Baby Orangutans / କେଉଁ ସ୍ଥାନ ହେବ ଓରାଙ୍ଗଉଟାନଙ୍କ ବାସସ୍ଥଳୀ ? ଓଡ଼ିଶାରେ ରହିବେ ନା ଫେରିଯିବେ
·29 mins ago·2 min read

Key Points
କୁଆଡ଼େ ଯିବେ ୫ ଶିଶୁ ଓରାଙ୍ଗଉଟାନ୍
ନନ୍ଦନକାନନରେ ରହିବେ ନା ଇଣ୍ଡୋନେସିଆ ଯିବେ
ନନ୍ଦନକାନନରେ ରହିବେ ନା ଇଣ୍ଡୋନେସିଆ ଯିବେ
ଭୁବନେଶ୍ଵର: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ୫ ଓରାଙ୍ଗଉଟାନ ଏବେ କୁଆଡ଼େ ଯିବେ ? କେଉଁଠି ହେବ ସେମାନଙ୍କ ସ୍ଥାୟୀ ବାସସ୍ଥାନ ? ନନ୍ଦନକାନନରେ ରହିବେ ନା ଇଣ୍ଡୋନେସିଆ ଯିବେ ? ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥିବାବେଳେ ସେପଟେ ଓରାଙ୍ଗଉଟାନଙ୍କୁ ଫେରାଇବାକୁ ଭାରତ ସରକାରଙ୍କୁ ଇଣ୍ଡୋନେସିଆ ସରକାରଙ୍କ ଚିଠି ଆସିଛି । ଏପଟେ କିନ୍ତୁ ନନ୍ଦନକାନନ ପରିବେଶ ସହ ଖାପ ଖୁଆଉଛନ୍ତି ଓରାଙ୍ଗଉଟାନ ।
ନିଜ ଦେଶକୁ ନେବା ପାଇଁ ଏବେ ଆଗକୁ ଆସିଛନ୍ତି ଇଣ୍ଡୋନେସିଆ ସରକାର । ମିଳିଥିବା ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୧୦ ତାରିଖରେ ଇଣ୍ଡୋନେସିଆ ବନ ବିଭାଗ ଭାରତର CITES ମ୍ୟାନେଜମେଣ୍ଟ ଅଥୋରିଟିକୁ ଏକ ଚିଠି ଲେଖିଥିଲା । ଯେଉଁଥିରେ ଡିଏମଏ ରିପୋର୍ଟ ଆସିବା ପରେ ୫ ଓରାଙ୍ଗଉଟାନ ଶାବକଙ୍କୁ ଇଣ୍ଡୋନେସିଆ ଫେରାଇବାକୁ କୁହାଯାଇଛି । ଏଥିପାଇଁ ନିଆଯିବାକୁ ଥିବା ସବୁ ପଦକ୍ଷେପରେ ଇଣ୍ଡୋନେସିଆ ସରକାର ସହାୟତା ଯୋଗାଇବେ ।
ବନ୍ୟପ୍ରାଣୀ ଆଇନ ଅନୁସାରେ ଚୋରା ଚାଲାଣ କରାଯାଇଥିବା ଜନ୍ତୁକୁ ମୂଳ ଦେଶକୁ ଫେରାଇବା କଥା । ହେଲେ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ କେଉଁ ପ୍ରଜାତିର ଓ କେଉଁ ଦେଶରୁ ଚୋରା ଚାଲାଣ କରାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ । ଆଗକୁ ଏମାନଙ୍କ ପ୍ରକୃତ ବାସସ୍ଥଳ ଜଣାପଡ଼ିବ ନା ନନ୍ଦନକାନନ ହିଁ ନୂଆ ଠିକଣା ହେବ ତାହା ସମୟ କହିବ ।

- କ୍ଷୀର, କଦଳୀ ଖାଉଛନ୍ତି ଶିଶୁ ଓରାଙ୍ଗଉଟାନ୍
ବନ୍ୟପ୍ରାଣୀ ଆଇନ ଅନୁସାରେ ଚୋରା ଚାଲାଣ କରାଯାଇଥିବା ଜନ୍ତୁକୁ ମୂଳ ଦେଶକୁ ଫେରାଇବା କଥା । ହେଲେ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ କେଉଁ ପ୍ରଜାତିର ଓ କେଉଁ ଦେଶରୁ ଚୋରା ଚାଲାଣ କରାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ । ଆଗକୁ ଏମାନଙ୍କ ପ୍ରକୃତ ବାସସ୍ଥଳ ଜଣାପଡ଼ିବ ନା ନନ୍ଦନକାନନ ହିଁ ନୂଆ ଠିକଣା ହେବ ତାହା ସମୟ କହିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମା’ଠାରୁ ଅଲଗା ହୋଇ ଗଭୀର ଚାପରେ ୫ ଓରାଙ୍ଗଉଟାନ୍, ଦିଆଯିବ ମ୍ୟୁଜିକ୍ ଥେରାପି
- ଓରାଙ୍ଗଉଟାନ୍ ଆଣିଥିବା ମାଫିଆ ଚିହ୍ନଟ
Related Topics
Explore more stories