Videos
|
Odisha

Orangutan Digha Deal / ଦୀଘାର ଏକ ହୋଟେଲ; ଓରାଙ୍ଗଉଟାନ ରହସ୍ୟ ବଢାଇଲା ସସପେନ୍ସ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଦୀଘାର ଏକ ହୋଟେଲ; ଓରାଙ୍ଗଉଟାନ ରହସ୍ୟ ବଢାଇଲା ସସପେନ୍ସ
Orangutan Digha Deal

Key Points

ପଶ୍ଚିମବଙ୍ଗର ଦୀଘାରେ ଓରାଙ୍ଗଉଟାନର ଖିଅ
ସନ୍ଦେହ ଘେରରେ ହୋଟେଲ ମାଲିକ ବାପା ପୁଅ
ହୋଟେଲ ମାଲିକଙ୍କ ସ୍ତ୍ରୀ ଓ ଝିଅଙ୍କୁ ୨ଘଣ୍ଟା ପଚରାଉଚୁରା
ମିଳିଛି କଳା ରଙ୍ଗର ଥାରର ସୁରାଗ
ପାଞ୍ଚ ଓରାଙ୍ଗଉଟାନ ଶାବକ । ପାଞ୍ଚଟି ଭିନ୍ନ ଜନ୍ମର କାହାଣୀ । ଓରାଙ୍ଗଉଟାନଙ୍କ ବାବଦରେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଆକଳନ ଚର୍ଚ୍ଚା ବଢାଇଛି । ସେପଟେ STF ଯାଞ୍ଚ ଖୋଲିଲା ଓରାଙ୍ଗଉଟାନଙ୍କ ଦୀଘା ଲିଙ୍କ । ସନ୍ଦେହ ଘେରରେ ହୋଟେଲ ମାଲିକଙ୍କ ବାପା ପୁଅ । ହୋଟେଲ ସହ ହାୱଡ଼ା ସ୍ଥିତ ଘରେ STF ରେଡ୍ କରିଛି । ମାଲିକଙ୍କ ସ୍ତ୍ରୀ ଓ ଝିଅଙ୍କୁ ପଚରାଉଚୁରା କରାଯାଇଛି । ତଦନ୍ତ ବେଳେ ମିଳିଛି କଳା ରଙ୍ଗର ଥାରର ସୁରାଗ ।

  • ଖୋଲୁଛି ଓରାଙ୍ଗଉଟାନ ଚାଲାଣ ଗୁମର
ଏହି ବିଦେଶୀ ପ୍ରାଣୀଙ୍କୁ ଆଣିଥିଲା କିଏ ? ଓରାଙ୍ଗଉଟାନଙ୍କୁ ଅଣାଯାଇଥିଲା କାହିଁକି ? ଦରିଆ ପାରିରୁ କେମିତି ହୋଇଥିଲା ଚାଲାଣ ? ଏସଟିଏଫ ହାତରେ ଲାଗିଛି ବଡ଼ ସୁରାଗ । ସାମନାକୁ ଆସିଛି ଦୀଘା ଲିଙ୍କ ।  ପ୍ରଥମେ ଥାର୍ ଗାଡ଼ି, ଏହାକୁ ଲିଙ୍କ କରି ଦୀଘାର ଏକ ବଡ଼ ହୋଟେଲରେ ପହଞ୍ଚିଛି ଏସଟିଏଫ । ହୋଟେଲର ମ୍ୟାନେଜର ସମେତ କର୍ମଚାରୀ ଓ ହୋଟେଲରେ ଥିବା କିଛି ଲୋକଙ୍କୁ ବି ପଚରାଉଚରା କରାଯାଇଛି । ହେଲେ ସନ୍ଦେହ ଘେରରେ ହୋଟେଲ ମାଲିକ ଓ ମାଲିକଙ୍କ ପୁଅ ।  ଯାହାଙ୍କ ହୋଟେଲରେ ହୋଇଥିଲା ଡିଲ୍ । ମାଲିକଙ୍କ ଥିବା କଳା ଥାର୍ ଓ ସିସିଟିଭିରେ ଦେଖା ଦେଇଥିବା ଗାଡ଼ି ସମାନ ବୋଲି କୁହାଯାଉଛି ।  

  • ମିଳିଛି କଳା ରଙ୍ଗର ଥାରର ସୁରାଗ
ଆଉ ସେଇ ସନ୍ଦିଗ୍ଧ କଳା ଥାର୍ ହୋଟେଲ ନିକଟରେ ଛିଡ଼ା ହୋଇଥିବା ସିସିଟିଭି ଫୁଟେଜରେ ଦେଖାଯାଉଛି । ଏ ଘଟଣା ପରେ ହୋଟେଲ ମାଲିକ ବାପା ପୁଅ ଫେରାର ଥିବାବେଳେ ସେମାନଙ୍କ ପଶ୍ଚିମବଙ୍ଗ ହାଉଡାସ୍ଥିତ ଘରେ ଚଢାଉ କରିଛି STF । ମାଲିକଙ୍କ ସ୍ତ୍ରୀ ଓ ଝିଅକୁ ଦୁଇଘଣ୍ଟା ପଚରାଉଚୁରା କରିଥିବା ଜଣାପଡ଼ିଛି । ଅନ୍ୟପଟେ STFକୁ ହୋଟେଲରୁ କିଛି ସୁରାଗ ମିଳିନାହିଁ । ସିସିଟିଭି କ୍ୟାମେରା ଲିଙ୍କ ଥିବା ମନିଟର ନ ଥିଲା, ସବୁ ସିସି କ୍ୟାମେରା ହୋଟେଲ ମାଲିକଙ୍କ ପୁଅ ମୋବାଇଲରେ ଲିଙ୍କ ଥିବା ସୂଚନା ମିଳିଛି । STF ଚଢାଉ ଜାଣିବା ପରେ ହୋଟେଲ ମାଲିକ ପୁଅ ତାଙ୍କ ମୋବାଇଲରୁ ସବୁ ଫୁଟେଜ୍ ଡିଲିଟ କରିଦେଇଥିବା ଜଣାପଡ଼ିଛି ।

ପଢନ୍ତୁ ଏହି ଖବର: କେଉଁ ସ୍ଥାନ ହେବ ଓରାଙ୍ଗଉଟାନଙ୍କ ବାସସ୍ଥଳୀ ? ଓଡ଼ିଶାରେ ରହିବେ ନା ଫେରିଯିବେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଦୀଘା ହୋଟେଲ ସହ ହାୱଡ଼ାସ୍ଥିତ ଘରେ STF ରେଡ୍
ଗତକାଲି ଓରାଙ୍ଗଉଟାନ ଚାଲଣ ନେଇ ଏସଟିଏଫ ମାମଲା ରୁଜୁ କରିବା ପରେ ବିଭିନ୍ନ ରାଜ୍ୟକୁ ଯାଇ ଖୋଲତାଡ଼ ଚଳାଇଛି ଏସଟିଏଫର ଟିମ୍ । ୨୦୦ରୁ ଅଧିକ ସିସିଟିଭି ଫୁଟେଜ ଯାଞ୍ଚ କରିଛି । ଡିଜିପି କହିଛନ୍ତି ଯେ ଘଟଣାରେ ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଉଛି । ଏବେ ସୁଦ୍ଧା କାହାକୁ ଗିରଫ କିମ୍ବା ଅଟକ ରଖାଯାଇନି ।  ପୂର୍ବରୁ STFର ବନ୍ୟଜନ୍ତୁ ଚାଲାଣ ତଦନ୍ତ ରେକର୍ଡ ଭଲ ରହିଛି । ଏହି ଘଟଣାର ତଦନ୍ତ କିଛିଦିନ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି । ଦୀଘାର ହୋଟେଲ ଓ ବିଚିତ୍ରପୁର ଜଙ୍ଗଲ ଉଭୟ ମଧ୍ୟରେ ଦୂରତା କେବଳ ୭ରୁ ୮ କିମି । ଏହି ଦୂରତା ଭିତରେ ଚାଲାଣର କ୍ରାଇମ କାହାଣୀ ଏବେ ଖୋଜାଯାଉଛି ।