·1 min read
ଦିନକରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୯ ଜଣ ଆକ୍ରାନ୍ତ ହୋଇଛନ୍ତି

ଅର୍ଗସ ବ୍ୟୁରୋ : ହୀରାକୁଦରେ ଝାଡ଼ାବାନ୍ତି ଆତଙ୍କ । ଦିନକରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୯ ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତ ଜଣକ କାଳୁପଡାର ଆଶା କର୍ମୀଙ୍କ ସ୍ବାମୀ ଟିକେଶ୍ବର ନାୟକ । ଦୂଷିତ ପାଣି ପିଇ ଝାଡ଼ାବାନ୍ତିର ଶିକାର ହୋଇଥିବା ସୂଚନା । ସମସ୍ତ ଆକ୍ରାନ୍ତଙ୍କୁ ହୀରାକୁଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଗତ ୨୧ ତାରିଖରେ ୩୬, ୨୨ ତାରିଖରେ ୪୨, ୨୩ ତାରିଖରେ ୪୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଯାଏଁ ମୋଟ ୧୨୭ ଜଣ ଆକ୍ରାନ୍ତ ହୋଇଛନ୍ତି । ସେପଟେ ସାମ୍ନାକୁ ଆସିଛି ରାଜ୍ୟ ସରକାରଙ୍କ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ବ୍ୟବସ୍ଥା ଡିଣ୍ଡିମର ସତ । ହସ୍ପିଟାଲରେ ବେଡ ଅଭାବରୁ ରୋଗୀକୁ ଚଟାଣରେ ରଖି କରାଯାଉଛି ଚିକିତ୍ସା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହୀରାକୁଦର କାଳୁପଡା, ଗଉଡପଡା, ଗୁରୁଦ୍ବାରା ପଡା ଓ ନ୍ୟୁ ମାର୍କେଟ ପଡାରେ ଝାଡ଼ାବାନ୍ତି ବ୍ୟାପିଥିବାବେଳେ ଏଯାଏ କୌଣସି ଡାକ୍ତର ଟିମ ଗ୍ରାଉଣ୍ତରେ ପହଞ୍ଚି ନାହାନ୍ତି । ଗତ କିଛି ଦିନ ତଳେ ରାଉରକେଲାରେ ହଇଜା ବ୍ୟାପି ୧୭ ଜଣଙ୍କ ଜୀବନ ଯାଇଥିଲା । ଆଉ ଏବେ ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପିବା ରାଜ୍ୟ ସରକାରଙ୍କ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Sponsored
Even though the State Government claims to prioritize the supply of potable drinking water to people across the State | Argus News